କରୋନା ଆକ୍ରାନ୍ତ ଡାକ୍ତର କରୁଛନ୍ତି ରୋଗୀଙ୍କ ଚିକିତ୍ସା

ଜୟପୁର, ୨।୯: କରୋନା ମହାମାରୀ ସମୟରେ ରାଜସ୍ଥାନର ବିକାନେର ସହରରୁ ଏକ ଚରମ ଅବହେଳାର ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ରୋଗୀଙ୍କ ପରୀକ୍ଷା କରୁଛନ୍ତି। ସେହିଭଳି ଡାକ୍ତରମାନଙ୍କ ବୈଠକରେ ମଧ୍ୟ ସେ ଅଂଶଗ୍ରହଣ କରୁଛନ୍ତି। ତେବେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ଡିସପେନସାରୀ ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା। ଡାକ୍ତରମାନେ ଏହି ଘଟଣାକୁ ଗୁରୁତର ନେଇଛନ୍ତି। ସିଏମ୍‌ଏଚ୍‌ଓ ସେହି କରୋନା ଆକ୍ରାନ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
୨ ନମ୍ବର ଡିସପେନସାରୀରେ ଏହି ଘଟଣା ଘଟିଥିଲା। ଜଣେ ରୋଗୀ ଓ ତାଙ୍କ ପରିବାର ପ୍ରଥମେ ଏହି କଥା ଜାଣିପାରିଥିଲେ ଯେ, ଯେଉଁ ଡାକ୍ତର ତାଙ୍କ ପରୀକ୍ଷା କରୁଛନ୍ତି ସେ ନିଜେ କରୋନା ଆକ୍ରାନ୍ତ। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ଜୀବନ ସହ ଡାକ୍ତରଜଣଙ୍କ ଖେଳୁଛନ୍ତି ବୋଲି ଲୋକ ଅଭିଯୋଗ କରିଥିଲେ। ସୂଚନା ମୁତାବକ, ସେହି ଡାକ୍ତର ଜଣଙ୍କ ରିପୋର୍ଟ ନିକଟରେ କରୋନା ପଜିଟିଭ ଆସିଥିଲେ ମଧ୍ୟ ସେ ଏନେଇ କାହାକୁ ଜଣାଇ ନ ଥିଲେ ଏବଂ ପୂର୍ବଭଳି ଚିକିତ୍ସା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ସ୍ବାସ୍ଥ୍ୟ ସୁବିଧା ଲାଗି ୫୦ ହଜାର କୋଟିର ଋଣ…

ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ...

ଲକ୍‌ଡାଉନ୍‌ରେ ଗରିବ ପେଟର କଥା: ମାଗଣା ଭୋଜନ ପାଇଁ ସକାଳ ୬ରୁ ଲାଗୁଛି ଲମ୍ବା ଧାଡ଼ି

ନୂଆଦିଲ୍ଲୀ,୧୩।୪: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ସ୍ବଚ୍ଛଳ ଲୋକଙ୍କ ପାଖରେ ଟଙ୍କା ଥିବାରୁ ଖାଇବାରେ ଅସୁବିଧା ହେଉ ନ ଥିବାବେଳେ...

ଜେଲ୍‌ରେ ଚିଦାମ୍ବରମଙ୍କୁ ଭେଟିବା ପାଇଁ କଂଗ୍ରେସ ନେତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କୁ ଭେଟିବାକୁ ତିହାର ଜେଲ୍‌ ଯାଇଥିଲେ। ହେଲେ ସେଠାରେ ସେମାନେ ଚିଦାମ୍ବରମଙ୍କୁ ଭେଟିପାରି ନ...

ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…

ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ...

ହାର୍ଦ୍ଦିକ ପାଣ୍ଡ୍ୟା ମାରିଲେ ଏମିତି ସର୍ଟ, ହସି ହସି ଗଡିଲେ ସ୍ତ୍ରୀ

ମୁମ୍ବାଇ,୨୦।୫: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହିତ ଫାପ ଡୁ ପ୍ଲେସିସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ବ୍ୟାଟିଂ ଜରିଆରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶେଷ...

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଜଲୀସ ଅନ୍‌ସାରି ପାରୋଲରେ ଆସି ନିଖୋଜ

ମୁମ୍ବାଇ,୧୭।୧: ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଦୋଷୀ ଜଲୀସ ଅନ୍‌ସାରି ମୁମ୍ବାଇସ୍ଥିତ ତାଙ୍କ ଘରୁ ନିଖୋଜ ହୋଇ ଯାଇଛନ୍ତି। ୨୧ ଦିନ ହେବ ପାରୋଲରେ ଆସି...

ଗଗନୟାନ ମିଶନ: ପ୍ରଥମ ପର୍ଯ୍ୟାୟରେ ୧୦ ପାଇଲଟ୍‌ଙ୍କୁ ଚୟନ କଲା ଭାରତୀୟ ବାୟୁସେନା

ଶ୍ରୀହରିକୋଟା,୯।୯: ଭାରତର ଗଗନୟାନ ମିଶନ ପାଇଁ ୧୦ ପାଇଲଟଙ୍କୁ ବାୟୁସେନା ଚୟନ କରିଛି। ଏହି ମିଶନ ଅନ୍ତର୍ଗତ ୩ ଜଣ ପାଇଲଟ ୭ ଦିନ ଧରି...

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌...

Advertisement
Archives

Model This Week