ଖେଳ

ବିଶ୍ୱ ହକି ର଼୍ୟାଙ୍କିଙ୍ଗ୍‌: ସର୍ବକାଳୀନ ଶ୍ରେଷ୍ଠ ସ୍ଥାନରେ ଭାରତ

ଲାଉସାନେ, ୩।୩(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ୨୦୦୩ରେ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଲାଗୁ ହେବାଠାରୁ ଭାରତ ପାଇଁ ଏହା ଶ୍ରେଷ୍ଠ ସ୍ଥାନ…

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଦୋହାର ଆସପାୟାର ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି। ଫଳରେ ଏହି ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ…

ଡଚ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ମୀର, ମାନସୀଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨ା୩ (ପି.ଟି.)-ଭାରତୀୟ ବାଳିକା ବ୍ୟାଡ୍‌ମିଣ୍ଟନ ଖେଳାଳି ତସନିମ ମୀର ଏବଂ ମାନସୀ ସିଂ ନେଦରଲାଣ୍ଡ୍ସର ହାର୍ଲେମ୍‌ଠାରେ ଅନୁଷ୍ଠିତ ୟୋନେକ୍ସ ଡଚ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ୨୦୨୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ବାଳିକା ସିଙ୍ଗଲ୍ସରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଡବ୍ଲ୍ୟୁଏଫ୍‌…

ନାଡାଲଙ୍କ ପରେ ଥିଆଗୋ ସର୍ବକନିଷ୍ଠ

ସାଣ୍ଟିଆଗୋ, ୨ା୩ (ଏଏଫ୍‌ପି)-୨୦୦୫ରେ ରାଫାଲ ନାଡାଲଙ୍କ ପରେ ଲାଟିନ୍‌ ଆମେରିକାର କ୍ଲେ କୋର୍ଟ ‘ଗୋଲ୍‌ଡେନ ସୁଇଙ୍ଗ୍‌’ ଟେନିସ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାରେ ବ୍ରାଜିଲର ଥିଆଗୋ ସିବୋଥ୍‌ ଓ୍ବାଇଲ୍ଡ ସର୍ବକନିଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ୧୯ବର୍ଷୀୟ ଥିଆଗୋ ଫାଇନାଲରେ ଦ୍ୱିତୀୟ ସିଡ୍‌ ତଥା…

ଘୁଞ୍ଚିଲା ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ

ନୂଆଦିଲ୍ଲୀ,୨ା୩- ଚାଇନାରୁ ସୃଷ୍ଟ କରୋନା ଭାଇରସ ଯୋଗୁ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ବାତିଲ କିମ୍ବା ସ୍ଥାନାନ୍ତର ହୋଇସାରିଛି। ସଦ୍ୟ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ଭାବେ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ପ୍ରଭାବିତ ହୋଇଛି। ସମ୍ମାନଜନକ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ…

ସେମିରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ୪ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ହାତେଇବା ଆଶା ଉଜ୍ଜୀବିତ ରଖିଛି। ଅଷ୍ଟ୍ରେଲିଆ ସହ ଭାରତ, ଇଂଲଣ୍ଡ ଓ ଦକ୍ଷିଣ…

ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ ଘୋଷଣା

ନୂଆଦିଲ୍ଲୀ,୨ା୩- ଆଗାମୀ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଲାଗି ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଦଳକୁ ସିନିୟର ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡର ଡୁସେନ ଫେରିଛନ୍ତି। ପ୍ରଥମ ପସନ୍ଦ ସ୍ପିନର…

ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ଭାରତୀୟ ମହିଳା ଦଳର ଉପହାର

ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ସୋମବାର ଅନୁଷ୍ଠିତ ଗ୍ରୁପ୍‌ ଏ’ର ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ୯ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସତ୍ତ୍ୱେ ଶ୍ରୀଲଙ୍କା ଦଳ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ଏଥିସହ ଦଳର ସବୁଠୁ ସିନିୟର ଖେଳାଳି…

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ ଉତ୍ତେଜନାମୂଳକ ପ୍ରତିକ୍ରିୟା ଦେଇଥିଲେ। ଏ ଘଟଣାରେ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେଙ୍କ କିଛି ଅସୁବିଧା…

ଚେନ୍ନାଇରେ ଧୋନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚେନ୍ନାଇ,୨ା୩- ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସୋମବାର ଚେନ୍ନାଇରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ସେ ଏଠାକୁ ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଫିସିଆଲ ଟୁଇଟର ପେଜରେ…

ରିୟଲ ମାଡ୍ରିଡ୍‌ ଜିତିଲା ଏଲ କ୍ଲାସିକୋ

ମାଡ୍ରିଡ୍‌,୨ା୩- ବିଶ୍ୱ ଫୁଟବଲର ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଲବ ମ୍ୟାଚ୍‌ ଏଲ କ୍ଲାସିକୋରେ ରିୟଲ ମାଡ୍ରିଡ୍‌ ବିଜୟୀ ହୋଇଛି। ମାଡ୍ରିଡ୍‌ ୨-୦ ଗୋଲରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ହରାଇ ଦେଇଛି। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ମାଡ୍ରିଡ୍‌ ଦଳ ପ୍ରଥମର ଥର ପାଇଁ କ୍ଲାସିକୋ…

ଟେଷ୍ଟ ସିରିଜ୍‌ ପୋଛିଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨ା୩- ତାରକା ଖଚିତ ଭାରତୀୟ ଦଳ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନ୍ୟୁଜିଲାଣ୍ଡ ପୋଛି ନେଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ୩ ଦିନରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ୭ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?