Posted inଖେଳ

ତୁର୍କୀ ବକ୍ସର କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍‌, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍‌ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍‌ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫିକେଶନ ପ୍ରତିଯୋଗିତାରୁ ଏହି ଦୁଇ ଜଣ ଫେରିଥିଲେ। ତୁର୍କିଶ ବକ୍ସିଂ ଫେଡେରଶନ ତରଫରୁ ଏହି ସୂଚନା ଦିଆଯାଇଛି। ଫେଡେରଶନର କହିବା ଅନୁସାରେ ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେବା ଲାଗି ତାଙ୍କ ବକ୍ସିଂ ଦଳ ମାର୍ଚ୍ଚ ୩ରୁ ଶିଫିଲ୍ଡରେ ଏକ ଟ୍ରେନିଂ କ୍ୟାମ୍ପରେ ଥିଲା। ସେଠାରୁ ମାର୍ଚ୍ଚ ୧୧ରେ ଲଣ୍ଡନ ଯାତ୍ରା କରିଥିଲା। ସମସ୍ତ ଟିମ୍‌ ଗୋଟିଏ ହୋଟେଲରେ ଅବସ୍ଥାନ କରିଥିଲେ। ସରକାରୀ ସଂଗଠନ ଏଆଇବିଏ ଏହାର ପ୍ରତିଯୋଗିତାକୁ ସସ୍‌ପେଣ୍ଡ କରିଥିବାରୁ ଆଇଓସି ତରଫରୁ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ତୁର୍କୀଶ ଟିମ୍‌ ମାର୍ଚ୍ଚ ୧୫ ଓ ୧୬ରେ ପ୍ରତିଯୋଗିତାରେ ଭାଗ ନେଇଥିଲା। ଆଇଓସି ପ୍ରତିଯୋଗିତା ସ୍ଥଗିତ ରଖିବା ପରେ ମାର୍ଚ୍ଚ ୧୭ରେ ଟିମ୍‌ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ଦସଦଳର ସମସ୍ତ ସଦସ୍ୟଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଗୁଲର ଓ ଡମ୍‌ଲୁପିନାର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣ ବକ୍ସର ଜ୍ୱରରେ ପୀଡ଼ିତ ଥିବା ଜଣାଇବା ପରେ ତାଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଫଳାଫକଳୁ ଅପେକ୍ଷା କରାଯାଇଥିବା ଫେଡେରେଶନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri