Posted inଖେଳ

ଟି୨୦ ମହିଳା ବିଶ୍ୱକପ୍‌: ଭାରତୀୟ ଦଳରେ ରିଚା ଘୋଷ ନୂଆ ମୁହଁ, ହରମନପ୍ରୀତଙ୍କୁ ନେତୃତ୍ୱ

ମୁମ୍ବାଇ,୧୨।୧(ପି.ଟି.)- ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ବେଙ୍ଗଲ ବ୍ୟାଟ୍ସଓମ୍ୟାନ ରିଚା ଘୋଷ ଏକ ମାତ୍ର ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଦଳରେ ଚୟନରେ ଚୟନକର୍ତ୍ତାମାନେ ଆଉ କୌଣସି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇନାହାନ୍ତି। ୧୫ ବର୍ଷୀୟା ହରିୟାଣା ସ୍କୁଲ୍‌ ଛାତ୍ରୀ ଶେଫାଲୀ ବର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଶେଫାଲୀ ପ୍ରଥମଥର ପାଇଁ ଏହି ଗ୍ଲୋବାଲ ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ପାଇବେ। ଅନ୍ତର୍ଜାତୀୟସ୍ତରରେ ଦମ୍‌ଦାର ପ୍ରଦର୍ଶନ କରି ଶେଫାଲୀ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି। କଟକରେ ଖେଲାଯାଇଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ରିଚା ଦମ୍‌ଦାର ପ୍ରଦର୍ଶନ କରଥିଲେ। ଟ୍ରଫିର ଗୋଟିଏ ମ୍ୟାଚ୍‌ରେ ସେ ୪ ଚୌକା ଓ ୧ ଛକା ସହ ୨୬ ବଲରୁ ୩୬ ରନ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ମଧ୍ୟ ଏକ ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ନୁଝତ ପରବୀନଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଏହି ଟୁର୍ନାମେଣ୍ଟ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆୟୋଜକ ଅଷ୍ଟ୍ରେଲିଆ ସମେତ ଇଂଲଣ୍ଡ ଓ ଭାରତ ଏଥିରେ ଅଂଶଗ୍ରହଣ କରିବେ।
ଟି୨୦ ବିଶ୍ୱକପ୍‌ ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଲୀ ବର୍ମା, ଜେମିମା ରୋଡ୍ରିଗୁଏଜ, ହାର୍ଲିନ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଓ ଅରୁନ୍ଧତୀ ରେଡ୍ଡୀ।
ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମାନ୍ଧାନ, ଶେଫାଲୀ ବର୍ମା, ଜେମିମା ରୋଡ୍ରିଗୁଏଜ, ହାର୍ଲିନ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ ଓ ନୁଝତ ପରବୀନ।


Enter your email to get our daily news in your inbox.

All Right Reserved By Dharitri.Com

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri