ସରକାର ଗଠନର ୨୯ ଦିନ ପରେ ହେଲା ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ
ଭୋପାଳ,୨୧।୪: ମଧ୍ୟପ୍ରଦେଶରେ ପୁଣିଥରେ ଶାସନ କ୍ଷମତା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ଶାସନ କ୍ଷମତା ହାତକୁ ନେବାର ୨୯ ଦିନ ପରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ୫ ମନ୍ତ୍ରୀ ମଙ୍ଗଳବାର ଶପଥ ନେଇଛନ୍ତି। ଏମାନଙ୍କ…
ଲକ୍ ଡାଉନ୍: ୧୦୦ କିଲୋମିଟର ଚାଲିବା ପରେ ବି ଘରେ ପହଞ୍ଚି ପାରିଲେନି ବାଳିକା; ବାଟରେ ଘଟିଲା ମୃତ୍ୟୁ
ବିଜାପୁର,୨୧।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଜାରି ରହିଛି। ଏପରିସ୍ଥଳେ ରାଜ୍ୟ ବାହାରକୁ କାମଧନ୍ଦା ଉଦ୍ଦେଶ୍ୟରେ ଯାଇଥିବା ବହୁ ଶ୍ରମିକ ଅଟକି ରହିଛନ୍ତି। ପରିବହନ…
ଦିଲ୍ଲୀରେ ଗରିବ ଓଡ଼ିଆଙ୍କ ଦୁର୍ଦ୍ଦଶା ବଢ଼ୁଛି
ନୂଆଦିଲ୍ଲୀ,୨୧।୪: ଲକ୍ଡାଉନ ଯୋଗୁ ଦିଲ୍ଲୀରେ ଥିବା ଗରିବ, ଖଟିଖିଆ ଓଡ଼ିଆଙ୍କ ଦୁର୍ଦ୍ଦଶା ଅସମ୍ଭାଳ ହୋଇପଡ଼ିଛି। ହାତରେ କାମ ନାହିଁ କି ପେଟରେ ଦାନା ନାହିଁ। ଠିକାରେ କାମ କରୁଥିବା ଶ୍ରମିକମାନେ ଏଠାରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଘରୁ ବାହାରିବା ଲାଗି…
୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟି ହତ୍ୟା
ମୁମ୍ବାଇ,୨୧ା୪: ମହାରାଷ୍ଟ୍ରର ପାଲ୍ଘର ଅଞ୍ଚଳରେ ଦୁଇଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ କେତେକ ଲୋକ ପିଟି ମାରିଦେବା ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ୫ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଶତାଧିକଙ୍କୁ ଗିରଫ କରାଯାଇଥିବାବେଳେ କର୍ତ୍ତବ୍ୟରେ…
ମୁମ୍ବାଇରେ ୫୩ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା
ମୁମ୍ବାଇ,୨୧ା୪(ପି.ଟି.): ମୁମ୍ବାଇରେ ୫୩ ଜଣ ଗଣମାଧ୍ୟମ ପ୍ରତିନିଧି କରୋନା ସଂକ୍ରମିତ ଥ୍ତ୍ବା ପରୀକ୍ଷାରୁ ଜଣାପଡିଛି। ଖବରଦାତାମାନଙ୍କର କୋଭିଡ୍-୧୯ ପରୀକ୍ଷା ଲାଗି ଗତ ୧୬ ଓ ୧୭ ତାରିଖରେ ଆଜାଦ ମଇଦାନରେ ସ୍ବତନ୍ତ୍ର କ୍ୟାମ୍ପ୍ର ଆୟୋଜନ କରାଯାଇଥିଲା। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି)…
ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ
ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍ସ୍ପଟ୍ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ ମୁମ୍ବାଇ ସହରରେ କେବଳ ୨୨୬୮ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା…
ଭାରତକୁ ଚାଇନାର ସମାଲୋଚନା
ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) କ୍ଷେତ୍ରରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଭାରତ ଅଙ୍କୁଶ ଲଗାଇବାର ୨ ଦିନ ପରେ ଏହାକୁ ନେଇ ସୋମବାର ଚାଇନା ପ୍ରତିକ୍ରୟା ପ୍ରକାଶ କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍ରେ ବା…
ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍ ପରବର୍ତ୍ତୀ କାର୍ଯ୍ୟସ୍ଥଳ
ନୂଆଦିଲ୍ଲୀ,୨୧ା୪: କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାର ଲକ୍ଡାଉନ ସମୟସୀମାକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଅଧିକାଂଶ କର୍ମଚାରୀ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ନିୟମିତ କାର୍ଯ୍ୟକ୍ରମ ଭାବେ ଧରିନେଇଛନ୍ତି। କରୋନା ସର୍ମ୍ପୂ୍ଣ୍ଣ ନିୟନ୍ତ୍ରଣକୁ ଆସିବା…
ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍: କ୍ୱାରାଣ୍ଟାଇନ୍ରେ ୧୨୫ ପରିବାର
ନୂଆଦିଲ୍ଲୀ,୨୧।୪: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ରାଷ୍ଟ୍ରପତି ଭବନ। ସାରା ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ରୁ ରାଷ୍ଟ୍ରପତି ଭବନ ମଧ୍ୟ ବର୍ତ୍ତିପାରିନାହିଁ। ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି…
ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ଭାଇରସ୍ର ପ୍ରକୋପ ଜାରି ରଖିଥିବା ବେଳେ ଅନ୍ୟ ଦେଶ ତୁଳନାରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି। ଯାହା ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର। ଭାରତରେ ଏବେ କରୋନା ମାମଲା ସାଢ଼େ ୭ଦିନରେ ଦୁଇଗୁଣା ବୃଦ୍ଧି…
ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍ ଜରିଆରେ ମିଳିଲା ସନ୍ଧାନ
ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ ପୂର୍ବରୁ ୨୯ବର୍ଷୀୟ ଭିକ୍ଟର ନାମକ ଯୁବକ ଓ ୨୮ ବର୍ଷୀୟ ତାତିଆନା ନାମକ ଯୁବତୀ…
ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ
ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି ମହଲ ପୋଲିସ ଷ୍ଟେଶନର ଆଉ ୫ ପୋଲିସ କରୋନାରେ ପୀଡିତ ଥିବା ଜଣାପଡିଛି। ପୂର୍ବରୁ…
Archives


