ଖେଳ

ମେଡିକାଲରେ ରୋଗୀଙ୍କୁ ଗିଫ୍ଟ ଦେଲେ ଲିଭରପୁଲ ଖେଳାଳି

ମେଲଉଡ,୧୪।୧୨- ଏଠାରେ ଲିଭରପୁଲ ଖେଳାଳି ଟ୍ରେନିଂ ଶେଷ କରିବା ପରେ କୋଚ୍‌ ଜୁର୍ଗେନ କୋପ ସମେତ ପ୍ରାୟ ସମସ୍ତ ଖେଳାଳି ଓ୍ବେଷ୍ଟ ଡର୍ବି ମେଡିକାଲରେ ରୋଗୀ ଓ ଷ୍ଟାଫଙ୍କୁ ଭେଟିଛନ୍ତି। ସେମାନେ ମେଡିକାଲ ୩ଟି ଓ୍ବାଡର୍‌ସ ବୁଲି ଦେଖିଥିଲେ। ସେଠାରେ ଖେଳାଳିମାନେ…

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ପାଲଟିଥିଲା ମାଧ୍ୟମ। ଫେସବୁକରେ ଉଭୟଙ୍କ ଏକମାତ୍ର ମ୍ୟୁଚୁଆଲ…

କ୍ଲାସିକୋ ଲାଗି ମୁତୟନ ହେବେ ୩ ହଜାର ପୋଲିସ

ବାର୍ସିଲୋନା,୧୪।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହରେ ରିଅଲ ମାଡ୍ରିଡ୍‌ ଓ ବାର୍ସିଲୋନା ମଧ୍ୟରେ ଖେଳାଯିବାକୁ ଥିବା କ୍ଲାସିକୋ ମ୍ୟାଚ୍‌ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିନେଇ ପ୍ରାୟ ୩ ହଜାର ପୋଲିସ ଅଫିସର ଓ ସୁରକ୍ଷା କର୍ମଚାରୀ ମୁତୟନ କରାଯିବ ବୋଲି ଲୋକାଲ…

ଆହତ ଭୁବନେଶ୍ୱରଙ୍କ ସ୍ଥାନରେ ଶାର୍ଦ୍ଦୁଳ

ଚେନ୍ନାଇ,୧୪।୧୨(ପି.ଟି.)-ଭାରତୀୟ ପେସର ଭୁବନେଶ୍ୱର କୁମାର ଆହତ ହୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ୨୯ ବର୍ଷୀୟ ଭୁବି ମୁମ୍ବାଇଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ବେଳେ ଆହତ ହୋଇଥିଲେ।…

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌: ସ୍ବିଡେନଠାରୁ ହାରିଲା ଭାରତ

ମୁମ୍ବାଇ, ୧୪ା୧୨ (ପି.ଟି.)- ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି। ସ୍ବିଡେନଠାରୁ ଦଳ ୦-୩ ଗୋଲରେ ହାରିଯାଇଛି। ଭାରତର ରକ୍ଷଣଭାଗ ଖେଳାଳିଙ୍କ ଦୁର୍ବଳତାର ସୁଯୋଗ…

ବାରବାଟୀ ଦିନିକିଆ: ଆଉ ୮ ଦିନ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୧୪ା୧୨- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଏବେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମେତ ରାଜ୍ୟ ସରକାର, ଜିଲା ପ୍ରଶାସନ ମ୍ୟାଚ୍‌କୁ ସୁଚାରୂରୂପେ ଆୟୋଜନ କରିବାକୁ ଉଦ୍ୟମ ଚଳାଇଛନ୍ତି।…

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ

କଟକ ଅଫିସ,୧୪ା୧୨- ବାରବାଟୀ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଆସନ୍ତା ମାର୍ଚ୍ଚରେ ଏଠାରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରଚେଷ୍ଟା ଆରମ୍ଭ କରିଛି। ଏ ନେଇ ଓସିଏ…

ଆଇପିଏଲ ନିଲାମୀରେ ଶୁଭ୍ରାଂଶୁ

କଟକ ଅଫିସ,୧୪ା୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଜଣେ ଓଡ଼ିଆ ପ୍ରତିଭାବାନ ଖେଳାଳି। ଏହି ଖେଳାଳି ଜଣଙ୍କ ହେଲେ ରାଜ୍ୟ ରଣ୍‌ଜୀ ଦଳର ଅଧିନାୟକ ତଥା ଡାହାଣହାତୀ ଧୂଆଁଧାର ବ୍ୟାଟ୍ସମ୍ୟାନ…

ସାହାଣୀ କପ୍‌ ଫୁଟବଲ: ସୁନ୍ଦରଗଡ଼ ଚାମ୍ପିୟନ

ବରଗଡ଼ ଅଫିସ୍‌,୧୪।୧୨ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଶୁକ୍ରବାର ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ୨-୦ ଗୋଲରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ ସୁନ୍ଦରଗଡ଼ର ମୁକେଶ ମିଞ୍ଜ ପ୍ରଥମ…

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨- ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ ଶତକପରେ ଶେଷଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ…

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ପ୍ରି-କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ରାଉଣ୍ଡ ଅଫ୍‌ ୧୬ ବା ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପାଟଣାର ଆଡିକ୍‌ଶନ ସ୍ନୁକର ସେଣ୍ଟରରେ ଚାଲିଥିବା ଏହି ପ୍ରତିଯୋଗିତାରେ ସୁବ୍ରତ ୩-୦ରେ ପୂର୍ବତନ…

୨୦୨୦ରେ ଏଫ୍‌ଆଇଏଚ୍‌ ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ଆରମ୍ଭ କରିବ

ଲଉସେନ,୧୪।୧୨(ପି.ଟି.)- ୨୦୨୦ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶୁକ୍ରବାର ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଆରମ୍ଭ କରିବ। ତେବେ ଏହି ର଼୍ୟାଙ୍କିଙ୍ଗ୍‌ ମ୍ୟାଚ୍‌ ଉପରେ ପର୍ଯ୍ୟବସିତ ହେବ। ପୂର୍ବରୁ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହେଉଥିଲା। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?