ପିଲାଙ୍କୁ ଛାଡ଼ିବାକୁ ୬୨% ଅଭିଭାବକ ଅମଙ୍ଗ

ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ ଅଧିକାଂଶ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଏବେ ଛାଡ଼ିବା ଲାଗି ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। ଯଦି ସରକାର ସେପ୍ଟେମ୍ବର ୧ରୁ ଉଚ୍ଚ ଶ୍ରେଣୀଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ଓ ପର୍ଯ୍ୟାୟ କ୍ରମେ ସବୁ ଶ୍ରେଣୀ ଖୋଲେ, ତେବେ ଅଧିକାଂଶ ଅଭିଭାବକ ଏହାକୁ ଗ୍ରହଣ କରିବାକୁ ନାରାଜ ଥିବା ସର୍ଭେରୁ ଜଣାପଡ଼ିଛି। କେବଳ ୨୩ ପ୍ରତିଶତ ଅଭିଭାବକ ଏଥିଲାଗି ରାଜି ଥିବା ପ୍ରକାଶ କରିଛନ୍ତି। ସମ୍ପ୍ରତି ଅନ୍‌ଲାଇନ୍‌ କ୍ଲାସ ଜାରି ରଖିବା ସପକ୍ଷରେ ଅଧିକାଂଶ ଅଭିଭାବକ ଅଛନ୍ତି।
ସର୍ଭେରୁ ଜଣାପଡ଼ିଛି ଯେ, ୬୨ ପ୍ରତିଶତ ଅଭିଭାବକ ସେପ୍ଟେମ୍ବର ୧ରୁ ପିଲାଙ୍କୁ ସ୍କୁଲକୁ ଛାଡ଼ିବା ଲାଗି ଅମଙ୍ଗ ଅଛନ୍ତି। ଲୋକାଲ ସର୍କଲ ସର୍ଭେ ଅନୁଯାୟୀ ମାତ୍ରେ ୬ ପ୍ରତିଶତ ନାଗରିକ ସେପ୍ଟମ୍ବର ୧ରୁ ମଲ୍ଟିପ୍ଲେକ୍ସ ଓ ଥିଏଟର ଖୋଲିଲେ ସେଠାକୁ ଯିବା ଲାଗି ମନ ବଳାଇଛନ୍ତି। ଆଗାମୀ ୬୦ ଦିନ ମଧ୍ୟରେ ମେଟ୍ରୋ ଓ ଲୋକାଲ ଟ୍ରେନ୍‌ରେ ଯିବା ଲାଗି ୩୬ ପ୍ରତିଶତ ଲୋକ ଚାହିଁଛନ୍ତି। ଦୈନିକ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ଲୋକଙ୍କ ମନୋଭାବ ଏଭଳି ରହିଛି। ଆମେରିକାରେ ସ୍କୁଲ ଖୋଲିବାର ୨ ସପ୍ତାହ ମଧ୍ୟରେ ୯୭ ହଜାର ପିଲା କରୋନା ଆକ୍ରାନ୍ତ ହୋଇଥିଲେ। ଜର୍ମାନୀରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଭାରତର ଅଭିଭାବକ ମହଲାରେ ଆତଙ୍କ ସୃଷ୍ଟିକରିବା ସ୍ବାଭାବିକ। ଅତି କମ୍‌ରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ନ ଖୋଲିବା ସପକ୍ଷରେ ଅଧିକାଂଶ ଅଭିଭାବକ ଅଛନ୍ତି। ଦେଶର ୨୬୧ ଜିଲାରେ ୨୫ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri