ସାମାନ୍ୟ ସତର୍କତା ଅଭାବରୁ ସଂକ୍ରମିତ ହେଲେ ୪୩ ଜଣ

କାସରଗଡ଼,୨୭।୭: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ପକାଇଛି କହିଲେ ଚଳେ। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କିଛି ଗାଇଡ୍‌ଲାଇନକୁ ପାଳନ କରିବାକୁ କୁହାଯାଇଛି। ହେଲେ ବେଳେବେଳେ ଏହାକୁ କିଛି ଲୋକ ଅମାନ୍ୟ କରୁଥିବାରୁ ଏହା ପରବର୍ତ୍ତି ସମୟରେ ଭୟଙ୍କର ରୂପ ନେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳର କାସରଗଡ଼ ଜିଲାରେ। ଏଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୪୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରେ ନବ ଦମ୍ପତି ସାମିଲ ଅଛନ୍ତି। ଏହାପରେ ବରଙ୍କ ପିତାଙ୍କ ନାଁରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏବେ କେରଳରେ ୧୯ ହଜାରରୁ ଅଧିକ ଲୋକ କରୋନରେ ସଂକ୍ରମିତ ହୋଇଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶୀଲ ମୋଦିଙ୍କ ନାଁରେ ସାଧାରଣ ଜନତାଙ୍କ ଅଭିଯୋଗ

ପାଟନା,୩ ।୧୧: ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ପାଟନାରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଭୋଟ...

କରୋନା ନେଇ ସରପଞ୍ଚଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜ଼ିଲ୍ଲାପାଳ

ଛତ୍ରପୁର, ୧୫।୬(ଡି.ଏନ.ଏ.)-ଗଞ୍ଜାମ ଜ଼ିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୬ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ସୋମବାର କରୋନା ନେଇ ଗଞ୍ଜାମ ଜିଲାର...

ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର: ସୋନିଆ, ମମତାଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୯ ।୩: ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଇଣ୍ଡିଆନ ମୁଜାହାଦ୍ଦିନର ଆତଙ୍କବାଦୀ ଆରିଜ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କର...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁଶୀଲ ମୋଦି

ପାଟନା, ୭।୧୨- ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି।...

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବେ ସରକାର

ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ...

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ଡାକ୍ତର

ସାଗର,୨୨।୬: ମଧ୍ୟପ୍ରଦେଶର ସାଗର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି। ଜଣେ ଜୀବିତ ବୃଦ୍ଧଙ୍କୁ ଡାକ୍ତର...

ପରିବା ବିକିଲେ ଏନ୍‌ଏସି କର୍ମଚାରୀ

ବୁଗୁଡା,୨୭ା୩(ଡି.ଏନ.ଏ.)-ବୁଗୁଡ଼ା ସହରରେ ଲୋକେ ପରିବା କିଣିବା ବେଳେ ସାମାଜିକ ଦୂରତା ବଜାୟ ରଖୁନାହାନ୍ତି। ତେଣୁ ଶୁକ୍ରବାର ଏନ୍‌ଏସି ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ଗାଡିିରେ ପରିବା ନେଇ...

୨୧ କଏଦୀଙ୍କ ଜରିମାନା ଟଙ୍କା ପଇଠ କରି ମୁକୁଳାଇଲେ ବ୍ୟବସାୟୀ

ଆଗ୍ରା,୧୫।୮: ସ୍ବାଧୀନତା ଦିବସ ଅବସରରେ ବ୍ୟବସାୟୀ ରାଜେଶ ସେହଗଲ ଉଦାହରଣ ସୃଷ୍ଟି କରିବା ଭଳି କାମ କରିଛନ୍ତି। ଉତ୍ତର ପ୍ରଦେଶ ଆଗ୍ରା ଜିଲା ଜେଲ୍‌ରେ ୨୧...

Advertisement


Archives

Model This Week