ଜାତୀୟ

ନିଟ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜୀବନ ହାରିଲେ ୩ ଛାତ୍ରୀ

ନୂଆଦିଲ୍ଲୀ,୭।୬: ନିଟ୍‌ (NEET) ପରୀକ୍ଷାରେ ଅକୃତ କାର୍ଯ୍ୟ ହେବାରୁ ଏବେସୁଦ୍ଧା ୩ ଜଣ ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି। ଗୁରୁବାର ତାମିଲନାଡୁର ଭିଲୁପୁରମରେ ୧୮ ବର୍ଷୀୟା ଜଣେ ଯୁବତୀ ନିଜ ଘରେ ଫାଶି ଲଗାଇଥିବା ଜଣାପଡିଥିଲା। ବୁଧବାର ଏହି ସର୍ବଭାରତୀୟ…

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯିବା ସହ…

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି ଦିନ ହେବ ଉଭୟ ଦଳ ପୋଷ୍ଟକାର୍ଡ ଓ୍ବାର ଆରମ୍ଭ କରି ସାରିଛନ୍ତି। ଏବେ ଦକ୍ଷିଣ…

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌ ବୟସରେ ଶରୀର ଦାନ କରିବା ଏହା ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। ସୂଚନା…

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଗୃହ ମନ୍ତ୍ରଣାଳୟକୁ ମିଳିଥିବା ତଥ୍ୟ ମୁତାବକ, ଅଲକାଏଦା କଶ୍ଚୀର ଛଡା ପଞ୍ଜାବରେ ମଧ୍ୟ…

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର ରୋଡ ବଦଳରେ ଏବେ ଶାହ ରହିବେ ୬ଏ, କ୍ରିଷ୍ଣା ମେନନ ମାର୍ଗ ରେସିଡେନ୍ସରେ। ପୂର୍ବରୁ…

ମାଲେଗାଁଓ ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା

ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ କୋର୍ଟରେ ହାଜର ହେବାକୁ କୁହାଯାଉଥିଲେ ମଧ୍ୟ ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇ ପାରି…

ୟୁପିରେ ବର୍ଷାର ପ୍ରକୋପ,ଝଡ଼ ତୋଫାନ ନେଲା ୧୯ଜୀବନ

ଲକ୍ଷ୍ନୌ,୭।୬: ଭୀଷଣ ଖରାରେ ସିଝୁଥିବା ଉତ୍ତରପ୍ରଦେଶରେ ଗୁରୁବାର ବର୍ଷା ହେବା ପରେ ଗରମରୁ ଟିକେ ନିସ୍ତାର ମିଳିଛି। ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ ଭାରି ବର୍ଷା ହେବା ଯୋଗୁ ବହୁ ଲୋକଙ୍କ ଜୀବନ ହାନି ହୋଇଥିବା ଜଣାପଡ଼ିଛି। ଝଡ…

୫ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବେ ଜଗନ ମୋହନ

ଅମରାବତୀ,୭।୬: ଆନ୍ଧ୍ର୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବାକୁ ଯାଉଛନ୍ତି ଜଗନ ମୋହନ ରେଡ୍ଡି। ତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସେ ଶୁକ୍ରବାର ଘୋଷଣା…

୯୩ ଘଣ୍ଟା ପରେ ବି ଏଏନ୍‌-୩୨ନିଖୋଜ: ସର୍ଚ୍ଚ ଅପରେସନ୍‌ରେ ସାମିଲ ହେଲା ଅତ୍ୟାଧୁନିକ ସେନ୍ସର ପି୮ଆଇ

ନୂଆଦିଲ୍ଲୀ,୭।୬: ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟର ବିମାନ ଏଏନ୍‌-୩୨ର ଏବେ ବି ପତ୍ତା ମିଳିପାରିନାହିଁ। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ବିମାନର ପତ୍ତା ଲଗାଇବା ପାଇଁ ଭାରତୀୟ ସେନା ନିଜର ସମସ୍ତ ଶକ୍ତି ଲଗାଇଦେଇଛି। ତାମିଲନାଡୁର ଅରାକୋନମରେ ଥିବା ଆଇଏନ୍‌ଏସ୍‌…

ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି ଘଟଣା ମୋତେ ବ୍ୟତିବ୍ୟସ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି। ଏଭଳି ଘଟଣା ସାରା…

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି ଆୟୋଗ ପାଖରେ କୌଣସି ଆର୍ଥିକ ଅଧିକାର କିମ୍ବା ରାଜ୍ୟ ଯୋଜନାଗୁଡିକୁ ସମର୍ଥନ ଦେବାର ଅଧିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?