Posted inଖେଳ

ଦେଢ଼ ବର୍ଷ ପରେ ରାହାନେ ଫେରିଲେ

ନୂଆଦିଲ୍ଲୀ,୨୬ା୪(ପି.ଟି): ମଙ୍ଗଳବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳକୁ ଦୀର୍ଘ ଦେଢ ବର୍ଷ ପରେ ଅଜିଙ୍କ୍ୟ ରାହାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ଥିବା ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ କୁଲଦୀପ ଯାଦବ ବାଦ୍‌ ପଡିଛନ୍ତି। ରିହାବ୍‌ରେ ରହିଥିବା ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଏକଦା ଭାରତୀୟ ଟେଷ୍ଟ ବ୍ୟାଟିଂ ଲାଇନ୍‌ ଅପର ଅଭିନ୍ନ ଅଙ୍ଗ ରହିଥିବା ରାହାନେ ଘରୋଇ କ୍ରିକେଟ ଓ ଆଇପିଏଲରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଣ୍ଡନର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜୁନ୍‌ ୭ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ। ବିସିସିଆଇର ୫ ଜଣିଆ ଚୟନ କମିଟି, ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ସମ୍ପାଦକ ଜୟ ଶାହାଙ୍କ ମଧ୍ୟରେ ସୋମବାର ସନ୍ଧ୍ୟାରେ ଏକ ବୈଠକ ପରେ ଏହି ଟିମ୍‌କୁ ଚୟନ କରାଯାଇଛି। ଦୀର୍ଘ ୧୫ ମାସ ପରେ ରାହାନେ ଭାରତୀୟ ଦଳକୁ ପୁନର୍ବାର ଡାକରା ପାଇଛନ୍ତି। ଘରୋଇ କ୍ରିକେଟରେ ମୁମ୍ବାଇର ନେତୃତ୍ୱ ନେଉଥିବା ରାହାନେ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍‌ରୁ ୫୭.୬୩ର ଆଭରେଜ ସହିତ ୬୩୪ ରନ୍‌ ସ୍କୋର କରିଥିଲେ। ଚଳିତ ଆଇପିଏଲ୍‌ରେ ସେ ଅଦ୍ୟାବଧି ୧୯୦ରୁ ଅଧିକ ଷ୍ଟ୍ରାଇକରେଟରେ ରନ୍‌ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ସେନା(ସାଉଥ୍‌ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ରାଷ୍ଟ୍ରରେ ଖେଳିବାରେ ରାହାନେଙ୍କ ଅଭିଜ୍ଞତା କାରଣରୁ ତାଙ୍କୁ ଚୟନ କରାଯାଇଛି। ଶେଷ ଥର ପାଇଁ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାନୁୟାରୀ ୨୦୨୨ରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।
ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳରେ ଅନ୍ୟ ଖେଳାଳି ଆପାତତଃ ସମାନ ରହିଛନ୍ତି। କୌଣସି ଖେଳାଳିଙ୍କୁ ଉପଅଧିନାୟକ ଭାବରେ ନିଯୁକ୍ତ କରାଯାଇ ନ ଥିବା ବେଳେ ଚେତେଶ୍ୱର ପୂଜାରାଙ୍କୁ ଏହି ଦାୟିତ୍ୱ ମିଳିପାରେ। ପୂଜାରା ବର୍ତ୍ତମାନ ଇଂଲିଶ କାଉଣ୍ଟି ଦଳ ସସେକ୍ସର ନେତୃତ୍ୱ ନେଉଛନ୍ତି। ଶ୍ରୀକର ଭରତ ଏକମାତ୍ର ସ୍ପେଶାଲିଷ୍ଟ ଉଇକେଟ କିପର ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ଇଶାନ୍‌ କିଶନ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ମାତ୍ର ଗୋଟିଏ ଟେଷ୍ଟ ଖେଳିବାକୁ ଥିବାରୁ ଦ୍ୱିତୀୟ ଉଇକେଟକିପର ନିଆଯାଇ ନାହିଁ। ଫର୍ମ ସହିତ ସଂଘର୍ଷ କରୁଥିବା ଲୋକେଶ ରାହୁଲ ଯଦି ଉଇକେଟ କିପିଂ କରିବେ ତେବେ ଅତିରିକ୍ତ ବ୍ୟାଟର ଭାବରେ ଅଜିଙ୍କ୍ୟ ରାହାନେ ଟିମ୍‌ରେ ସ୍ଥାନ ପାଇପାରିବେ। ଭାରତୀୟ ଦଳରେ ୪ ଜଣ ବୋଲିଂ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି। ରବିଚନ୍ଦ୍ରନ ଅଶ୍ୱିନ୍‌, ଶାର୍ଦ୍ଦୂଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଏହି ୧୫ ଜଣିଆ ଦଳରେ ସ୍ଥାନ ମିଳିଛି। ଓଭାଲର ପରିସ୍ଥିତି ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ସ୍ପିନରଙ୍କୁ ସାମାନ୍ୟ ସୁହାଇଥାଏ। ତେଣୁ ଭାରତ ୩ ପେସ୍‌ ଓ ଦୁଇ ଜଣ ସ୍ପିନ୍‌ ବୋଲରଙ୍କ ସହିତ ଖେଳିପାରେ। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳଙ୍କ ଉପରେ ପେସ୍‌ ବୋଲିଂ ଭାର ରହିବ। ଶାର୍ଦ୍ଦୂଳଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ପଞ୍ଚମ ସିମ୍‌ ବୋଲର ଭାବରେ ରହିଥିବା ଜୟଦେବ ଉନାଡକଟଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍‌ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଲୋକେଶ ରାହୁଲ, ଶ୍ରୀକର ଭରତ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡ୍‌କଟ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri