ଖେଳ

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି। ଶନିବାର ଏକ ଟୁଇଟ୍‌ କରି ରାୟୁଡୁ ଲେଖିଛନ୍ତି, ସାର କେ.ଟି.ଙ୍କୁ…

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି। ମୁକୁନ୍ଦଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଡେଭିସ କପ୍‌ ମୁକାବିଲା ଲାଗି ଭାରତୀୟ…

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟାଡିୟମରେ ପୋଲିସ ବ୍ୟବସ୍ଥା କିପରି ରହିବ ସେନେଇ ଡିସିପି ବିଭିନ୍ନ…

କୋହଲିଙ୍କ ଶତକ, ଇନିଂସ ବିଜୟ ଦ୍ୱାରରେ ଭାରତ

କୋଲ୍‌କାତା, ୨୪।୧୧- ପିଙ୍କ୍‌ ବଲ୍‌ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍ସରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ଶତକ ସହାୟତାରେ ଭାରତ ଦୃଢ଼ ସ୍ଥିତିରେ…

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦ ବର୍ଷ ଅପେକ୍ଷାର ଅନ୍ତପରେ ଭାରତୀୟ ଅଶ୍ୱାରୋହୀ ଭାବେ ୨୭ ବର୍ଷୀୟ ମିର୍ଜା କ୍ରୀଡ଼ାର ସର୍ବୋଚ୍ଚ…

ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ

ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅପରାଜିତ ଶତକ ଓ ଟେଲ ଏଣ୍ଡରଙ୍କ ଦମ୍‌ଦାର ବ୍ୟାଟିଂ…

ବ୍ରିସ୍‌ବେନ୍‌ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍‌ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ବ୍ରିସ୍‌ବେନ,୨୩।୧୧(ଏଏଫ୍‌ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ଟସ୍‌…

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ପରିଣୀତିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ,୨୩।୧୧- ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏକ ମେଲ ପାଇଛନ୍ତି। ସେଥିରେ ତାଙ୍କୁ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏ ନେଇ ସେ ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ଆଗାମୀ ଆଇସିସି…

ପିଙ୍କ ବଲ ଟେଷ୍ଟ: କୋହଲି ପ୍ରଥମ ଭାରତୀୟ

କୋଲକାତା,୨୩।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ କରିଛନ୍ତି। ଟେଷ୍ଟ କ୍ରିକେଟରେ ଏହା କୋହଲିଙ୍କ ୨୭ତମ ଶତକ। ସେ ୧୫୮ ବଲର ସମ୍ମୁଖୀନ ହୋଇ ୧୨ ଚୌକା ବଳରେ…

ପନ୍ତ, ଗିଲଙ୍କୁ ରିଲିଜ୍‌ କଲା ଟିମ୍‌ ଇଣ୍ଡିଆ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଶୁବମନ ଗିଲଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସେମାନଙ୍କୁ ଘରୋଇ କ୍ରିକେଟରେ ଟାଇମ୍‌ ଦେବା ଲାଗି ଏହି ନିଷ୍ପତ୍ତି ହୋଇଛି।…

ବିଜେନ୍ଦରଙ୍କ କ୍ରମାଗତ ୧୨ତମ ବିଜୟ

ଦୁବାଇ,୨୩।୧୧(ପି.ଟି.)- ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଚାର୍ଲସ ଆଡାମୁଙ୍କୁ ହରାଇ ଦେଇଛନ୍ତି। ଅପରାଜେୟ ହୋଇ ରହିଥିବା ହରିୟାଣା ବକ୍ସରଙ୍କ ଏହା କ୍ରମାଗତ ୧୨ତମ ବିଜୟ। ଏଥିସହିତ ପେସାଦାର ସର୍କିଟରେ ୪ ବର୍ଷ ଧରି…

କୋହଲିଙ୍କ କୃତିତ୍ୱ

କୋଲକାତା, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ସେ ଅଧିନାୟକଭାବେ ଟେଷ୍ଟରେ ୫୦୦୦ ରନ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। କ୍ୟାରିୟରର ୮୬ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?