କରୋନା ସଂକ୍ରମିତଙ୍କ ଆଉ ଏକ କରୁଣ ଦୃଶ୍ୟ

ହାଇଦ୍ରାବାଦ,୨୭।୭: ତେଲେଙ୍ଗାନାର କରିମନଗରରେ ଜଣେ କରୋନା ସଂକ୍ରମିତଙ୍କ ବେଡ୍‌ରୁ ଖସିପଡି ମୃତ୍ୟୁ ହେବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ। ଜିଲା ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ୭୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବାଦବିବାଦ ମୁଣ୍ଡ ଟେକିଛି। ତେବେ ଜୁଲାଇ ୨୨ରେ ଉକ୍ତ ରୋଗୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କୁହାଯାଉଛି କି ମୃତକ ଜଣଙ୍କ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଅକ୍ସିଜେନ ଲଗାଇ ଚିକିତ୍ସା କରାଯାଉଥିଲା। ହେଲେ କୌଣସି କାରଣ ବଶତଃ ସେ ବେଡ୍‌ରୁ ଖସି ପଡିବାରୁ ତାଙ୍କର ଅକ୍ସିଜେନ ସପ୍ଲାଇ ବନ୍ଦ ହୋଇଯାଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ଓ୍ବାର୍ଡରେ ଥିବା ଅନ୍ୟମାନେ ଅଭିଯୋଗ କରିଛନ୍ତି ଯେ ରୋଗୀ ଜଣକ ବେଡ୍‌ରୁ ଖସି ପଡିବା ପରେ ହସ୍ପିଟାଲ ପ୍ରଶାସନକୁ ଖବର ଦିଆଯାଇଥିବା ବେଳେ ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ କରୋନା ସଂକ୍ରମିତ!

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆମ ଦେଶରେ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। କେରଳରେ...

ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି

ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଏମ୍‌ପିଙ୍କ ପୁଅଙ୍କୁ ଗୁଳିମାଡ

ଲକ୍ଷ୍ନୌ,୩।୩: ଉତ୍ତର ପ୍ରଦେଶରେ ପୁଣି ଗୁଳିକାଣ୍ଡ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ଷଷ୍ଠ ମିଲ ନିକଟରେ ଭାଜପା ଏମ୍‌ପି କୌଣସି କିଶୋରଙ୍କ ପୁଅ ଆୟୁଷ...

ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍‌ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ,...

ବିନା ମାସ୍କରେ ଘରୁ ବାହାରିବାରୁ ୩୨ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୭୨୦ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୨ଜଣଙ୍କର ମୃତ୍ୟୁ...

୪୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଜୟପୁର,୨୫ା୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି।। ଶନିବାର...

ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ନୁହେଁ ଯୌନ ନିର୍ଯାତନା, କହିଲେ କୋର୍ଟ…

ମୁମ୍ବାଇ,୧।୮: ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ଯୌନ ନିର୍ଯାତନା ଅନ୍ତର୍ଗତ ନୁହେଁ ବୋଲି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।...

ନିର୍ବନ୍ଧ ଭାଙ୍ଗିବାରୁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଜୟପୁର,୫।୭: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାର ପତରୋଡାରେ ଗ୍ରାମରେ ଏକ ନିଆରା ଘଟଣା ଘଟିଛି। ନିର୍ବନ୍ଧ ଭାଙ୍ଗିଯିବାରୁ ଜଣେ ଯୁବକ ନିରାଶ ହୋଇ ପାଣି ଟାଙ୍କି ଉପରେ...

Advertisement
Archives

Model This Week