Posted inଜାତୀୟ

ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩

ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ ଗାନ୍ଧୀ ପରିବାର ବାହାରୁ ଦଳର ଅଧ୍ୟକ୍ଷ ବଛାଯିବା କାଳ୍ପନିକ ଭାବେ ଠିକ୍‌। ହେଲେ ଏହା ବାସ୍ତବତା ନୁହେଁ। ଦଳର ଇତିହାସ କହୁଛି, ଦେଶ ସ୍ବାଧୀନ ହେବା ପରଠାରୁ ନେହେରୁ ଗାନ୍ଧୀ ପରିବାରରୁ ୫ ଏବଂ ବାହାରୁ ୧୩ ଜଣ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି। କିନ୍ତୁ ପରିବାର ସଦସ୍ୟମାନେ ବାହାର ବ୍ୟକ୍ତିଙ୍କୁ ଏହି ପଦ ଦେବା ପରେ ବି ସେମାନଙ୍କ ଦ୍ୱାରା ଦଳ ସଞ୍ଚାଳନ କରାଯାଇଥାଏ। ଜବାହରଲାଲ୍‌ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସ୍ବାଧୀନତା ପରଠାରୁ ବହୂୁଦିନ ଧରି ଦଳର ନେତୃତ୍ୱ ନେଇଆସିଛନ୍ତି। ସର୍ବାଧିକ କାଳ ଦଳର ଅଧ୍ୟକ୍ଷ ରହିଥିବା ସୋନିଆ ଗାନ୍ଧୀ ସୋମବାର ସିଡବ୍ଲ୍ୟୁସି ବୈଠକରେ ପଦ ଛାଡ଼ିବାକୁ ମନ ବଳାଇଥିଲେ। ଦଳର ପୁରୁଖା ୨୦ରୁ ଅଧିକ ନେତା ସାଙ୍ଗଠନିକ ପୁନର୍ଗଠନ ଓ ଦଳୀୟ ନେତୃତ୍ୱ ପରିବର୍ତ୍ତନ ଲାଗି ଚିଠି ଲେଖିବା ପରେ ଅସନ୍ତୁଷ୍ଟ ସୋନିଆ ହଠାତ୍‌ ନିଜ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ। କିନ୍ତୁ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବଛା ନ ହେବା ପର୍ଯ୍ୟନ୍ତ ପୁଣି ତାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ଲାଗି ଅନୁରୋଧ କରାଯାଇଛି।
ନେହେରୁ ଗାନ୍ଧୀ ପରିବାରକୁ ଛାଡ଼ିଦେଲେ ବାହାର ନେତା ଭାବେ ଜେ. ବି. କ୍ରିପାଲାନି, ବି. ପଟ୍ଟାଭି ସୀତାରାମାୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ.ଏନ୍‌. ଧେବାର, ଏନ୍‌. ସଞ୍ଜୀବ ରେଡ୍ଡୀ, କେ. କାମରାଜ୍‌, ଏସ୍‌. ନିଜାଲିଙ୍ଗାପ୍ପା, ଜଗଜ୍ଜୀବନ ରାମ, ଶଙ୍କର ଦୟାଲ ଶର୍ମା, ଡି. କେ. ବରୁଆ, କେ. ବି. ରେଡ୍ଡୀ, ପି. ଭି. ନରସିଂହ ରାଓ, ସୀତାରାମ କେଶରୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ବସାଯାଇଥିଲା। ସମ୍ପ୍ରତି ଦଳର ଅନେକ ନେତା ନେତୃତ୍ୱ ନେବାର କ୍ଷମତା ରଖିଛନ୍ତି ଓ ନେହେରୁ ଗାନ୍ଧୀ ପରିବାର ବାହାରୁ ଦଳୀୟ ନେତାଙ୍କୁ ଅଧ୍ୟକ୍ଷ କରାଯିବା ଲାଗି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିଛିଦିନ ତଳେ କହିଥିଲେ। କଂଗ୍ରେସ ଲାଗି ଏବେ ନେତୃତ୍ୱ ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ଲେଖକ ତଥା ବରିଷ୍ଠ ଖବରଦାତା ରସିଦ୍‌ କିଡ୍‌ଓ୍ବାଇ କହିଛନ୍ତି। ବାହାରୁ ଦଳର ଅଧ୍ୟକ୍ଷ ହୋଇଥିବା ଯେକେହି ନେତା ନେହେରୁ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ଦେଖାଇବା ସହ ସେମାନଙ୍କ କଥା ଅନୁଯାୟୀ କାର୍ଯ୍ୟ କରିଥାନ୍ତି। ଏବେ ନେହେରୁ ଗାନ୍ଧୀ ପରିବାର ସଦସ୍ୟ ଭୋଟରଙ୍କୁ ମନାଇବାରେ ଓ ନେତାଙ୍କ ମନ ଜିଣିବାରେ ସେଭଳି ସଫଳ ନ ଥିବା ଜଣାପଡ଼ୁଛି। ଦଳରେ ଏବେ ଭିନ୍ନ ପରିବେଶ ଓ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜଣେ ଅଣନେହେରୁ ଗାନ୍ଧୀ ପରିବାର ସଦସ୍ୟ ନେତୃତ୍ୱ ନେଇ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ହେବ ବୋଲି ସେଣ୍ଟର ଫର୍‌ ଦ ଷ୍ଟଡି ଅଫ୍‌ ଡେଭେଲପ୍‌ମେଣ୍ଟ ସୋସାଇଟିର ନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରକାଶ କରିଛନ୍ତି। ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ରାଜନୀତି ବିଶାରଦ ସଞ୍ଜୟ କେ. ପାଣ୍ଡେ କହିଛନ୍ତି, କଂଗ୍ରେସରେ ନେହେରୁ ଗାନ୍ଧୀ ପରିବାର ସଦସ୍ୟଙ୍କ ପ୍ରଭାବ ରହିଆସିଥିବାରୁ ବାହାର ନେତା ଦଳର ମଙ୍ଗ ଧରି ଆଗକୁ ବଢ଼ିବା କଷ୍ଟକର ହେବ। ଏଭଳି ପରିସ୍ଥିତିରେ ଦଳର ଭବିଷ୍ୟତ ସେଭଳି ଉଜ୍ଜ୍ୱଳ ହୋଇପାରିବା ଆଶା କରାଯିବା ଭୁଲ୍‌ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?