ଖେଳ

ତୁର୍କୀ ବକ୍ସର କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍‌, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍‌ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍‌ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫିକେଶନ ପ୍ରତିଯୋଗିତାରୁ ଏହି ଦୁଇ ଜଣ ଫେରିଥିଲେ। ତୁର୍କିଶ ବକ୍ସିଂ...

ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍‌-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଡକାଯାଇଛି। ଏଥିରେ ସଦସ୍ୟମାନେ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା...

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ନିଷ୍ପତ୍ତି ନେବା ପରେ କୋଚ୍‌ମାନେ ଦାୟିତ୍ୱରେ...

କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍‌ସିଏ

ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିବ। ଏମ୍‌ସିଏ ସମ୍ପାଦକ ସଞ୍ଜୟ ନାଏକ ଏ ନେଇ...

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏବେ ଆଥଲେଟମାନେ ସେମାନଙ୍କ ପ୍ରାୟୋଜକ ନେଇ...

ସେଲ୍‌ଫ ଆଇସୋଲେଶନରେ ବିଶ୍ୱ ଚାମ୍ପିୟନ ଜୋଶୁଆ

ଲଣ୍ଡନ,୨୬।୩- ବିଶ୍ୱ ହେବିଓ୍ବେଟ ବକ୍ସିଂ ଚାମ୍ପିୟନ ଆନ୍ଥୋନୀ ଜୋଶୁଆ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଛନ୍ତି। ସେ କରୋନାରେ ପୀଡ଼ିତ ପ୍ରିନ୍ସ ଚାଲର୍‌ସଙ୍କୁ ଭେଟିଥିଲେ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବଡ଼ ପୁଅ ପ୍ରିନ୍ସ ଚାଲର୍‌ସଙ୍କଠାରେ ପ୍ରଥମେ ଲକ୍ଷଣ ଦେଖା ଦେଇଥିଲା।...

ତେଲେଙ୍ଗନା, ଆନ୍ଧ୍ରକୁ ସିନ୍ଧୁଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୬।୩(ପି.ଟି.)- କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଅଲିମ୍ପିକ୍ସ ପଦକ ବଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ...

ବିଶ୍ୱକପ୍‌ ଖେଳି ନ ଥିବା ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ

କ୍ରିକେଟରଙ୍କ ପାଇଁ ବିଶ୍ୱକପ୍‌ ଖେଳିବା ଏକ ସମ୍ମାନର ବିଷୟ। କ୍ରିକେଟ ଇତିହାସରେ କିଛି ଏଭଳି ମହାନ ଖେଳାଳି ଅଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଦଳରେ ଥିଲେ, ହେଲେ ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ। ଏହି ଧାରାରେ ପ୍ରଥମେ...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାମାନେ ଏକ ଦିନର ଦରମା ପ୍ରଦାନ କରିବା ନେଇ ଚେୟାରମ୍ୟାନ ଇଶାନ ମାନି...

କୋରାନା ନେଲା କିମ୍ବଦନ୍ତୀ ଫୁଟବଲଙ୍କ ଜୀବନ

ଲଣ୍ଡନ,୨୬।୩- ମାରାତ୍ମକ କରୋନା ଭାଇରସ ଯୋଗୁ ସୋମାଲିଆର କିମ୍ବଦନ୍ତୀ ଫୁଟବଲ ଖେଳାଳି ଅବଦୁଲକାଦିର ମହମ୍ମଦ ଫାରାଙ୍କ ମୃତ୍ୟୁ ଘଟିଛି। ଏ ନେଇ କନଫେଡେରେଶନ ଅଫ୍‌ ଆଫ୍ରିକାନ ଫୁଟବଲ (ସିଏଏଫ୍‌) ଓ ସୋମାଲିଆ ଫୁଟ୍‌ବଲ ଫେଡେରେଶନ (ଏସ୍‌ଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି।...

ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌କୁ ସାମୟିକ ସ୍ଥିର ରଖାଯାଇପାରେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.): କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଫଳ ସ୍ବରୂପ ବିଶ୍ୱ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବର୍ତ୍ତମାନ ପାଇଁ ସ୍ଥିର ରଖିବା ଲାଗି ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବିଚାର କରିପାରେ।...

୧ ନିୟୁତ ଡଲାର ଦାନ କଲେ ଫେଡରର

ଜେନେଭା,୨୬ା୩ (ଏଏଫ୍‌ପି)-ସୁଇଜରଲାଣ୍ଡରେ କରୋନା ଭାଇରସ୍‌ ଜନିତ ସଂକଟ ଦେଖା ଦେଇଥିବାବେଳେ ଷ୍ଟାର ଟେନିସ୍‌ ଖେଳାଳି ରୋଜର ଫେଡରର ସହାୟତାର ହାତ ବଢାଇଛନ୍ତି। କୋଭିଡ୍‌-୧୯ର ମୁକାବିଲା ପାଇଁ ୨୦ଥର ଗ୍ରାଣ୍ଡସ୍ଲାମ ବିଜେତା ଓ ତାଙ୍କ ସ୍ତ୍ରୀ ମିକା ଏକ ନିୟୁତ ସୁଇସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri