ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା

ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରୁଛନ୍ତି। ଏଭଳି ସମୟରେ ତାଙ୍କର ଅବଦାନ ଅତୁଳନୀୟ। ହେଲେ ଏଭଳି ଜଣେ ମହିଳା ଅଛନ୍ତି ଯେ, ଯିଏ ନିଃସ୍ବାର୍ଥପର ଭାବେ ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ମାଗଣାରେ ଲୋକଙ୍କ ନିକଟରେ ଔଷଧ ପହଞ୍ଚାଉଛନ୍ତି। ଏହି ଦୃଶ୍ୟ ହେଉଛି ଛତିଶଗଡ଼ର ସରଗୁଜା ଜିଲାର ସୁର ଗାଁର। ନିଷିଦ୍ଧାଞ୍ଚଳରେ ଆସୁଥିବା ଏହି ସୁର ଗାଁ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ। ସ୍ବାଧିନତାର ଏତେ ବର୍ଷ ପରେ ଏହି ଗାଁ ଏତେଟା ବିକଶିତ ହୋଇ ନ ଥିବା ବେଳେ ଏଠାକାର ଲୋକମାନେ ସମସ୍ତ ମୌଳିକ ଅଧିକାରରୁ ଆଜି ବି ବଞ୍ଚିତ। ତେବେ ସେମାନଙ୍କର ସହାୟତା ପାଇଁ ଦୀର୍ଘ ୧୦ବର୍ଷରୁ ଜଣେ ନର୍ସ ଅଣ୍ଟା ଭିଡିଛନ୍ତି। ୫୫ବର୍ଷୀୟ ମୁଦଗଲୀ ତିର୍କି ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି। ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ସେ ସପ୍ତାହକୁ ୨ଥର ସୁର ଗାଁକୁ ଯାଇଥାନ୍ତି। ସେଠାକାର ଲୋକଙ୍କୁ ମାଗଣାରେ ଔଷଧ ଦେବା ସହ ଆବଶ୍ୟକୀୟ ସାମଗ୍ରୀ ଓ ପିଲାଙ୍କ ପାଇଁ ଦଲିଆ ଓ ସୁଜି ମଧ୍ୟ ଯୋଗଇ ଦେଇଥାନ୍ତି। ମୁଦଗଲୀଙ୍କ ଏହି କାର୍ଯ୍ୟ ଯୋଗୁ ସେ ଗାଁର ପ୍ରିୟପାତ୍ର ହୋଇପାରିଥିବା ବେଳେ ଲୋକମାନେ ମଧ୍ୟ ତାଙ୍କୁ ଆପଣାର ମାନିଥାନ୍ତି। ତାଙ୍କ ପ୍ରଶଂସା କରିବାକୁ ଯାଇ କେବେ ଥକନ୍ତି ନାହିଁ। ଏତଦ୍‌ ବ୍ୟତୀତ ମୁଦଗଲୀ ଏଠାକାର ରୋଗାଗ୍ରସ୍ତ ଲୋକଙ୍କୁ ଚିକିତ୍ସା କରିବାଠାରୁ ଆରମ୍ଭ କରି ହସ୍ପିଟାଲ ନେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥାନ୍ତି। ଏପରିକି କେତେକ ଗର୍ଭବତୀଙ୍କର ମଧ୍ୟ ସେ ପ୍ରସବ କରାଇଥିବା କୁହାଯାଏ। ଜଙ୍ଗଲ ରାସ୍ତା ଦେଇ ଏକୁଟିଆ ଯିବା ଅସମ୍ଭବ ହୋଇଥିବାରୁ ତାଙ୍କ ସହ ଜଣେ ପୁରୁଷ କର୍ମଚାରୀ ମଧ୍ୟ ସେଠାକୁ ଯାଇଥାନ୍ତି। ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରୁଥିବା ମୁଦଗଲୀ କରୋନା ସମୟରେ ବି ନିଜର ସେବା ଜାରି ରଖିଛନ୍ତି। ତେବେ ତାଙ୍କର ଏହି ସେବା ମନୋଭାବ, କାର୍ଯ୍ୟନିଷ୍ଠା ଓ ବଳିଦାନ ସମସ୍ତ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ସବୁ ମହଲରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ...

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ...

ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୩।୧୧: ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ। ଏହା ଦ୍ୱାରା ଦେଶର ଆର୍ଥିକ ସ୍ଥିତି ଖରାପ ହେବାର ଆଶଙ୍କା ରହିଥାଏ। ମାତ୍ର ଦେଶର ସୁରକ୍ଷା ଉପରେ...

ହାଇକୋର୍ଟ ବିଚାରପତି ନିଯୁକ୍ତିର ୨୦ ଫାଇଲ ଫେରାଇଲେ ସରକାର, ପୁନର୍ବିଚାର ପାଇଁ କହିଲେ…

ନୂଆଦିଲ୍ଲୀ,୨୯।୧୧ : କଲେଜିୟମ ପ୍ରସଙ୍ଗରେ ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ବିବାଦ ଜାରି ରହିଛି। ସେପଟେ ସୁପ୍ରିମକୋର୍ଟ କଲେଜିୟମରୁ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ସହ...

ଗୋଆରେ ବୁଲା ଗାଈ ଖାଉଛନ୍ତି ମାଛ-ମାଂସ: ଅଭ୍ୟାସ ପରିବର୍ତ୍ତନ କରି ଶାକାହାରୀ କରିବାକୁ ମନ୍ତ୍ରୀ ଦେଲେ ପରାମର୍ଶ

ପଣଜୀ,୨୨।୧୦: ଗୋଆରେ ବୁଲା ଗାଈ ରାସ୍ତାରେ ପଡ଼ିଥିବା ମାଛ-ମାଂସ ଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସେମାନଙ୍କର...

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା...

ଶେଷ ହେବ ରାଜଦ୍ରୋହ ଆଇନ: ଅମିତ ଶାହା

ନୂଆଦିଲ୍ଲୀ,୧୧।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଘୋଷଣା କରିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ...

ତେଲ୍‌ଗୀଙ୍କ ଉପରେ ଓ୍ବେବ୍‌ସିରିଜ୍‌ ବନ୍ଦ ଆବେଦନ ଖାରଜ

ମୁମ୍ବାଇ,୨୪।୧୨: ଅବଦୁଲ୍‌ କରିମ୍‌ ଲାଲା ତେଲ୍‌ଗୀଙ୍କ ମାମଲା ଉପରେ ହଂସଲ ମେହେଟ୍ଟାଙ୍କ ସ୍କାମ୍‌ ୨୦୦୩ ଓ୍ବେବ୍‌ସିରିଜ୍‌ ମୁକ୍ତିଲାଭ ଉପରେ ସାମୟିକ ନିଷେଧାଜ୍ଞା ଜାରି ନିମନ୍ତେ ହୋଇଥିବା...

Advertisement
Archives

Model This Week