Posted inଖେଳ

ମୁମ୍ବାଇକୁ ହରାଇବା ଗୁଜରାଟର ଲକ୍ଷ୍ୟ…

ଅହମଦାବାଦ,୨୫।୪ : ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ତିନି ମ୍ୟାଚର ବିଜୟ ଧାରାକୁ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ଅଟକାଇଥିଲା। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଅହମଦାବାଦରେ ନିଜ ଘରୋଇ ପଡିଆ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସକୁ ଭେଟିବ। ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ରନରେ ଜିତି ଗୁଜରାଟକୁ ପରାଜିତ କରିଥିଲା।
ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ଗୁଜରାଟର ମୁମ୍ବାଇ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିବାର ସୁଯୋଗ ରହିଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଗୁଜରାଟ ବ୍ୟାଟ୍ସମ୍ୟାନଙ୍କ ଉପରେ ବହୁତ ଚାପ ପଡ଼ିବ।

ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ଥିବାରୁ ଗୁଜରାଟକୁ ଏହି ସିଜିନରେ ସମାଲୋଚନା କରାଯାଉଛି। ତେବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ଶେଷ ମ୍ୟାଚରେ ମୋହିତ ଶର୍ମାଙ୍କ ଚମତ୍କାର ଓଭର ଦ୍ୱାରା ସାତ ରନରେ ବିଜୟ ହାସଲ କରିଥିଲା। ମୋହିତ ତାଙ୍କର ବିଭିନ୍ନ ରେନ୍ଥର ବୋଲିଂ ସହାୟତାରେ ଶେଷ ଓଭରରେ ୧୨ ରନ ରକ୍ଷା କରିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଗୁଜରାଟ ଟାଇଟାନ୍ସର ପ୍ଲେଇଙ୍ଗ ୧୧ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମହମ୍ମଦ ଶାମି, ଅଲଜାରି ଜୋସେଫ, ମୋହିତ ଶର୍ମା ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, ତିଲକ ଭର୍ମା, ଅର୍ଜୁନ ତେନ୍ଦୁଲକର, ହ୍ରିତିକ ଶୋକିନ, ଜୋଫ୍ରା ଆର୍ଚ୍ଚର, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ ପ୍ରମୁଖ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri