Posted inଜାତୀୟ

କୋଠା ଭୁଷୁଡିବାର ୨୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୪ବର୍ଷର ଶିଶୁ

ରାୟଗଡ଼,୨୫।୮: ମହାରାଷ୍ଟ୍ରର ରାୟଗଡ଼ରେ ସୋମବାର ଏକ ୫ମହଲା କୋଠା ଭୁଷୁଡି ପଡିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ରହିଛନ୍ତି। କୋଠାଟି ଭୁଷୁଡି ପଡିବା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ଦୀର୍ଘ ପ୍ରାୟ ୨୦ ଘଣ୍ଟା ପରେ ଭଙ୍ଗା କୋଠା ତଳୁ ଉଦ୍ଧାରକାରୀ ଦଳ ଜଣେ ୪ ବର୍ଷର ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏନ୍‌ଡିଆର୍‌ଏଫ୍‌ର ଡେପୁଟି କମାଣ୍ଡରଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଶିଶୁଟି ଏକ କୋଣରେ ସିମେଣ୍ଟ ବାଲିରେ ଜୁଡୁବୁଡୁ ହୋଇ ବସି ରହିଥିଲା। ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ୨ ଜଣ ସଦସ୍ୟ ଶିଶୁଟିକୁ ଦେଖି ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟି ସମ୍ପୂର୍ଣ୍ଣ ଡରି ଯାଇଥିଲା। ସେ ସୁସ୍ଥ ଅନୁଭବ କରୁଥିଲେ ବି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ୧୭ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ

ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର...

ଟିକାକୁ ଭୟ: ନେବାକୁ ଚାହୁଁ ନାହାନ୍ତି ୬୨ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୧୯।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ତେବେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦେଶର ୬୨...

ସୁଯୋଗ ମିଳିଲେ କଂଗ୍ରେସ ଅଧ୍ୟକ୍ଷ ହେବି, ଏହା ମୁଖ୍ୟମନ୍ତ୍ରୀ ପଦଠାରୁ ବି ୧୦୦ ଗୁଣା ବଡ: ଗେହଲୋଟ

ଜୟପୁର,୨୬।୮: ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି କି ପରିସ୍ଥିତି ଏମିତି ହେଲା ଯେ ମୁଁ ଅଧ୍ୟକ୍ଷ ହୋଇ ପାରିଲି ନାହିଁ।...

ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ

କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ...

ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…

ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ...

୪ ବର୍ଷ ପୂରଣ କରି ରେକର୍ଡ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ୪ ବର୍ଷ ପୂରଣ କରିଛନ୍ତି। ମାର୍ଚ୍ଚ ୧୯, ୨୦୧୭ରେ ଗୋରଖପୁର ଲୋକ ସଭା ନିର୍ବାଚନମଣ୍ଡଳୀର ତତ୍କାଳୀନ...

ଅଜିତଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ

ମୁମ୍ବାଇ, ୨୯।୧୧ :ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ୬ ମନ୍ତ୍ରୀ ଶପଥ...

ଯେଉଁ ରାଜନେତାଙ୍କ ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଲୋକେ

ନୂଆଦିଲ୍ଲୀ, ୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିବାହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।...

Advertisement
Archives

Model This Week