ଦଓ୍ବୋସ,୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମାସ୍ୟା ୧୮ ମାଙ୍କଡଙ୍କ ଜୀବନ ନେଇଛି। ମଧ୍ୟପ୍ରଦେଶ ଦଓ୍ବୋସର ବଗଲି ବନଖଣ୍ଡରେ ଥିବା ଯୋଶୀ ବାବା ଜଙ୍ଗଲରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ସମସ୍ୟା ଦେଖାଯେଇଛି। ଫଳରେ ଗତ କିଛି ଦିନ ମଧ୍ୟରେ ସେଠାରେ ୧୫ ମାଙ୍କଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକଟରେ ଥିବା ଏକ ଜଳାଶୟରୁ ଗୋଟିଏ ମାଙ୍କଡ ଦଳ ପାଣି ପିଉଥିବା ବେଳେ ଏମାନଙ୍କୁ ସେଠାକୁ ଯିବାକୁ ନ ଦେବାରୁ ପାଣି ବିନା ମାଙ୍କଡଙ୍କ ଜୀବନ ଯାଇଥିବା ଜିଲା ବନ ଅଧିକାରୀ ପିଏନ୍ ମିଶ୍ର କହିଛନ୍ତି। ଏବେ ଏହି ବନ୍ୟପ୍ରାଣୀଙ୍କ ଲାଗି ଅଧିକ ପାଣିର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
Posted inଜାତୀୟ