ଜାତୀୟ

ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୬ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ସେମାନେ…

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି। ଏକ…

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ ତଳେ ଜମ୍ମୁ-କଶ୍ମୀରର ବିଭାଜନ ହୋଇ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦ୍ଦାଖ…

ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କ ପରଲୋକ

କୋଲକାତା,୬।୮: ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ସେ ଟ୍ରେଡ ୟୁନିୟନର ନେତା ଥିବା ସହ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। କୋଲକାତାର ଏକ ହସ୍ପିଟାଲରେ ସେ ୭୬ ବର୍ଷ ବୟସରେ ଶେଷ…

ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ

ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହେବାକୁ ପଡ଼ୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ନଏଡା…

କ୍ଷମତାରେ ମୋଦି-ବିପକ୍ଷରେ ମୋଦି-ମଧ୍ୟସ୍ଥତାରେ ବି ମୋଦି: ଦେଶ ରାଜନୀତିରେ ନାହିଁ ବିକଳ୍ପ !

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ନୂଆ ଆକଳନ କରାଯାଉଛି। ଭୂମି ପୂଜନରେ ମୋଦି ଜୟ ଶ୍ରୀରାମ ନ କହି ଜୟ ସୀୟା ରାମ ବାରମ୍ବାର ଉଚ୍ଚାରଣ କରିଛନ୍ତି। ଏବେ…

ପ୍ରେମିକଙ୍କ ସହ ଝିଅକୁ ଜିଅନ୍ତା ଜାଳିଦେଲେ ପରିବାର ଲୋକେ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ବାନ୍ଦାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରେମିକା-ପ୍ରେମିକଙ୍କ ଜୀଅନ୍ତା ଜାଳି ଦିଆଯାଇଛି। ଏହି ସମ୍ବେଦନଶୀଳ ଘଟଣା ପରେ ଉଭୟଙ୍କ ମୃତ୍ୟୁ ଘଟିଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡିଜି ଏବଂ ଏସପି କାନପୁର ଡାକ୍ତରଖାନାରେ ପହଞ୍ଚିଛନ୍ତି। ସେଠାରେ…

ମନେ ପଡିଲେ ସୁଷମା

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସୁଷମା ସ୍ବରାଜ। ଭାରତୀୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଆଜକୁ ଠିକ୍‌ ଏକ ବର୍ଷ ହେବ ସମସ୍ତଙ୍କଠାରୁ…

ଭାରତ ସୀମାରେ ପ୍ରବେଶ କରିଥିଲେ ଚାଇନା ସେନା: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୮: ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ ଚାଇନା ସେନା ଗତ ମେ’ ମାସରେ ପୂର୍ବ ଲଦ୍ଦାଖରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ପାଙ୍ଗୋଙ୍ଗ ତ୍ସୋ ଓ ଗୋଗରା ସେନାଙ୍କୁ ପଛକୁ ହଟାଇବା ଲାଗି ଯେତେବେଳେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ…

ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌

ମୁମ୍ବାଇ,୬।୮: ମହାରାଷ୍ଟ୍ରରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥିବା ଲଗାତର ବର୍ଷା ଯୋଗୁୁ ଆରବ ସାଗର ଫୁଲି ଉଠିବାରୁ ସହରର ରାସ୍ତାରେ ପାଣି ମାଡ଼ିଯାଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାରେ…

ଖୁସି ଖବର: ୫୦ ଟଙ୍କାରେ ମିଳିବ କରୋନା ଔଷଧ !

ନୂଆଦିଲ୍ଲୀ,୬।୮: ଦେଶର ଔଷଧ ନିର୍ମାଣକାରୀ କମ୍ପାନୀ ଲୁପିନ(Lupin) ବୁଧବାର କମ୍‌ ଓ ମଧ୍ୟମ ଲକ୍ଷଣ ଥିବା କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାବିପିରାଭିର ଲଞ୍ଚ କରିଥିବା ଘୋଷଣା କରିଛି। କୋଭିହଲ୍ଟ (Covihalt) ନାମରେ ମିଳୁଥିବା ଏହି ଔଷଧର…

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା ଦେଇ ମଧ୍ୟ ଅମାନିଆ ସୁଧୁରୁ ନ ଥିବାରୁ ଏବେ ସେମାନଙ୍କୁ ପାନେ ଦେବାକୁ ଟ୍ରାଫିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri