Posted inଜାତୀୟ

ନ୍ୟାୟ ପାଇଁ ଗଛରେ ମୃତଦେହକୁ ବାନ୍ଧି ରଖିଛନ୍ତି ଗୁଜରାଟର ଆଦିବାସୀ

ହିମ୍ମତନଗର,୮।୬: ଗୁଜରାଟର ଆଦିବାସୀ ଅଞ୍ଚଳରେ ବହୁ ପୀଢ଼ି ଧରି ‘ଚଡୋତରୁ’ ପରମ୍ପରା ଚାଲିଆସିଛି। ଉକ୍ତ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥାଏ। ତା’ହେଲେ ମୃତଙ୍କ ପରିବାର ଲୋକେ ନ୍ୟାୟ ଓ ସହୟତା ରାଶି ପାଇବା ପାଇଁ ମୃତଦେହକୁ ଏକ ନିମ୍ବ ଗଛରେ ବାନ୍ଧି ରଖିଥାନ୍ତି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ଧରା ନ ପଡ଼ିଛନ୍ତି ସେ ପର୍ଯ୍ୟନ୍ତ ମାସ ମାସ ଧାରି ମୃତଦେହକୁ ସେମିତି ଝୁଲାଯାଇଥାଏ। ତେବେ ଚଡୋତରୁ ମାମଲା ଏବେ କମ୍‌ ଦେଖିବାକୁ ମିଳୁଥିବା ବେଳେ ଏବେ ବି କିଛି ଅଞ୍ଚଳରେ ଏହାର ପ୍ରଚୋଳନ ରହିଛି। ସେହିଭଳିି ଏକ ମାମଲା ଆଦିବାସୀ ଗଁା ଟାଢ଼ୀ ବେଦୀରେ ଦେଖିବାକୁ ମିଳିଛି। ଏହି ଗଁା ସାବରକାଣ୍ଠା ଜିଲ୍ଲା ପୋଶିନା ତାଲୁକାର ଗୁଜରାଟ-ରାଜସ୍ଥାନ ବର୍ଡରଠାରୁ ୨ କିଲୋମିଟର ଦୂରରେ ଅବସ୍ଥିିତ। ଉକ୍ତ ଗଁାରେ ଭାତିୟାଭିଆ ଗାମର(୨୨) ନାମକ ଜଣେ ଯୁବକଙ୍କ ଜାନୁୟାରୀ ପ୍ରଥମରୁ ମୃତ୍ୟୁ ହୋଇଥିବା ବେଳେ ଏବେ ବି ତାଙ୍କର ମୃତଦେହ ଗଛରେ ଏକ ଚାଦରରେ ବାନ୍ଧି ରଖାଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ନ୍ୟାୟ ପାଇଁ ୬ ମାସ ହେଲାଣି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରି ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଉକ୍ତ ମୃତ ଯୁବକ ସେହି ଗଁାର ଜଣେ ଝିଅଙ୍କୁ ଭଲ ପାଉଥିଲେ। ହେଲେ ଝିଅର ପରିବାର ଲୋକେ ଏହି ସମ୍ପର୍କକୁ ନେଇ ଅମଙ୍ଗ ଥିବା ବେଳେ ଯୁବକଙ୍କୁ ସେମାନେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଅଭିଯୁକ୍ତ ଗିରଫ ଦାବିରେ ସେମାନେ ଏଭଳି କରିଥିବା ମୃତକଙ୍କ ଭାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri