Posted inଖେଳ

ଦେଢ଼ ବର୍ଷ ପରେ ରାହାନେ ଫେରିଲେ

ନୂଆଦିଲ୍ଲୀ,୨୬ା୪(ପି.ଟି): ମଙ୍ଗଳବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳକୁ ଦୀର୍ଘ ଦେଢ ବର୍ଷ ପରେ ଅଜିଙ୍କ୍ୟ ରାହାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ଥିବା ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ କୁଲଦୀପ ଯାଦବ ବାଦ୍‌ ପଡିଛନ୍ତି। ରିହାବ୍‌ରେ ରହିଥିବା ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଏକଦା ଭାରତୀୟ ଟେଷ୍ଟ ବ୍ୟାଟିଂ ଲାଇନ୍‌ ଅପର ଅଭିନ୍ନ ଅଙ୍ଗ ରହିଥିବା ରାହାନେ ଘରୋଇ କ୍ରିକେଟ ଓ ଆଇପିଏଲରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଣ୍ଡନର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜୁନ୍‌ ୭ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ। ବିସିସିଆଇର ୫ ଜଣିଆ ଚୟନ କମିଟି, ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ସମ୍ପାଦକ ଜୟ ଶାହାଙ୍କ ମଧ୍ୟରେ ସୋମବାର ସନ୍ଧ୍ୟାରେ ଏକ ବୈଠକ ପରେ ଏହି ଟିମ୍‌କୁ ଚୟନ କରାଯାଇଛି। ଦୀର୍ଘ ୧୫ ମାସ ପରେ ରାହାନେ ଭାରତୀୟ ଦଳକୁ ପୁନର୍ବାର ଡାକରା ପାଇଛନ୍ତି। ଘରୋଇ କ୍ରିକେଟରେ ମୁମ୍ବାଇର ନେତୃତ୍ୱ ନେଉଥିବା ରାହାନେ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍‌ରୁ ୫୭.୬୩ର ଆଭରେଜ ସହିତ ୬୩୪ ରନ୍‌ ସ୍କୋର କରିଥିଲେ। ଚଳିତ ଆଇପିଏଲ୍‌ରେ ସେ ଅଦ୍ୟାବଧି ୧୯୦ରୁ ଅଧିକ ଷ୍ଟ୍ରାଇକରେଟରେ ରନ୍‌ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ସେନା(ସାଉଥ୍‌ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ରାଷ୍ଟ୍ରରେ ଖେଳିବାରେ ରାହାନେଙ୍କ ଅଭିଜ୍ଞତା କାରଣରୁ ତାଙ୍କୁ ଚୟନ କରାଯାଇଛି। ଶେଷ ଥର ପାଇଁ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାନୁୟାରୀ ୨୦୨୨ରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।
ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳରେ ଅନ୍ୟ ଖେଳାଳି ଆପାତତଃ ସମାନ ରହିଛନ୍ତି। କୌଣସି ଖେଳାଳିଙ୍କୁ ଉପଅଧିନାୟକ ଭାବରେ ନିଯୁକ୍ତ କରାଯାଇ ନ ଥିବା ବେଳେ ଚେତେଶ୍ୱର ପୂଜାରାଙ୍କୁ ଏହି ଦାୟିତ୍ୱ ମିଳିପାରେ। ପୂଜାରା ବର୍ତ୍ତମାନ ଇଂଲିଶ କାଉଣ୍ଟି ଦଳ ସସେକ୍ସର ନେତୃତ୍ୱ ନେଉଛନ୍ତି। ଶ୍ରୀକର ଭରତ ଏକମାତ୍ର ସ୍ପେଶାଲିଷ୍ଟ ଉଇକେଟ କିପର ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ଇଶାନ୍‌ କିଶନ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ମାତ୍ର ଗୋଟିଏ ଟେଷ୍ଟ ଖେଳିବାକୁ ଥିବାରୁ ଦ୍ୱିତୀୟ ଉଇକେଟକିପର ନିଆଯାଇ ନାହିଁ। ଫର୍ମ ସହିତ ସଂଘର୍ଷ କରୁଥିବା ଲୋକେଶ ରାହୁଲ ଯଦି ଉଇକେଟ କିପିଂ କରିବେ ତେବେ ଅତିରିକ୍ତ ବ୍ୟାଟର ଭାବରେ ଅଜିଙ୍କ୍ୟ ରାହାନେ ଟିମ୍‌ରେ ସ୍ଥାନ ପାଇପାରିବେ। ଭାରତୀୟ ଦଳରେ ୪ ଜଣ ବୋଲିଂ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି। ରବିଚନ୍ଦ୍ରନ ଅଶ୍ୱିନ୍‌, ଶାର୍ଦ୍ଦୂଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଏହି ୧୫ ଜଣିଆ ଦଳରେ ସ୍ଥାନ ମିଳିଛି। ଓଭାଲର ପରିସ୍ଥିତି ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ସ୍ପିନରଙ୍କୁ ସାମାନ୍ୟ ସୁହାଇଥାଏ। ତେଣୁ ଭାରତ ୩ ପେସ୍‌ ଓ ଦୁଇ ଜଣ ସ୍ପିନ୍‌ ବୋଲରଙ୍କ ସହିତ ଖେଳିପାରେ। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳଙ୍କ ଉପରେ ପେସ୍‌ ବୋଲିଂ ଭାର ରହିବ। ଶାର୍ଦ୍ଦୂଳଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ପଞ୍ଚମ ସିମ୍‌ ବୋଲର ଭାବରେ ରହିଥିବା ଜୟଦେବ ଉନାଡକଟଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍‌ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଲୋକେଶ ରାହୁଲ, ଶ୍ରୀକର ଭରତ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡ୍‌କଟ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?