ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା
ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ ଏକ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଜେରା କରିବା…
ଆଜି ଆସିବ ବିନୟଙ୍କ ପିଟିଶନର ରାୟ
ନୂଆଦିଲ୍ଲୀ,୧୪।୨(ପି.ଟି.):ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଗୁରୁବାର ଉକ୍ତ ପିଟିଶନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନ ୨ଟାରେ…
କେଜ୍ରିଓ୍ବାଲଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ବେବି ମଫଲର୍ମ୍ୟାନ୍
ନୂଆଦିଲ୍ଲୀ,୧୪।୨(ପି.ଟି.):ଆମ୍ ଆଦ୍ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍ରିଓ୍ବାଲ ୧୬ ତାରିଖରେ ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିଲାବେଳେ ଏହି ଉତ୍ସବକୁ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ବାହାର ରାଜ୍ୟର ରାଜନେତାଙ୍କୁ…
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ବେରେ ଦୁର୍ଘଟଣା: ୧୪ ମୃତ, ୨୫ ଆହତ
ଫିରୋଜାବାଦ,୧୪।୨(ପି.ଟି.):ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ବେରେ ଏକ ବସ୍ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ସ୍ବାକ୍ଷର ହେବ ୩.୫ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି
ନୂଆଦିଲ୍ଲୀ,୧୪।୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ଦୁଇଦେଶ ମଧ୍ୟରେ ୩.୫ ବିଲିୟନ ଡଲାର (୨୫,୦୦୦ କୋଟି ଟଙ୍କା)ରୁ ଊର୍ଦ୍ଧ୍ୱ ମୂଲ୍ୟର ଦୁଇଟି ବୃହତ୍ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଏହି…
୨୨ ଗ୍ରାମ ନ୍ୟାୟାଳୟ ପାଇଁ ଜାରି ହୋଇଛି ବିଜ୍ଞପ୍ତି
ନୂଆଦିଲ୍ଲୀ,୧୪।୨: ଓଡ଼ିଶା ସରକାର ୨୨ଟି ଗ୍ରାମ ନ୍ୟାୟାଳୟ (ଭିଲେଜ୍ କୋର୍ଟ) ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରୁ ଏହି ବିଷୟ ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୩୧ଟି ଭିଲେଜ୍ କୋର୍ଟ ପ୍ରତିଷ୍ଠା…
ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ
ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟକୁ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଶୀର୍ଷ ଅଦାଲତ…
ସ୍ପାଇସ୍ ଜେଟ୍ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା
ନୂଆଦିଲ୍ଲୀ,୧୩।୨: ସ୍ପାଇସ୍ ଜେଟ୍ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରି ତୁରନ୍ତ ଏଭଳି କରାଯାଇଥିବା କୁହାଯାଇଛି। ଦିଲ୍ଲୀ ପହଞ୍ଚିବା…
ଭୁଲ ସ୍ବୀକାର କଲେ ଶାହା: ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ନ ଥିଲା ଠିକ
ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ଭୁଲ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ଠିକ ନ ଥିଲା। ଭାଜପା ଏକ ବଡ଼ ରାଜନୈତିକ ଦଳ।…
କଂଗ୍ରେସ ନୂଆ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଆବଶ୍ୟକ: ଜ୍ୟୋତିରାଦିତ୍ୟ ସିନ୍ଧିଆ
ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଛନ୍ତି। ଦେଶରେ ବହୁ ପ୍ରସଙ୍ଗ ଏବେ ବଦଳିସାରିଛି। ତେଣୁ କଂଗ୍ରେସ ନୂଆ ବିଚାରଧାରା ସହିତ କାର୍ଯ୍ୟ କରିବା ଆବଶ୍ୟକ। ଦିଲ୍ଲୀରେ ଲଗାତାର ୧୫ ବର୍ଷ…
ଟ୍ରମ୍ପ୍ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର
ଅହମଦାବାଦ୍,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍ ଛୋ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍ଙ୍କ ଗସ୍ତ ନେଇ ଅହମଦାବାଦ୍ ମ୍ୟୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅହମଦାବାଦ୍ ବିମାନବନ୍ଦରଠାରୁ ଆରମ୍ଭ…
ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର
ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ…
Archives


