ସେନା ହେଲିକପ୍ଟରର ଜରୁରୀ ଅବତରଣ
ଜମ୍ମୁ,୨୪।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମଣ୍ଡିରେ ଗୁରୁବାର ସେନାର ଆଡଭାନ୍ସ ଲାଇଟ୍ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଏଥିରେ ଥିବା ଉତ୍ତର ସେନାର ଲେପ୍ଟନାଣ୍ଟ ଜେନରାଲ ରରବୀର ସିଂଙ୍କ ସମେତ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ସେନା ପ୍ରବକ୍ତାଙ୍କ ସୂଚନା…
ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ
ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ ମହାରାଷ୍ଟ୍ରରେ ଥିବା ଭାଜପା କାର୍ଯ୍ୟାଳୟ ହୋଇ ଉଠିଥିଲା ଉତ୍ସବ ମୁଖର। ଏଠାରେ ଉପସ୍ଥିତ ଥିବା…
ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ
ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଆଲୋଚନା ହେଉଛି କି ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରେ ଗାନ୍ଧୀ…
ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର ଫଳାଫଳ ମଧ୍ୟରୁ ଭାଜପା ୩୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଆସନରେ…
ଟେଲିଫୋନ୍ କମ୍ପାନୀଙ୍କୁ ସୁପ୍ରିମ୍କୋର୍ଟରେ ଝଟ୍କା: ଡଟ୍ ଆବେଦନକୁ ମଞ୍ଜୁରୀ; ଦେବାକୁ ପଡ଼ିବ ୯୨ ହଜାର କୋଟିରୁ ଅଧିକ ବକେୟା
ନୂଆଦିଲ୍ଲୀ,୨୪।୧୦: ଦେଶର ବିଭିନ୍ନ ଟେଲିଫୋନ୍ କମ୍ପାନୀଗୁଡ଼ିକୁ ସୁପ୍ରିମ୍କୋର୍ଟରେ ବଡ଼ ଝଟ୍କା ମିଳିଛି। ଡିପାର୍ଟମେଣ୍ଟ୍ ଅଫ୍ ଟେଲିକମ୍ୟୁନିକେଶନ (ଡଟ୍) ପକ୍ଷରୁ ବକେୟା ଆଦାୟ ପାଇଁ ଏକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ୯୨…
ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ
ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ ପାଇଁ କଡା କସରତ କରୁଛନ୍ତି। ଏତିକି ବେଳେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା…
ହରିୟାଣାରେ ଭାଜପା-କଂଗ୍ରେସ ଟାଇ: ମହାରାଷ୍ଟ୍ରରେ ପଦ୍ମ-ଶିବସେନା ଫିପ୍ଟି-ଫିପ୍ଟି ସରକାର
ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ସମସ୍ତ ଏକ୍ଜିଟ୍ ପୋଲ୍କୁ ଭୁଲ୍ ପ୍ରମାଣିତ କରିଛି ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ। ହରିୟାଣାରେ ଶାସକ ଭାଜପା ଓ କଂଗ୍ରେସ ୩୫ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏଠାରେ ଉଭୟଙ୍କ ମଧ୍ୟରେ ଆସନ ଟାଇ ହୋଇଛି। ସେହିପରି…
ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା
ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଖାଇ ଅନେକ ଗାଈଗୋରୁ ମୃତ୍ୟୁବରଣ…
ଉଚ୍ଚତା ମାତ୍ର ୨ ଫୁଟ, ୨ ବର୍ଷରେ ୬୦ଟି କାର୍ ଚୋରିର ମାଷ୍ଟରମାଇଣ୍ଡ୍
ଗାଜିଆବାଦ୍,୨୪।୧୦: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ କାର୍ ଚୋରି ଗ୍ୟାଙ୍ଗ୍କୁ ଧରିଛି। ସେମାନଙ୍କଠାରୁ ୯ଟି କାର୍ ଜବତ କରିଛି ପୋଲିସ। ସବୁଠୁ ରୋଚକ କଥା ହେଉଛି ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ଜଣେ ୨ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି…
ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ
ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୫ ହଜାର ହୋମଗାର୍ଡଙ୍କୁ ଚାକିରିରୁ ନିଲମ୍ବନ…
ମହାରାଷ୍ଟ୍ରରେ କାମ କଲା ମୋଦିଙ୍କ ଯାଦୁ: ବଲିଉଡ୍ ପ୍ରଯୋଜକ
ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏବେ ଅନେକ ସ୍ଥାନରେ ଭାଜପା ଏକ ପ୍ରକାର ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଦେଖାଯାଇଛି। ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ବଲିଉଡ୍ ନିର୍ଦ୍ଦେଶକଙ୍କ ଟୁଇଟ୍…
ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା
ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା। ହରିୟାଣାରେ ଏଭଳି ଘଟଣା ଘଟିବା ପରେ ପରିବାର ଲୋକେ ୩ ଦିନ ହେଲା ଷଣ୍ଢକୁ…

