ଜାତୀୟ

ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍‌: ୧୧ ମୃତ

ଜୟପୁର, ୧୫।୩: ରାଜସ୍ଥାନର ଜୟପୁରଠାରେ ଏକ ବୋଲେରୋ ଉପରେ ଟ୍ରକ୍‌ ଚଢ଼ିଯିବାରୁ ୧୧ ଜଣ ପ୍ରାଣ ହରାଇବା ସହ ୩ ଗୁରୁତର ହୋଇଛନ୍ତି। ଯୋଧପୁର ଜିଲା ଅନ୍ତର୍ଗତ ବାଲୋତ୍ରା-ଫାଲୋଡ଼ି ରାଜପଥ ଉପରେ ଶନିବାର ଏହି ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ…

କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ

ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଞ୍ଚ୍‌ର ଡେପୁଟି କମିଶନର ରାହୁଲ ଯାଦବ ଡାକ୍ତର ସଲିମ ଭଟ୍ଟିଙ୍କୁ ତୁରନ୍ତ…

କରୋନା ଭୂତାଣୁ ନମୁନା ଚିହ୍ନଟରେ ଭାରତ ପଞ୍ଚମ ରାଷ୍ଟ୍ର

ନୂଆଦିଲ୍ଲୀ,୧୫ା୩ : ମାନବ ଶରୀର ବାହାରେ କରୋନା ଭୂତାଣୁକୁ ସଫଳତାର ସହ ଚିହ୍ନଟ କରି ଅଲଗା କରିବାରେ ଭାରତ ପଞ୍ଚମ ରାଷ୍ଟ୍ର ବୋଲି କୁହାଯାଉଛି। ପୂର୍ବରୁ ଚାଇନା, ଜାପାନ, ଥାଇଲାଣ୍ଡ ଓ ଆମେରିକା ଏଭଳି ସଫଳ ପଦକ୍ଷେପ ନେଇଛନ୍ତି। ଅର୍ଥାତ୍‌ ଏହି…

ପଦ୍ମ ପୁରସ୍କାର ଉତ୍ସବ ସ୍ଥଗିତ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ଉତ୍ସବ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨

ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୫ ଜଣ ଥିବାବେଳେ ଦିଲ୍ଲୀ…

ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍‌ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଟୁଇଟରରେ ଶେୟାର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପଢ଼ିବା ପାଇଁ…

ସାର୍କ ଭିଡିଓ କନ୍‌ଫରେନ୍ସ ଆଜି

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୫ା୩(ପି.ଟି.): ଘାତକ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ରବିବାର ଅପରାହ୍ନ ୫ଟାରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିଡିଓ କନ୍‌ଫରେନ୍ସରେ ଏକାଠି ହେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରି ଏହି…

ୟୁରୋପ କରୋନାର କେନ୍ଦ୍ରସ୍ଥଳ

ଜେନେଭା,୧୫ା୩ : ୟୁରୋପ ଏବେ ମାରାତ୍ମକ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର ଏହି ଘୋଷଣା ପରେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କ ସୀମା ଅନ୍ୟ ଦେଶର ନାଗରିକମାନଙ୍କ…

୧୪୫ ରାଷ୍ଟ୍ରକୁ କରୋନା କୋରଡ଼ା: ଭାରତରେ ‘ବିଜ୍ଞପିତ ବିପତ୍ତି’ ଘୋଷିତ

ନୂଆଦିଲ୍ଲୀ, ୧୫।୩(ପି.ଟି.): ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଏହି ଘାତକ ଭୂତାଣୁ ଏବେ ୧୪୫ ଦେଶରେ ପହଞ୍ଚତ୍ ୫,୪୩୬ ଜଣଙ୍କ ମୁଣ୍ଡ ନେଇସାରିଛି। ଏହାବାଦ୍‌ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି।…

ଶାନ୍ତି ଚୁକ୍ତିକୁ ପୁଣି ବେଖାତିର: ଆଫଗାନ୍‌ ସେନା ଉପରେ ତାଲିବାନୀ ଆକ୍ରମଣ

ନୂଆଦିଲ୍ଲୀ,୧୪।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ…

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନା ପରେ ଇଟାଲୀ ଓ ଇରାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।…

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ମୃତଦେହରୁ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri