ଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ରବିବାର ମୋହରାବଦି ଗ୍ରାଉଣ୍ଡରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ବହୁ ନେତାମନ୍ତ୍ରୀ…

ବର୍ଷକୁ ସିଆର୍‌ପିଏଫ୍‌ ଯବାନଙ୍କୁ ମିଳିବ ଶହେ ଦିନ ଛୁଟି: ସରକାର ଗଠନ କରିଛନ୍ତି କମିଟି

ନୂଆଦିଲ୍ଲୀ,୨୯।୧୨: ଏଣିକି ସିଆର୍‌ପିଏଫ୍‌ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ପାଇପାରିବେ। ଏପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସେହିପରି ଏବେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ…

ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି ସତ ତେବେ ତୁରନ୍ତ ଉକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରିବିବାର ନକ୍‌ଭି…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ଲକ୍ଷ୍ନୌ,୨୯।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହାସହ ସେ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଗୋବିନ୍ଦାଙ୍କ ଗସ୍ତର ସେମିତି…

ସିଏଏ ଦ୍ୱାରା ହିନ୍ଦୁ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି ଭାଜପା: ଶିବସେନା

ମୁମ୍ବାଇ,୨୯।୧୨: ସିଏଏ ଦ୍ୱାରା ଭାଜପା ହିନ୍ଦୁ ଏବଂ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ପ୍ରୟାସ କରୁଛି। ଏନେଇ ଶିବସେନା ପକ୍ଷରୁ ଭାଜପାକୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ଏସମ୍ପର୍କିତ ଲେଖା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି…

ବର୍ଷର ଶେଷ ମନ୍‌ କି ବାତ୍‌: ଯୁବବର୍ଗଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର ଇଛାଶକ୍ତି ଥିବା କହିଲେ ମୋଦି

ନୂଆଦିଲ୍ଲୀ, ୨୯।୧୨: ଭାରତରେ ଯୁବବର୍ଗଙ୍କ ମଧ୍ୟରେ ଏବେ ନୂଆ ଚିନ୍ତାଧାରା ଆସିଛି। ସେମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣର ଗୁରୁତ୍ୱ ନାହିଁ। କିଛି ନୂଆ କରି ଦେଖାଇବାର ଇଛାଶକ୍ତି ସେମାନଙ୍କଠାରେ ରହିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତୀୟ ଯୁବବର୍ଗ ରାଷ୍ଟ୍ର…

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ ବୃଦ୍ଧାଶ୍ରମରେ ରହୁଥିବା ୬୭ ବର୍ଷୀୟ କୋଚାନିୟନ ମେନନ ଉକ୍ତ ଆଶ୍ରମର ୬୫ ବର୍ଷୀୟ ଲକ୍ଷ୍ମୀ…

୩ ମାସରେ ୧୨ ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ ବଞ୍ଚାଇଛନ୍ତି ଶିକ୍ଷୟିତ୍ରୀ

ଅହମ୍ମଦାବାଦ୍‌,୨୯।୧୨: ମା କ୍ଷୀର ଜବଜାତକଙ୍କ ପାଇଁ ଅମୃତ ତୁଲ୍ୟ। ତେବେ କେତେକ କ୍ଷେତ୍ରରେ ନବଜାତକଙ୍କୁ ଏହା ମିଳିପାରେନା। ଗୁଜରାଟରେ ଜଣେ ୨୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ରୁଶିନା ମାରଫତିୟା ୩ ମାସରେ ନିଜର ୧୨ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ…

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା ରେକର୍ଡ ଭାଙ୍ଗୀ ୧.୭ ଡିଗ୍ରୀରେ ପହଞ୍ଚିଥିବା ବେଳେ ଅଧିକାଂଶ ସ୍ଥାନରେ ଏହା ପାଖାପାଖି ୫…

ସୋରେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦେଶର ନାମୀ ଦାମୀ ନେତାମାନଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଯୋଗ…

ପେଜାଭର ମଠର ମୁଖ୍ୟ ବିଶ୍ୱେଶ ତୀର୍ଥ ସ୍ବାମୀଙ୍କ ପରଲୋକ

ବେଙ୍ଗାଲୁରୁ,୨୯।୧୨: କର୍ନାଟକ ପେଜାଭର ମଠର ମୁଖ୍ୟ ବିଶ୍ୱେଶ ତୀର୍ଥ ସ୍ବାମୀଙ୍କର ରବିବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ଗତ ୨୦ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶନିବାର ସେ…

ରବିନା ଟଣ୍ଡନଙ୍କ ବିରୋଧରେ ମାମଲା

ବିଡ୍‌ (ମହାରାଷ୍ଟ୍ର),୨୯ା୧୨: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଫାରା ଖାନ୍‌ ଏବଂ ହାସ୍ୟାଭିନେତା ଭାରତୀ ସିଂଙ୍କ ବିରୋଧରେ ଶନିବାର ମହାରାଷ୍ଟ୍ରର ବିଡ୍‌ରେ ମାମଲା ରୁଜୁ ହୋଇଛି। ଏକ ଟିଭି ଶୋ’ରେ ସେମାନେ ଖ୍ରୀଷ୍ଟିୟାନମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri