ଅଶ୍ୱିନ୍ଙ୍କୁ ସଫଳତା: ଲଞ୍ଚ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସ୍କୋର ୯୪/୩
ନୂଆଦିଲ୍ଲୀ,୧୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନର ଲଞ୍ଚ ପର୍ଯ୍ୟନ୍ତ ୩ ଉଇକେଟ୍ ହରାଇ ୯୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍ରେ କଙ୍ଗାରୁ ଦଳ…
ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ
ଭାରତର ତାରକା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତି ଅନୁଯାୟୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଛନ୍ତି। ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉଭୟଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଅଗସ୍ତ୍ୟ।…
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ନୂଆଦିଲ୍ଲୀ,୧୭।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ଚେତନ ଶର୍ମା ଇସ୍ତଫା ପତ୍ର ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଥିବା ସୂଚନା…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୧୭।୨: ଭାର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀର ପିଚ ପ୍ରଥମ ଦିନରେ ବ୍ୟାଟିଂ କରିବା…
ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର
କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର ଦୃଢ ସ୍ଥିତିରେ ରହିଛି। ସୌରାଷ୍ଟ୍ର ପାଇଁ ଗ୍ରୀନ୍ ଟ୍ରାକ ପ୍ରସ୍ତୁତ କରିବା ବେଙ୍ଗଲ ପାଇଁ…
କ୍ଷମା ମାଗିଲା ଆଇସିସି
ଦୁବାଇ, ୧୭ା୨(ପି.ଟି.):ଟେଷ୍ଟ ଟିମ୍ ର଼୍ୟାଙ୍କିଙ୍ଗରେ ବୈଷୟିକ ତ୍ରୁଟି ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ଷମା ମାଗିଛି। ବୁଧବାର ପ୍ରଥମେ ଭାରତକୁ ନମ୍ବର ୧ ଟେଷ୍ଟ ଦଳ ଭାବେ ଘୋଷଣା କରିବାର କିଛି ସମୟ ପରେ ଏହାର ଅପ୍ଡେଟ୍ ତାଲିକାରେ ରୋହିତ…
ଟପ୍ ଅର୍ଡର ଚିନ୍ତାରେ ଭାରତ
ନୂଆଦିଲ୍ଲୀ,୧୭ା୨(ପି.ଟି):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହେବ। ଭାରତ ଏହି ମ୍ୟାଚ୍ ପାଇଁ ଫେଭରିଟ୍ ରହିଥିବା ବେଳେ ଟପ୍ ଅର୍ଡର ବ୍ୟାଟିଂକୁ…
ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ
ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି):ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି…
ଫୁଟ୍ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ
କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୧୯୫୦ ଦଶକରୁ ୬୦ ଦଶକ ମଧ୍ୟରେ ଭାରତୀୟ ଫୁଟବଲର ଶ୍ରେଷ୍ଠ ସମୟରେ ବଳରାମ,…
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ନୂଆଦିଲ୍ଲୀ,୧୬।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍…
କ୍ରିକେଟରଙ୍କୁ ଆକ୍ରମଣ ମାମଲା: ମହିଳା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ମୁମ୍ବାଇ,୧୬।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସପନା ଗିଲ ଗିରଫ ହୋଇଛନ୍ତି। ଗୁରୁବାର ଓଶିୱାଡା ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’…
୧୦୦ତମ ଟେଷ୍ଟ ଖେଳିବେ ପୂଜାରା: ୧୩ତମ ଭାରତୀୟ ଖେଳାଳି ଭାବେ…
ନୂଆଦିଲ୍ଲୀ,୧୬।୨: ଟିମ୍ ଇଣ୍ଡିଆର ‘ନ୍ୟୁ ଓ୍ବାଲ୍’ ଭାବରେ ସାରା ବିଶ୍ୱରେ ଜଣାଶୁଣା ଚେତେଶ୍ୱର ପୂଜାରା ତାଙ୍କ କ୍ରିକେଟ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳିବେ। ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରେ ଏହି ୩୫…

