Posted inଖେଳ

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ନିଷ୍ପତ୍ତି ନେବା ପରେ କୋଚ୍‌ମାନେ ଦାୟିତ୍ୱରେ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଅଲିମ୍ପିକ ପ୍ରସ୍ତୁତି ପାଇଁ କୋଚ୍‌ମାନେ ଆହୁରି ଗୋଟିଏ ବର୍ଷ ଦାୟିତ୍ୱରେ ରହି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବେ।
ଏହି କୋଚ୍‌ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ମହିଳା ରେସଲିଂ କୋଚ୍‌ ଆଣ୍ଡ୍ୟୁ କୁକ୍‌, ଶୁଟିଂ କୋଚ୍‌ ପାଭେଲ ମୀରନୋଭ, ଦୁଇ ବକ୍ସିଂ କୋଚ୍‌ ସାଣ୍ଟିଆଗୋ ନିଏଭା ଓ ରାଫାଏଲେ ବେର୍ଗାମାସ୍କୋ, ଆଥଲେଟିକ୍ସ ହାଇ ପରଫର୍ମାନ୍ସ ଡିରେକ୍ଟର ଭୋଲକେର ହରମ୍ୟାନ। ଏମାନଙ୍କର ଚୁକ୍ତି ଅଲିମ୍ପିକ୍ସ ପରେ ଶେଷ ହେବାର ଥିଲା। ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ମାନଙ୍କ ପାଉଣା ପ୍ରଦାନ କରିଥାଏ। କ୍ରୀଡ଼ା ଓ ଖେଳାଳିମାନଙ୍କ ସ୍ବାର୍ଥକୁ ଲକ୍ଷ୍ୟ କରି କୋଚ୍‌ଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବାରେ କୌଣସି ସମସ୍ୟା ନାହିଁ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସମ୍ପାଦକ ଭି.ଏନ. ପ୍ରସୁଦ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୨୧ ଦିନିଆ ଲକ୍‌ ଡାଉନ ସମାପ୍ତ ହେଲେ ସ୍ଥିତି ସ୍ପଷ୍ଟ ହେବ ବୋଲି ପ୍ରସୁଦ କହିଛନ୍ତି। ସେହିପରି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ), ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଯେଉଁ ବିଦେଶୀ କୋଚ୍‌ମାନେ ଆମ ସହିତ ଜଡିତ ରହିଆସୁଛନ୍ତି ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ବିଏଫ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ କେତେ ସପ୍ତାହ ମଧ୍ୟରେ ଏ ନେଇ ଲେଖାପଢା ହେବ ବୋଲି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲା କହିଛନ୍ତି।
ସେହିପରି ପୁରୁଷ ଓ ମହିଳ ହକି ଦଳର ବିଦେଶୀ କୋଚ୍‌ ଓ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ ଚୁକ୍ତି ବୃଦ୍ଧି କରିବାକୁ ସାଇକୁ ଅନୁରୋଧ କରାଯାଇଛି ବୋଲି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କହିଛନ୍ତି। ସବୁ ବିଦେଶୀ କୋଚ୍‌ଙ୍କ ସହ ଆମେ ଆଲୋଚନ କରିଛୁ ଓ ସେମାନେ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସମର୍ପିତ ବୋଲି ନର୍ମାନ କହିଛନ୍ତି। ଏପର୍ଯ୍ୟନ୍ତ ଅଲିମ୍ପିକ୍ସ ପାଇଁ ୮୦ଜଣ ଭାରତୀୟ ଆଥଲେଟ୍‌ ଯୋଗ୍ୟତା ହାସଲ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେଲେ ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଆଥଲେଟମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri