କରୋନା ଲଢ଼େଇରେ ସରେଣ୍ଡର କରିଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ଟପିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରାଯାଉଛି। ଶନିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ଲଢ଼େଇରେ ମୋଦି ସରେଣ୍ଡର କରିଛନ୍ତି। ପ୍ରଧାନମନ୍ତ୍ରୀ କରୋନା ସହିତ ଲଢ଼ିବାକୁ ଚାହୁଁ ନ ଥିବା ସେ କହିଛନ୍ତି। ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଜାନୁୟାରୀ ୩୦ରେ ଚିହ୍ନଟ କରାଯାଇଥିଲା। ଗତ ୫ ମାସ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣା ବଢ଼ିଛି। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ଆଇସିଏମ୍‌ଆର୍‌ ପ୍ୟାନେଲ୍‌ ଏବଂ ଗ୍ରୁପ୍‌ ଅଫ୍‌ ମିନିଷ୍ଟର(ଜିଓଏମ୍‌)ଙ୍କ ମଧ୍ୟରେ ଜୁନ୍‌ ୯ଠାରୁ କୌଣସି ବୈଠକ ହୋଇନାହିଁ। ତେବେ ରାହୁଲ ଟୁଇଟ୍‌ କରିବାର ୩ ଘଣ୍ଟାପରେ ଖବର ମିଳିଥିଲା ଯେ, ଗ୍ରୁପ୍‌ ଅଫ୍‌ ମିନିଷ୍ଟରଙ୍କର ଦିଲ୍ଲୀରେ ବୈଠକ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ଏହି ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଉପସ୍ଥିତ ଥିବା ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାୟାବତୀଙ୍କ ନିର୍ଦ୍ଦେଶକୁ ପାଳିଲେ ନାହିଁ ବିଧାୟକ: କହିଲେ, ଟୁଇଟ୍‌ ଦେଖି ନ ଥିଲି

ବେଙ୍ଗାଲୁରୁ, ୨୪।୭: କୁମାରସ୍ବାମୀ ସରକାରଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଅନୁପସ୍ଥିତ ରହିଥିବା ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକମାତ୍ର ବିଧାୟକ ଏନ୍‌. ମହେଶଙ୍କୁ ମଙ୍ଗଳବାର ରାତିରେ...

୯୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା: ୨୨ ଦିନରେ ୯୦ ହଜାରରୁ ଅଧିକ ଲୋକଙ୍କ ଗଲାଣି ଜୀବନ !

ଓ୍ବାଶିଂଟନ/ରୋମ୍‌/ବେଜିଂ,୧୧।୪: କରୋନା ସଂକ୍ରମଣ ଯୋଗୁ ଗତ ୯୨ ଦିନରେ ସାରା ପୃଥିବୀରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଉହାନ ସହରର ମାଂସ ବଜାରରୁ...

ଇମ୍ରାନ୍‌ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋକ ମୁହଁରେ ଲୁଣ ଦେବା...

ଟ୍ରମ୍ପ୍‌ଙ୍କ କାର୍‌ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍‌କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି...

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ...

ବଣିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ, ୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଜୁନାଗଡ ବଣିକ ସଂଘ ପକ୍ଷରୁ ସୋମବାର ଦିନରାତି ପରିଶ୍ରମ କରି କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଲୋକଙ୍କୁ...

ଶାହା-ମମତା ବାକ୍‌ଯୁଦ୍ଧ

କୋଲକାତା, ୧୦ା୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାହା...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର

ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *