ଜାତୀୟ

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ସ୍ୱାମୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଏମ୍ସ୍‌ର ଫିଜିଓଲୋଜି ବିଭାଗରେ ଆଇସୋଲେଶନ…

ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ

ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ ତିଆରି କରାଯାଉଥିବା ଦେଖାଯାଇଛି। ମଧ୍ୟପ୍ରଦେଶର ଏମିତି ଜଣେ ମହିଳା ପୋଲିସ ଏବେ ସମସ୍ତଙ୍କର ଦୃଷ୍ଟି…

ସୀମାକୁ ଲାଗିଥିବା ସବୁ ଜିଲା କରୋନା ସଂକ୍ରମିତ ହେଲେ ନିଜକୁ ବଞ୍ଚାଇ ରଖିଛି ଏହି ଜିଲା

ନାଗୁର,୪।୪:ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ ପରେ ବି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ହେଲେ ରାଜସ୍ଥାନର ଏମିତି ଏକ ଜିଲା ରହିଛି ଯେଉଁଠି ଏବେ ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ମିଳିଥିବା ସୂଚନା…

ମହାରାଷ୍ଟ୍ରରୁ ଆସିଲା ଖୁସି ଖବର: ସୁସ୍ଥ ହେଲେ ୫୦ କରୋନା ସଂକ୍ରମିତ

ମୁମ୍ବାଇ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏବେ ସେଠାରେ ୫୦ ଜଣ କରୋନା ପଜିଟିଭ ସୁସ୍ଥ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ସ୍ୱାସ୍ଥମନ୍ତ୍ରୀ ରାଜେଶ ଟୋପେ ଶନିବାର ଏହି ସୂଚନା ଦେଇଛନ୍ତି। ତେବେ ଶନିବାର ଅପରାହ୍ନ…

ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ ଅବା ମହମବତୀ ଜାଳିବାକୁ ମୋଦି କହିଛନ୍ତି। ଶନିବାର ମୋଦି ଟୁଇଟ କରି ପୁଣିଥରେ ଦେଶବାସୀଙ୍କୁ…

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ, ମହମବତୀ ଅବା ଟର୍ଚ୍ଚ ଲାଇଟ୍ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ…

ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ସମେତ ୧୦୮ ଜଣଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦେଇଥିବା ଜଣାପଡିଛି। କୁହାଯାଉଛି ହସ୍ପିଟାଲକୁ ଅନ୍ୟ…

କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ୩ ଜଣ ଏବଂ ରାଜସ୍ଥାନ-କର୍ନାଟକରେ ଜଣେ ଜଣେ ଲୋକଙ୍କ୍ ମୃତ୍ୟୁ ଘଟିଛି…

ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪ ।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ଘଣ୍ଟାରେ ଦେଶରେ ୩୫୫ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚି ଥିବା କହିଛି…

ଲକ୍‌ଡାଉନ୍‌: ଖୋଲା ରହିଛି ଓଖଲା ମାର୍କେଟ

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏବେବି ରାଜଧାନୀ ଦିଲ୍ଲୀର ଓଖଲା ମାର୍କେଟ ଖୋଲା ରହିଛି । ପୂର୍ବପରି ଶନିବାର ଏଠାରେ ପନିପରିବା ଓ ଫଳ ଦୋକାନ ସବୁ ଖୋଲା ଥିବା…

କରୋନାକୁ ଭୟ ନାହିଁ: ୫ମିନିଟ୍‌ରେ ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ମିନିଟ୍‌ରେ ସମ୍ଭବ ହୋଇପାରିବ । ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ…

୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧

ନୂଆଦିଲ୍ଲୀ,୩।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଶୁକ୍ରବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri