୬ ହଜାର ପୃଷ୍ଠାର ଦସ୍ତାବିଜ୍ ମୁଣ୍ଡରେ ବୋହି ଏନ୍ଏଚ୍ଡିସି କାର୍ଯ୍ୟାଳୟ ପହଞ୍ଚିଲେ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ
ଖଣ୍ଡଓ୍ବା,୮।୬: ମଧ୍ୟପ୍ରଦେଶ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ ୬ ହଜାର ପୃଷ୍ଠାର ଦସ୍ତାବିଜ୍ ମୁଣ୍ଡରେ ବୋହି ଏନ୍ଏଚ୍ଡିସି କାର୍ଯ୍ୟାଳୟ ପହଞ୍ଚିଛନ୍ତି। ଏସବୁ ୮ଟି ବଡ଼ ବ୍ୟାଗ୍ରେ ରଖାଯାଇଥିବା କୁହାଯାଉଛି। ଏଥିରେ ଏକ ହଜାର ୧୧ ପରିବାର ନିଜର ଭିଟାମାଟି ହରାଇଥିଲେ। ସେମାନେ ଜମି…
ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର: ମୋଦି
ତିରୁଭାନନ୍ତପୁରମ୍,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେରଳରେ ଭାଜପା ଖାତା ଖୋଲି ନ ଥିଲେ ମଧ୍ୟ ଏଠାକାର ଅଞ୍ଚଳ ମୋର ଅତି ଆପଣାର। ଯେପରି ବାରାଣସୀ ଭଳି କେରଳ ମଧ୍ୟ ମୋର…
ଭାରତକୁ ବିଭାଜନ କରିବା ପାଇଁ ମୋଦି ଲୋକଙ୍କ ମଧ୍ୟରେ ବୁଣୁଛନ୍ତି ଘୃଣାର ବିଷ ମଞ୍ଜି: ରାହୁଲ
ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଓ୍ବାୟନାଡ୍ ଗସ୍ତ ସମୟରେ କାଲାପେଟ୍ଟାଠାରେ…
ପିତାଙ୍କ ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ଜଗନ ମୋହନ
ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ଅମରାବତୀଠାରେ ଥିବା ସଚିବାୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ପ୍ରଥମେ ସେ ସଚିବାଳୟରେ ପହଞ୍ଚିବା ପରେ ସେଠାରେ ଥିବା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ…
ଉତ୍ତରପ୍ରଦେଶ ରାଜନୀତିରେ ଝଡ଼: ଯୋଗୀଙ୍କ ପ୍ରେମିକା ବୋଲି ଦାବି କଲେ ମହିଳା
ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ ଯୋଗୀଙ୍କର ସମ୍ପର୍କ ଥିବା ସେ ଅଭିଯୋଗ କହିଛନ୍ତି। ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଥିବା…
କେବଳ ମଣିଷ ନୁହେଁ ବନ୍ୟଜୀବଙ୍କ ଉପରେ ପଡୁଛି ଗ୍ରୀଷ୍ମର ପ୍ରଭାବ: ମଧ୍ୟ ପ୍ରଦେଶ ଜଙ୍ଗଲରେ ୧୫ ମାଙ୍କଡ ମୃତ
ଦଓ୍ବୋସ,୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମାସ୍ୟା ୧୮ ମାଙ୍କଡଙ୍କ ଜୀବନ ନେଇଛି। ମଧ୍ୟପ୍ରଦେଶ ଦଓ୍ବୋସର ବଗଲି ବନଖଣ୍ଡରେ ଥିବା ଯୋଶୀ ବାବା ଜଙ୍ଗଲରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ସମସ୍ୟା ଦେଖାଯେଇଛି। ଫଳରେ ଗତ କିଛି ଦିନ…
ନ୍ୟାୟ ପାଇଁ ଗଛରେ ମୃତଦେହକୁ ବାନ୍ଧି ରଖିଛନ୍ତି ଗୁଜରାଟର ଆଦିବାସୀ
ହିମ୍ମତନଗର,୮।୬: ଗୁଜରାଟର ଆଦିବାସୀ ଅଞ୍ଚଳରେ ବହୁ ପୀଢ଼ି ଧରି ‘ଚଡୋତରୁ’ ପରମ୍ପରା ଚାଲିଆସିଛି। ଉକ୍ତ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥାଏ। ତା’ହେଲେ ମୃତଙ୍କ ପରିବାର ଲୋକେ ନ୍ୟାୟ ଓ ସହୟତା ରାଶି ପାଇବା ପାଇଁ ମୃତଦେହକୁ ଏକ…
ଡ୍ରୋନ୍ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ
ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି। ତେହରି ହସ୍ପିଟାଲର ଡାକ୍ତର କହିଛନ୍ତି ସଫଳତାର ସହ ଏହି ସାମ୍ପଲ ପହଞ୍ଚିଯାଇଛି। ଉଭୟ ହସ୍ପିଟାଲର…
ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ
ଥିରୁଭାନନ୍ତପୁରମ୍,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଛନ୍ତି। ଏଠାରେ ‘ତୁଲା ଭରଣ’ର ପୂଜା ପରମ୍ପରା ରହିଛି। ଏଥିପାଇଁ ମୋଦିଙ୍କୁ ପଦ୍ମ…
ବୋହୂ ବାଡେଇଲେ ଶାଶୁଙ୍କୁ: ନାତୁଣୀ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ
ହରିୟାଣା,୮।୬: ମହେନ୍ଦ୍ରଗଡ଼ର ନିଓ୍ବାଜ ନଗର ଗାଁରେ ଜଣେ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ବୋହୂ ଶାଶୁଙ୍କୁ ବାଡେଇବା ସମୟରେ ନାତୁଣୀ ଏହାର ଭିଡିଓ ରେକର୍ଡିଂ କରିବା…
୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ଭାଜପା: ରାମ ମାଧବ
ଅଗରତାଲା,୮।୬: ଦେଶରେ କଂଗ୍ରେସ ଦଳ ନାମରେ ଅଧିକ ସମୟ ଧରି କ୍ଷମତାରେ ରହିବାର ରେକର୍ଡ ଅଛି। ତେବେ ଏହି ରେକର୍ଡ ଭାଜପା ଭାଙ୍ଗିବା ସହିତ ୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ। ଏନେଇ ତ୍ରିପୁରାର ଅଗରତାଲାରେ ଆୟୋଜିତ ଏକ ସଭାରେ ରାମ ମାଧବ…
ଭାରତୀୟ ସେନାରେ ଯୋଗ ଦେଲେ ୩୮୨ ଅଧିକାରୀ
ଡେରାଡୁନ୍,୮।୬: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ(ଆଇଏମ୍ଏ)ରେ ଏକ ପାସିଂ ଆଉଟ୍ ପରେଡ୍ ପରେ ୩୮୨ ଜଣ ଅଧିକାରୀ ଭାରତୀୟ ସେନାରେ ଶନିବାର ଯୋଗ ଦେଇଥିବା ସୂଚନା ମିଳିଛି। ଲ୍ୟୁଟନାଣ୍ଟ ଜେନରାଲ ଚେରିଶ ମ୍ୟାଥସନ୍, ଜେନେରାର ଅଫିସର କମାଣ୍ଡିଙ୍ଗ-ଇନ୍-ଚିଫ୍, ସାଉଥ୍…

