ସେନା ପ୍ରତ୍ୟାହାର ଚାହାନ୍ତି ଯୁବପିଢ଼ି
ଦୋହା,୧୬।୩: ଜମ୍ମୁ-କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ସେଠାକାର ଯୁବପିଢ଼ି ଚାହାନ୍ତି। କଶ୍ମୀରର ୯୦%ରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉପତ୍ୟକାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ସପକ୍ଷରେ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ୍ ଜଜିରାରେ ପ୍ରକାଶିତ ଏକ ରିପୋର୍ଟରେ…
ଶସ୍ତାରେ ମରିବାକୁ ଚାହୁଁନାହାନ୍ତି କଶ୍ମୀରୀ
ନୂଆଦିଲ୍ଲୀ,୧୬।୩: ଅନୁଚ୍ଛେଦ ୩୭୦କୁ ହଟାଇବା ଅପେକ୍ଷା ଜମ୍ମୁ-କଶ୍ମୀରବାସୀଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜ୍ୟ ମାନ୍ୟତା ହରାଇବା। ଏବେ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରାଇଆଣିବା ସହ ଜୀବନଯାତ୍ରା ସହଜ ଓ ସରଳ କରିବା ବଡ଼ ପ୍ରସଙ୍ଗ। କଶ୍ମୀରବାସୀ ଶସ୍ତାରେ ମରିବାକୁ…
କେନ୍ଦ୍ରକୁ ଅସମ୍ଭାଳ କଶ୍ମୀର
ନୂଆଦିଲ୍ଲୀ,୧୬।୩: ଖୁବଶୀଘ୍ର ରାଜ୍ୟ ମାନ୍ୟତା ଫେରିପାଇବ ଜମ୍ମୁ-କଶ୍ମୀର। ଉପତ୍ୟକାରେ ହେବ ନାହିଁ ଜନସଂଖ୍ୟାଗତ ପରିବର୍ତ୍ତନ। ମୁକ୍ତ ହେବେ ସମସ୍ତ ରାଜନୈତିକ ବନ୍ଦୀ। ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କଠାରୁ ମିଳିଛି ଏଭଳି ପ୍ରତିଶ୍ରୁତି। କେବଳ ଶାହା ନୁହନ୍ତି, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
କରୋନା ବଞ୍ଚାଇବ କମଳନାଥ ସରକାରଙ୍କୁ!
ଭୋପାଳ,୧୫।୩: ମଧ୍ୟପ୍ରଦେଶରେ କମଳନାଥ ସରକାର ଏବେ ସଙ୍କଟରେ। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଛି ସଙ୍କଟ। ଏବେ କମଳନାଥ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ସୋମବାର ଫ୍ଲୋର ଟେଷ୍ଟ ଦେବାକୁ କହିଛନ୍ତି ରାଜ୍ୟପାଳ…
ଚନ୍ଦ୍ରଶେଖର ଆଜାଦ ଗଢିଲେ ନୂଆ ଦଳ
ଲକ୍ଷ୍ନୌ,୧୫।୩: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରବିବାର କାଶୀରାମଙ୍କ ଜୟନ୍ତୀ ଅବସରରେ ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ନୂଆ ଦଳର ନାମ ରହିଛି ଆଜାଦ ସମାଜ ପାର୍ଟି(ଏଏସ୍ପି)। ଆସନ୍ତା ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ…
ସାର୍କ ଦେଶ ସହ କରୋନାକୁ ନେଇ ଆଲୋଚନା: ଜରୁରିକାଳୀନ ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର
ନୂଆଦିଲ୍ଲୀ,୧୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଉଥ୍ ଏସିଆନ ଆସୋସିଏଶନ ଫର୍ ରିଜିଓନାଲ କୋଅପରେଶନ(ଏସ୍ଏଏଆର୍ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଏହି ସମୟରେ କରୋନା ଭାଇରସ୍ର ସଂକ୍ରମଣକୁ ନେଇ ଆଲୋଚନା କରାଯାଇଛି। କରୋନାକୁ…
ବନ୍ଦ ହେବ ଫିଲ୍ମ ଶୁଟିଂ
ମୁମ୍ବାଇ,୧୫।୩: କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ କରି ଦିଆଯାଇଛି। କରୋନାଠାରୁ ଦୂରେଇ ରହିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଯାଇ ମାର୍ଚ୍ଚ ୧୯ରୁ ୩୧ ତାରିଖ…
କରୋନା ଭାଇରସ ପାଇଁ ଜାରି ହେଲା ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର
ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୧୦୮। ଏବେ ସୁଦ୍ଧା ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେବି ଗାଁ ଗହଳିର ଅଧିକାଂଶ ଲୋକେ ଏହା ବିଷୟରେ ଜାଣି…
ସୋମବାର ହୋଇ ନ ପାରେ ଫ୍ଲୋର ଟେଷ୍ଟ: ପ୍ରଦୀପ ଜୟଶଓ୍ବାଲ
ଭୋପାଳ,୧୫।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ଡ୍ରାମା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର କଂଗ୍ରେସ ସରକାର ଭାଙ୍ଗିବା ସ୍ଥିତିରେ ଥିବା କୁହାଯାଉଥିବା ବେଳେ ସୋମବାର କମଳନାଥ ସରକାର ବହୁମତ ସାବ୍ୟସ୍ତ କରିବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ…
ଫ୍ଲୋର ଟେଷ୍ଟ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କରୋନା ଟେଷ୍ଟ!
ଭୋପାଳ,୧୫।୩: ମଧ୍ୟପ୍ରଦେଶର କମଳନାଥ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ ବିଧାୟକଙ୍କର କରୋନା ଭାଇରସ ଟେଷ୍ଟ କରାଯିବ ବୋଲି ଜଣାପଡିଛି। ମଧ୍ୟପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଥିବା…
କରୋନା ଯୋଗୁ ପ୍ରଭାବିତ ହେଲାଣି ହୋଟେଲ ଶିଳ୍ପ
ଜୟପୁର,୧୫।୩: କରୋନା ଭାଇରସକୁ ଦେଖି ଏବେ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ଏହାପରେ ବି ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଭିନ୍ନ ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମା ହଲ,…
ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ
ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ,…
Archives


