ଜାତୀୟ

ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଲେ କମଲନାଥ

ଭୋପାଳ,୧୩।୩: ମଧ୍ୟପ୍ରଦେଶ ରାଜନୀତି ସରଗରମ ଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ସେ ରାଜ୍ୟପାଳଙ୍କୁ ଏକ ପତ୍ର ଦେବା ସହ ଭାରତୀୟ ଜନତା ପାର୍ଟି(ଭାଜପା) ଦ୍ୱାରା ବିଧାୟକମାନଙ୍କୁ କ୍ରୟ କରାଯାଉଛି ବୋଲି…

କରୋନା ଭାଇରସ ସଂକ୍ରମଣରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୩: ଡରାଇଲାଣି କରୋନା ଭାଇରସ। ବେଳକୁ ବେଳ ଏହା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ନାଟକର ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହା ଭାରତର କରୋନା ସଂକ୍ରମିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଫେବୃୟାରୀ ୨୯ରେ…

ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ

ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ୧୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଉକ୍ତ ମାମଲାର ସମସ୍ତ…

ରୋବୋ ମାଧ୍ୟମରେ ଆରମ୍ଭ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ

କୋଚି,୧୩।୩: କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆରମ୍ଭ କରାଯାଇଛି ଷ୍ଟାର୍ଟ ଅପ୍‌ ମିଶନ। କେରଳର କୋଚିରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨ଟି ରୋବୋକୁ ବ୍ୟବହାର କରାଯାଇଛି। ଅସିମୁଭ ରୋବୋଟିକ୍ସର ପ୍ରତିଷ୍ଠାତା ତଥା ସିଇଓ ଜୟକ୍ରିଷ୍ଣନ ଟି କହିଛନ୍ତି…

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ ଅଧିକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୦ ହେଉଛନ୍ତି ପର୍ଯ୍ୟଟକ। ଏହାବ୍ୟତୀତ ୩୦୦…

ଆର୍ଥିକ ସ୍ଥିତି, କରୋନାକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତି ମଧ୍ୟ ଭୁଶୁଡ଼ୁଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଇଛନ୍ତି। କିଭଳି ଏହାର ମୁକାବିଲା କରାଯିବ, ସେନେଇ ତାଙ୍କ ପାଖରେ କୌଣସି ଉତ୍ତର ନାହିଁ ବୋଲି କଂଗ୍ରେସ ନେତା…

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଭଗବାନଙ୍କୁ ଧନ୍ୟବାଦ ଦେବା କଥା, କାରଣ ଚାଇନା ଭଳି ଦେଶରେ…

ଭିଜା ବାତିଲ ଯୋଗୁ କ୍ଷତି ହେବ ୮୫୦୦ କୋଟି

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ମହାମାରୀ ଭାରତୀୟ ପର୍ଯ୍ୟଟନ, ବିମାନ ଚଳାଚଳ ସେକ୍ଟରକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଯାଉଛି। ସଂକ୍ରମଣ ଭୟରେ ସରକାର ମାସେ ପାଇଁ ଭିଜା ସ୍ଥଗିତ ରଖିଥିବାରୁ ଦେଶ ୮୫୦୦ କୋଟି ଟଙ୍କା କ୍ଷତି ସହିବ ବୋଲି ବିଭିନ୍ନ ଶିଳ୍ପ…

୩୧ ଯାଏ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ, ୧୩।୩: କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଚେତନତା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୩୧…

ଲୋକଙ୍କ ପାଇଁ ବନ୍ଦ ହେଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭୟରେ ରାଷ୍ଟ୍ରପତି ଭବନରେ ବାହାର ଲୋକଙ୍କ ପ୍ରବେଶକୁ ଶୁକ୍ରବାରଠାରୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପରିସରକୁ କୌଣସି ପର୍ଯ୍ୟଟକ ଯାଇପାରିବେ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି। ରାଷ୍ଟ୍ରପତି ଭବନ ମ୍ୟୁଜିୟମ କମ୍ପ୍ଲେକ୍ସ ଓ…

ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ ସମାବେଶରେ ସାମିଲ ନ ହେବାକୁ ମୋଦି ଆହ୍ବାନ ଦେଇଛନ୍ତି। କରୋନାକୁ ନେଇ ତାଙ୍କ ସରକାର…

କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪: ପର୍ଯ୍ୟବେକ୍ଷଣରେ ୩୫ ହଜାର ସନ୍ଦିଗ୍ଧ

ନୂଆଦିଲ୍ଲୀ,୧୩।୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri