ଜାତୀୟ

ଟୁଇଟରର ପାସଓ୍ବାର୍ଡ କହିଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ଦିଆଯାଇଛି। ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ ଏହି ମହିଳାମାନେ ଦିନ ତମାମ ନିଜ ନିଜର ଜୀବନ କାହାଣୀ ଏହି…

ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା…

ଗିରଫ ହେଲେ ୟସ୍‌ ବ୍ୟାଙ୍କର ଫାଉଣ୍ଡର ରାଣା

ମୁମ୍ବାଇ,୮।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାଖାପାଖି ୨୦ ଘଣ୍ଟା ଜେରା କରିବା ପରେ ରବିବାର ଗିରଫ କରିଛି। ଇଡି ରାଣାଙ୍କୁ ରବିବାର ମୁମ୍ବାଇର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଇଥିଲା। ପଚରାଉଚରା ପାଇଁ କୋର୍ଟ ରାଣାଙ୍କୁ ୧୧…

ଶହୀଦ ମେଜର ବିଭୁତିଙ୍କ ପତ୍ନୀ ନିକିତା ପିନ୍ଧିବେ ସେନା ପୋଷାକ!

ଡେରାଡୁନ,୮।୩: ପୁଲଓ୍ବାମାରେ ଏକ ଏନ୍‌କାଉଣ୍ଟର ସମୟରେ ଗତବର୍ଷ ଫେବୃୟାରୀରେ ଶହୀଦ ହୋଇଥିବା ମେଜର ବିଭୁତି ଧୌଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଧୌଣ୍ଡିୟାଲ ସେନାରେ ଯୋଗ ଦେବେ ବୋଲି ଜଣାପଡିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଅନୁଷ୍ଠିତ ସିଡିଏସ୍‌ ଓ ଏନ୍‌ଡିଏସ୍‌…

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: କେରଳରେ ୫ ନୂଆ ରୋଗୀ

ନୂଆଦିଲ୍ଲୀ,୮।୩: ଭାରତରେ ବଢିବାରେ ଲାଗିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା। ରବିବାର କେରଳରେ ୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା…

୭ ମହିଳାଙ୍କୁ ଟୁଇଟର ଆକାଉଣ୍ଟ ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟୁଇଟର ଆକାଉଣ୍ଟକୁ ୭ ଜଣ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ଏମାନେ ଏହି ଆକାଉଣ୍ଟ ମାଧ୍ୟମରେ ସେମାନଙ୍କ ଜୀବନଯାତ୍ରାର କଥା ଦିନ ତମାମ ଶେୟାର କରିବେ ବୋଲି ମୋଦି…

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ ‘ହି ମ୍ୟାନ୍‌’। ଏବେ ଏହି ରେସ୍ତୋରାଁକୁ ସିଲ୍‌ କରି ଦିଆଯାଇଥିବା ଖବର ମିଳିଛି। ତେବେ…

ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।…

ଅସ୍ଥାନାଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୮।୩: ଲାଞ୍ଚ ଗ୍ରହଣ ମାମଲାରେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କ୍ଲିନ୍‌ଚିଟ୍‌ ଦେଇଛି। ଶନିବାର ସିବିଆଇ ସ୍ବତନ୍ତ୍ର କୋର୍ଟ ଉକ୍ତ କ୍ଲିନ୍‌ଚିଟ୍‌କୁ ଗ୍ରହଣ କରିଥିବାରୁ ଅସ୍ଥାନାଙ୍କ ପାଇଁ ବଡ଼…

ଭାରତରେ କରୋନା ରୋଗୀ ସଂଖ୍ୟା ୩୪

ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଲଦାଖରେ ଓ ଜଣେ ତାମିଲନାଡୁର। ଲଦାଖର ଉକ୍ତ ବ୍ୟକ୍ତି ପୂର୍ବରୁ…

ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ…

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା ଦେଇଛନ୍ତି। ବିବାହ ପରେ ଯେଉଁମାନଙ୍କର ରହିବାକୁ ସୁବିଧା ନ ଥିବ ଅବା ଯେଉଁମାନେ ଗରିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri