ଜାତୀୟ

ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ

ପିଥୋରଗଡ,୨୫।୧୦: ନେପାଳ ରାସ୍ତା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାରେ ଭାରତ-ନେପାଳ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ପିଥରଗଡର ପୁଲିସ ଅଧୀକ୍ଷକ ଗୁରୁବାର ସନ୍ଧ୍ୟାରେ ଝୁଲାଘାଟରେ ପହଞ୍ଚି ସୀମାର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ପିଥୋରଗଡ ଜିଲାର କାଳୀ ନଦୀ ଭାରତ…

କିଏ ଗଢିବ ହରିୟାଣାରେ ସରକାର? ୫ ସ୍ବାଧୀନ ବିଧାୟକ ଭାଜପାକୁ ଦେଲେ ସମର୍ଥନ

ଚଣ୍ଡିଗଡ଼,୨୫।୧୦: ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଫଳରେ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଧୀନ ବିଧାୟକଙ୍କ ସହାୟତା ଲୋଡିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ ଥିବାବେଳେ…

ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଖଟ୍ଟର, ସନ୍ଧ୍ୟାରେ ପୁଣି ଶପଥ ନେଇପାରନ୍ତି

ନୂଆଦିଲ୍ଲୀ,୨୫।୧୦: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିୟାଣା ରାଜନୀତିରେ ଟ୍ବିିଷ୍ଟ ଆସିଛି। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ ଲାଗିବାକୁ ଯାଉଛି। କାରଣ ହରିୟାଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ…

ନିର୍ବାଚନରେ ପରାସ୍ତ ହେବାପରେ କାନ୍ଦିଲେ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି

ଚଣ୍ଡିଗଡ,୨୫।୧୦: ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ନିର୍ବାଚନ ମୈଦାନରେ ଫେଲ୍‌ ମାରିବା ପରେ ଚିରାଚରିତ ଟିକ୍‌ଟକ୍‌ ଭିଡିଓ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ପରାଜୟ ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଛି।…

ହରିୟାଣାରେ ସରକାର ଗଢିପାରେ ଭାଜପା

ଚଣ୍ଡିଗଡ,୨୫।୧୦: ମହାରାଷ୍ଟ୍ର ଏବଂ ହରିୟାଣାରେ ଭାଜପା ସବୁଠୁ ଅଧିକ ଆସନ ପାଇଁ। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣା ଗଣିତ କିଛିଟା ବିଗିଡି ଯାଇଛି। ଏଠାରେ ଭାଜପା ୯୦ଟି ବିଧାନସଭା ଆସନରୁ ୪୦ଟିରେ ବିଜୟ ହାସଲ…

ଜମ୍ମୁ-କଶ୍ମୀର ବିଡିସି ନିର୍ବାଚନ:୮୧ ବ୍ଲକ୍‌ରେ ଭାଜପା ବିଜୟୀ

ଶ୍ରୀନଗର,୨୫-୧୦(ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀର ବ୍ଲକ ଉନ୍ନୟନ ପରିଷଦ (ବିଡିସି) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୩୧୬ ବ୍ଲକ ପାଇଁ ନିର୍ବାଚନ ହୋଇଥିଲାବେଳେ ୮୧ରେ ଭାଜପା ବିଜୟୀ ହୋଇଛି। ସ୍ବାଧୀନ ପ୍ରାର୍ଥୀ ୨୧୭ ବ୍ଲକକୁ କବ୍‌ଜା କରିଛନ୍ତି। କଂଗ୍ରେସ ଗୋଟିଏ ବ୍ଲକ୍‌ରେ ଜିତିଥିଲାବେଳେ ପାନ୍ଥର୍ସ ପାର୍ଟି…

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ ଆଖିବୁଜା ଗୁଳିମାଡ଼ରେ ବହୁ କ୍ଷୟକ୍ଷତି ହୋଇଥିବା ପୋଲିସ କହିଛି। ଭାରତୀୟ ଯବାନ ଏହାର ପାଲଟା…

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳି କରିବା ସହ ଟ୍ରକ୍‌କୁ ଜାଳିଦେଇଥିଲେ। ଅନ୍ୟ ଜଣେ ଡ୍ରାଇଭର ଆକ୍ରମଣରେ…

ଜମ୍ମୁ-କଶ୍ମୀର ପ୍ରଶାସନକୁ ଜବାବ ମାଗିଲେ ସୁପ୍ରିମକୋର୍ଟ:ଉପତ୍ୟକାରେ କଟକଣା କେତେଦିନ

ନୂଆଦିଲ୍ଲୀ,୨୫-୧୦ (ପି.ଟି.):ଜମ୍ମୁ-କଶ୍ମୀରରେ ଆଉ କେତେଦିନ କଟକଣା ଜାରି ରଖିବାକୁ ଚାହାନ୍ତି ବୋଲି ସୁପ୍ରିମକୋର୍ଟ ରାଜ୍ୟ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୫ରେ ଉକ୍ତ ରାଜ୍ୟରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଦିନଠାରୁ ବିଭିନ୍ନ କଟକଣା ଲାଗୁ ହୋଇଛି। ପରିବହନ ଓ…

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଭୋଟଗଣତି ଜାରି ରହିଥିଲାବେଳେ କେତେକ ଆସନର ଫଳାଫଳ ପ୍ରକାଶ ପାଇଛି। ୫୧…

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ…

ମହାରାଷ୍ଟ୍ର: ହାରିଲେ ୮ ମନ୍ତ୍ରୀ

ମୁମ୍ବାଇ,୨୫-୧୦(ଆଇଏଏନ୍‌ଏସ୍‌):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ ଭାଜପାର ୫ ଓ ଶିବସେନାର ୩ ମନ୍ତ୍ରୀ ହାରିଯାଇଛନ୍ତି। ବିଦ୍‌ ଜିଲାର ପାର୍ଲି ଆସନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?