ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭ କିଲୋ ଓଜନର ଚୁଟିର ପିଣ୍ଡୁଳା ବାହାର କରାଯାଇଛି। ଯୁବତୀଙ୍କ ପେଟରୁ ଅପରେସନ କରି ଏହି ଚୁଟିର ପିଣ୍ଡୁଳା ବାହାର କରିଥିବା ଡାକ୍ତର ଜିଏନ୍‌ ସାହୁ କହିଛନ୍ତି, ଏହାକୁ ସଫଳତାର ସହ ବାହାର କରିଦିଆଯାଇଛି। ଏହା ଏକ ଅତ୍ୟନ୍ତ ଜଟିଳ ଅପରେଶନ ଥିଲା। ଚୁଟିର ଏହି ପିଣ୍ଡୁଳା ପୁରା ପେଟକୁ କବ୍‌ଜା କରି ରଖିଥିଲା। ଚିକିତ୍ସା ଇତିହାସରେ ଏହା ଏକ ଅଜବ ଘଟଣା।


କୁମାରୀ ନାମକ ଏହି ଯୁବତୀଙ୍କ ଛୋଟବେଳେ ଛୁଟି ଖାଇବା ଅଭ୍ୟାସ ଥିଲା। ସେ ମୁଣ୍ଡ କୁଣ୍ଡାଇବା ପରେ ଝଡ଼ି ପଡ଼ୁଥିବା ଚୁଟିକୁ ଖାଇ ଦେଉଥିଲେ। ଗତ ୫ ବର୍ଷ ହେବ ସେ ଏହି ଖରାପ ଅଭ୍ୟାସ ଛାଡ଼ି ଦେଇଥିଲେ। କିନ୍ତୁ ପେଟରେ ଥିବା କେଶ ଏକାଠି ହୋଇ ଏକ ପିଣ୍ଡୁଳା ଆକାର ଧାରଣ କରିଥିଲା। ଏହାପରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ୩ ଦିନ ତଳେ ଯୁବତୀଜଣଙ୍କ ଡାକ୍ତର ସାହୁଙ୍କୁ ଭେଟିଥିଲେ। ଏହାପରେ ପେଟରେ ଟ୍ୟୁମର ଥିବା ସନ୍ଦେହରେ ଡାକ୍ତର ସାହୁ ଯୁବତୀଙ୍କ ଅଲ୍‌ଟ୍ରା ସାଉଣ୍ଡ କରିଥିଲେ। ଏହାପରେ ଯେତେବେଳେ ଯୁବତୀଙ୍କ ଅପରେଶନ କରାଯାଇଥିଲା ପେଟ ମଧ୍ୟରୁ ୭ କେଜି ଓଜନର ଏକ ବଡ଼ ଚୁଟିର ପିଣ୍ଡୁଳା ବାହାରିଥିଲା। ଏହି ଅପରେଶନ ୬ ଘଣ୍ଟା ଧରି ଚାଲିଥିଲା। ଚିକିତ୍ସା କ୍ଷେତ୍ରରେ ୪୦ ବର୍ଷ ଇତିହାସରେ ଏଭଳି ଘଟଣା ପ୍ରଥମଥର ଲାଗି ଦେଖିଥିବା ଡାକ୍ତର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଗାଁକୁ ଖୋଲା ଶୌଚମୁକ୍ତ କଲେ ଦୃଷ୍ଟିହୀନ ସାଧୁ ମାଝି

ବିହାରର ଫତେହପୁର ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚମୁକ୍ତ। ଏହାର ସମସ୍ତ ଶ୍ରେୟ ଯାଉଛି ୪୫ ବର୍ଷୀୟ ଦୃଷ୍ଟିହୀନ ସାଧୁ ମାଝିଙ୍କୁ। ଯିଏକି ନିଜ...

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ...

କେରନ୍‌ ସେକ୍ଟରରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ସୈନ୍ୟଙ୍କ ଭିଡ଼ିଓ ଜାରି

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପାକିସ୍ତାନ ସୈନ୍ୟ ବିଭାଗ...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ...

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ

ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ...

ସେନା ମୁତୟନ ପାଇଁ ବାଧ୍ୟ କରନି: ଅଜିତ୍‌

ମୁମ୍ବାଇ,୨୭ା୩: ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକଣା ଜାରି ହେବା ସତ୍ତ୍ୱେ ଲୋକେ ରାସ୍ତାଘାଟରେ...

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌...

Advertisement
Archives

Model This Week