ଜାତୀୟ

କରୋନା ସହିତ ବିଦେଶରୁ ଭାରତକୁ ଆସିଛି ୮ ଅନ୍ୟ ଭୂତାଣୁ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଭାରତରେ ଥମିବାର ନାଁ ଧରୁନି। ଚାଇନାରୁ ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ସାରା ପୃଥିବୀରେ ବ୍ୟାପି ସାରିଛି। ଭାରତକୁ କରୋନା ଭୂତାଣୁ ସହିତ ବିଦେଶରୁ ଅନ୍ୟ ୮ ପ୍ରକାର ଭୂତାଣୁ ମଧ୍ୟ ଆସିଛି।…

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ରାହୁଲ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ୫୬ ତମ ଶ୍ରାଦ୍ଧବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ୍‌ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍‌ କରି ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ…

ଲକ୍‌ଡାଉନ୍‌ ସଙ୍କଟରୁ ବ୍ୟାପକ ଜଙ୍ଗଲ କ୍ଷୟ

ନୂଆଦିଲ୍ଲୀ,୨୭ା୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ ଦ୍ୱାରା ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥିବା ଖବର ମିଳୁଛି। କୁହାଯାଉଛି ଯେ, ଲକ୍‌ଡାଉନ ଯୋଗୁ ଲୋକେ ଘରେ ରହୁଥିବାରୁ ତାହାର ପ୍ରଭାବରେ ପରିବେଶ ସୁଦୃଢ଼ ହୋଇଛି। ଲୋକଙ୍କ…

୧୦ ଜଣଙ୍କୁ ମାରି ବିହାରୀ ଯୁବକ ଗିରଫ

ହାଇଦ୍ରାବାଦ,୨୭ା୫: ତେଲଙ୍ଗାନାର ଓ୍ବାରାଙ୍ଗଲରେ ଘଟିଛି ସିରିଜ୍‌ ମର୍ଡର। ପୋଲିସ ଏହାର ଖୋଳତାଡ଼ କରି ଜଣେ ବିହାରୀ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଲିଭ୍‌ ଇନ୍‌ରେ ରହୁଥିବା ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ହତ୍ୟା କରିବା…

ଉଦ୍ଧବଙ୍କୁ କଂଗ୍ରେସର ଦୋଷାରୋପ

ମୁମ୍ବାଇ,୨୭ା୫: ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଅଛନ୍ତି। ୫୨ ହଜାରରୁ ଊର୍ଦ୍ଧ୍ୱ କରୋନା ରୋଗୀ ଏଠାରେ ଥିବାବେଳେ ପ୍ରାୟ ୧୭ ଶହ ଲୋକଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ସରକାରଙ୍କ ଆଡ଼କୁ ଅଙ୍ଗୁଳି…

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା ପାଇଁ ଚାଲ୍‌ କରିଛି ବେଜିଂ। ଲଦାଖ ନିକଟରେ ଭାରତୀୟ ଯବାନଙ୍କ ସହ ପିପୁଲ୍ସ ଲିବରେଶନ…

ପଙ୍ଗପାଳ ମାଡ଼ିଆସିଲେଣି

ନୂଆଦିଲ୍ଲୀ,୨୭ା୫: ଭାରତୀୟମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବାବେଳେ ବିଦେଶରୁ ମାଡ଼ିଆସିଛି ଆଉ ଏକ ବିପଜ୍ଜନକ କୀଟ। ଆଫ୍ରିକୀୟ ଦେଶଗୁଡ଼ିକରୁ ପାକିସ୍ତାନ ପଟୁ ଆସିଥିବା ବହୁ ପଙ୍ଗପାଳ ଦଳ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି…

ଦେଶରେ କରୋନା ସୁସ୍ଥ ହାର ୪୧.୬୧ ପ୍ରତିଶତ

ନୂଆଦିଲ୍ଲୀ,୨୬।୫: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଥିଲେ ମଧ୍ୟ ଏଠାରେ ସୁସ୍ଥ ହାର ଭଲ ରହିଛି ବୋଲି ସୋମବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ…

ଲକ୍‌ଡାଉନ୍‌ କୋହଳ ହେଲେ ବି କରୋନା ଭୂତାଣୁ ହୋଇନି ଶେଷ: ମାର୍ଗଦର୍ଶିକାକୁ ପାଳନ କରିବା ଅପରିହାର୍ଯ୍ୟ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ଅବସ୍ଥା ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌କୁ କିଛି ପରିମାଣରେ କୋହଳ ମଧ୍ୟ କରାଯାଇଛି। ତେବେ କରୋନା ଭୂତାଣୁ ଏବେ ମଧ୍ୟ ଦେଶରେ ରହିଛି। ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା…

ମାଘି ଗଣେଶ ଉତ୍ସବ ପାଳନ କରିବ ନାହିଁ ଜିଏସ୍‌ବି ମଣ୍ଡଳ

ମୁମ୍ବାଇ,୨୬।୫: ମୁମ୍ବାଇର ଧନୀ ଗଣପତି ମଣ୍ଡପ ମଧ୍ୟରୁ ଅନ୍ୟତମ ଜିଏସ୍‌ବି ସର୍ବଜୈନିକ ଗଣେଶୋତ୍ସବ ସମିତି। ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ଗଣେଶ ଚତୁର୍ଥୀ ଉତ୍ସବକୁ ଏହି ମଣ୍ଡପ ପାଳନ କରିବ ନାହିଁ ବୋଲି ମଙ୍ଗଳବାର ପ୍ରକାଶ କରିଛି। ଫେବୃୟାରୀ ୧୫,…

ଲକ୍‌ଡାଉନ ବିଫଳ: ରାହୁଲଙ୍କ ଉପରେ ବର୍ଷିଲେ ଜାଭେଡକର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଜାରି କରାଯାଇଛି ଲକ୍‌ଡାଉନ ୪.୦। ହେଲେ ପୂର୍ବ ଲକ୍‌ଡାଉନ ଭଳି ଏଥିରେ ନିୟମରେ କିଛିଟା ପରିବର୍ତ୍ତନ କରାଯିବା ଫଳରେ ସାଧାରଣ ଜନତା ସାମନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓ ଦେଶର ଅର୍ଥନୀତି ମଧ୍ୟ…

୫ ଉତ୍ତରପୂର୍ବ ରାଜ୍ୟରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ: ଥାଳି ବଜାଇ ଘଉଡ଼ାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ଆତଙ୍କ ସୃଷ୍ଟି କରିଛନ୍ତି ପାକିସ୍ତାନୀ ପଙ୍ଗପାଳ। ପଙ୍ଗପାଳ ଫସଲ ନଷ୍ଟ କରି ଚାଲିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri