Posted inଜାତୀୟ

ପୁଲଓ୍ବାମା ଆକ୍ରମଣ ମାମଲା: ଦାଖଲ ହେବ ୫ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ

ଜମ୍ମୁ,୨୫।୮: ପୁଲଓ୍ବାମା ଆକ୍ରମଣ ଏବେବି ଜୀବନ୍ତ ହୋଇ ରହିଛି ପ୍ରତିଟି ଭାରତୀୟଙ୍କ ହୃଦୟରେ। ୧୪ ଫେବୃୟାରୀ, ୨୦୧୯ରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ)କୁ ଦିଆଯାଇଛି। ଜମ୍ମୁର ଏନ୍‌ଆଇଏ ଅଦାଲତରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପହଞ୍ଚି ସାରିଛି। ଏଥିରେ ୫୦୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି କୁହାଯାଉଛି। ଡେପୁଟି ଇନସପେକ୍ଟର ଜେନରାଲ ସୋନିଆ ନାରଙ୍ଗ ଓ ପୋଲିସ ଅଧିକ୍ଷକ ରାକେଶ ବଲଓ୍ବାଲଙ୍କ ଏକ ଦଳ ଯାଞ୍ଚ ପରେ ଏହି ଚାର୍ଜସିଟ ପ୍ରସ୍ତୁତ କରିଛନ୍ତି। ଏଥିରେ ଜୈଶ-ଇ-ମହମ୍ମଦର ମସୁଦ ଅଜହର, ତାଙ୍କ ଭାଇ ଅବଦୁଲ ରଉଫ ଅସଗର, ଆତଙ୍କବାଦୀ ସଙ୍ଗଠନର ଆଉ କେତେଜଣ ଆତଙ୍କବାଦୀ ଓ ୭ ଗିରଫ ହୋଇଥିବା ଆତଙ୍କବାଦୀ ତଥା ଅଭିଯୁକ୍ତଙ୍କ ନାଁ ରହିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଜବାନ ଶହୀଦ ହୋଇଥିବା ବେଳେ ଏହି ଘଟଣା ପାଇଁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ନିଜକୁ ଦାୟୀ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ...

କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣା: କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ,୧୩।୪: କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ଘଟଣାରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତକଙ୍କ ଭାଇ ପ୍ରଶାନ୍ତ...

ସାମାନ୍ୟ ସତର୍କତା ଅଭାବରୁ ସଂକ୍ରମିତ ହେଲେ ୪୩ ଜଣ

କାସରଗଡ଼,୨୭।୭: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ପକାଇଛି କହିଲେ ଚଳେ। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସରକାର...

ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ

ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ...

ଜି -୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ଖାର୍ଗେ

ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ...

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ...

ଧାର୍ମିକ ସ୍ଥଳ ଖୋଲିବାକୁ ମିଳିଲା ଅନୁମତି, ହଟିଲା ୱିକ ଏଣ୍ଡ କର୍ଫ୍ୟୁ

ବେଙ୍ଗାଲୁରୁ,୪ ।୭: ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କର୍ନାଟକ ସରକାର ଲଗାଇଥିବା କଟକଣାରେ କିଛିଟା କୋହଳ କହିଛନ୍ତି । ଏବେ ରାଜ୍ୟରେ ଧାର୍ମିକ...

ଶୁଭିବନି ଏମାନଙ୍କ ସ୍ବର

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାରତର ନିର୍ବାଚନୀ ଇତିହାସରେ ବିଗତ ୩ ଦଶନ୍ଧି ଧରି ସେମାନେ ନିଜ ନିଜ ଦଳର ଦୃଢ଼ ସ୍ବର ପାଲଟିଥିଲେ। ନିଜ ନିର୍ବାଚନମଣ୍ଡଳୀ ତଥା ରାଜ୍ୟର...

Advertisement
Archives

Model This Week