Posted inଜାତୀୟ

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ ଆସିଯାଇଥିବା ସେ କହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୦୧ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି। ସେହିପରି ଶିବସେନା ୫୭ ଆସନ ଅକ୍ତିଆର କରିଛି। ଭାଜପା ଏକାକୀ କୁହୁକ ଅଙ୍କ (୧୪୫) ହାସଲ କରିବାକୁ ଲକ୍ଷ୍ୟ ରଖିଥିଲାବେଳେ ଏଥିରେ ବିଫଳ ହୋଇଛି। ଫଳରେ ଶିବସେନାକୁ ମୂଲଚାଲ କରିବା ଲାଗି ସୁଯୋଗ ମିଳିଯାଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବରଦାତା ପ୍ରଶ୍ନ କରିବାରୁ ଉଦ୍ଧବ ଉପରୋକ୍ତ ସୂତ୍ର କଥା କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଘରକୁ ଆସିଥିଲାବେଳେ ମେଣ୍ଟ ପାଇଁ ୫୦-୫୦ ସୂତ୍ର ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ସେ ଭାଜପାକୁ ମନେପକାଇଦେବାକୁ ଚାହାନ୍ତି ବୋଲି ଶିବସେନା ମୁଖ୍ୟ କହିଛନ୍ତି। ମେଣ୍ଟରେ ଶିବସେନା ଭାଜପାଠାରୁ କମ୍‌ ଆସନରେ ଲଢ଼ିବା ପାଇଁ ରାଜି ହୋଇଥିଲା। ତେବେ ନିଜ ଦଳକୁ ବଢ଼ାଇବାକୁ ହେବ ବୋଲି ଉଦ୍ଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?