କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ସହରରେ…

ନୂଆଦିଲ୍ଲୀ, ୨୭।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୈଜ୍ଞାନିକ ଲାଗି ରହିଛନ୍ତି। ଏପରିସ୍ଥଳେ ଭାରତ ମଧ୍ୟ ପଛରେ ନାହିଁ। ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍‌ରେ ଜାରି ରହିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଏହା ପୂର୍ବରୁ ହୋଇଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ କରାଯାଇ ନ ଥିବାବେଳେ ଶେଷ ୨ ପର୍ଯ୍ୟାୟ ଭାରତରେ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ଙ୍କର ଅନୁମତି ଲୋଡ଼ାଯାଇଛି। ଏହା ପ୍ରଥମ ୨ ପର୍ଯ୍ୟାୟ ପରୀକ୍ଷଣ ସଫଳ ରହିଥିବା କୁହାଯାଉଛି। ଭାରତରେ ଅଗଷ୍ଟ ମଧ୍ୟ ଭାଗରୁ ହେବାର ଆଶା ରହିଛି। ପ୍ରଥମେ ପୁଣେ ଏବଂ ମୁମ୍ବାଇ ବାସୀଙ୍କଠାରେ ଏହି ଟୀକାର ପରୀକ୍ଷା କରାଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟର ସିିଇଓ ଅଦାର ପୁନଓ୍ବୋଲା କହିଛନ୍ତି। ପ୍ରାୟ ୪ରୁ ୫ ହଜାର ଲୋକଙ୍କଠାରେ ଏହାର ପରୀକ୍ଷା କରାଯିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ଅଧିକ ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଡିଏ ନେତାଙ୍କ ପାଇଁ ରାତ୍ରଭୋଜିର ଆୟୋଜନ କଲେ ଶାହ

ନୂଆଦିଲ୍ଲୀ,୨୦।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଏନ୍‌ଡିଏ ନେତାଙ୍କ ପାଇଁ ମଙ୍ଗଳବାର ଏକ ରାତ୍ରଭୋଜିର ଆୟୋଜନ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ

ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର...

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ...

ଉଦିତ ନାରାୟଣନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୩୦।୭: ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ସେ ପୋଲିସ୍‌ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, କେହି ଜଣେ ଅଜ୍ଞାତ...

ଲଗାତାର ପଞ୍ଚମଥର ଲାଗି ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ଇନ୍ଦୋର: ମିଳିବ ୩ ପୁରସ୍କାର

ନୂଆଦିଲ୍ଲୀ,୧୯ ।୧୧: ସ୍ୱଚ୍ଛତା ଅଭିଯାନରେ ପୁଣିଥରେ ବାଜି ମାରିଛିି ଇନ୍ଦୋର । ସ୍ୱଚ୍ଛତା ସର୍ବେକ୍ଷଣ ପରିଣାମ ଶନିବାର ଔପଚାରିକ ଭାବେ ଘୋଷଣା କରାଯିବ । ନୂଆଦିଲ୍ଲୀର...

ଲିଭ୍‌-ଇନ୍‌ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା

ପ୍ରୟାଗରାଜ, ୩୦।୧୦(ଆଇଏଏନ୍‌ଏସ୍‌): ଲିଭ୍‌-ଇନ ରିଲେଶନଶିପ୍‌ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ...

ଉଚ୍ଛେଦକୁ ବିରୋଧ କରି ଦେହରେ ଲଗାଇଲେ ନିଆଁ

ଚେନ୍ନାଇ,୧୦।୫: ଚେନ୍ନାଇର ରାଜା ଅନ୍ନାମଲାଇ ପୁରମ୍‌ ଅଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଜଣେ ୫୮ ବର୍ଷୀୟ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିଲେ। ହେଲେ...

ଇମ୍ରାନଙ୍କୁ ଭେଟିବେ ନାହିଁ ମୋଦି

ନୂଆଦିଲ୍ଲୀ, ୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ...

Advertisement
Archives

Model This Week