ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି, ଯାହାକୁ କେହି ଭାବି ବି ନ ଥିବେ। ତାଙ୍କର ଏହି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପଞ୍ଜାବର ଲୁଧିଆନାର ଲଖୋଓ୍ବାଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ର ହରମନଜୋତଙ୍କୁ ନୂଆ ସାଇକେଲର ଆବଶ୍ୟକ ଥିଲା। ଏନେଇ ସେ ବାପାଙ୍କୁ କହିଥିଲେ। କିନ୍ତୁ ଦେଶରେ ମହାମାରୀ କରୋନା ବ୍ୟାପିବା ଓ ଆର୍ଥିକ ଅନାଟନ ଯୋଗୁ ତାଙ୍କ ବାପା ନୂଆ ସାଇକେଲ କିଣିବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ହରମନଜୋତ ଏକ ଉପାୟ ପାଞ୍ଚିଥିଲେ ଏବଂ ପିତାଙ୍କ ସହାୟତାରେ ଘରେ ଏକ ଅଦ୍ଭୁତ ନୂଆ ସାଇକେଲ ତିଆରି କରିଥିଲେ। ଯାହା ଆଗରୁ ସ୍କୁଟର ଭଳି ଦେଖାଯାଉଥିବା ବେଳେ ପଛରୁ ସାଇକେଲ ଭଳି ଦେଖାଯାଉଛି। ଏହାକୁ ପେଡାଲ ମାରି ଚଳାଇ ହେବ। ତେବେ ଏହି ନିଆରା ସାଇକେଲ ଏବେ ଚର୍ଚ୍ଚାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିସହ ହରମନଜୋତଙ୍କ କାର୍ଯ୍ୟକୁ ସବୁ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ମାସରେ ୨୧୧ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ଗତ ୧୧ ମାସ ମଧ୍ୟରେ ବଡ଼ ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୨୧୧...

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।...

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ...

କୋମାରେ ଯୋଗୀ

ରାୟପୁର,୧୦।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏବେ ସେ କୋମାକୁ ଚାଲିଯାଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ...

ହାରିଗଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ଭାଜପା ମ୍ୟାଜିକ ନମ୍ବରଠାରୁ ଯଥେଷ୍ଟ ଅଧିକ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ ଭାଜପା ଛାଡି...

ଚିଦାମ୍ବରମଙ୍କ ଗିରଫଦାରିକୁ କଂଗ୍ରେସର ବିରୋଧ:ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌):ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଗିରଫଦାରି ବେଆଇନ। କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଇଛନ୍ତି। ଏହା ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା...

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଖିଳେଶଙ୍କ ନାଁରେ ମାମଲା

ଲକ୍ଷ୍ନୌ,୨୧।୨: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସମାଜବାଦୀ ପାର୍ଟି(ଏସ୍‌ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ...

ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

କ୍ୱିଭ୍‌,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ...

Advertisement
Archives

Model This Week