ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!

ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା ଡାକ୍ତର ନବଜାତକଙ୍କୁ ୧ ଲକ୍ଷ ଟଙ୍କାରେ ବିକି ଦେବା ଘଟଣା ଲୋକଲୋଚନକୁ ଆସିଛି। ଏହି ଡାକ୍ତରଖାନାରେ ଡେଲିଭରୀ ବିଲ୍‌ ୩୦ ହଜାର ଟଙ୍କା ହୋଇଥିଲା। ଯାହାକୁ ଦେବା ପାଇଁ ଏକ ଦମ୍ପତି ଅସମର୍ଥଥିଲେ। ତେଣୁ ଡାକ୍ତର ପିଲାକୁ ବିକିଦେବାକୁ କହିଲେ। ଏହି ଖବର ଭାଇରାଲ ହେବା ପରେ ଅଭିଯୁକ୍ତ ଦିଲ୍ଲୀପ ମଙ୍ଗଳ ନବଜାତକକୁ ଗରିବ ଦମ୍ପତିଙ୍କୁ ଫେରାଇ ଦେଇଛନ୍ତି। ନିଜ ପିଲାକୁ ପାଖରେ ପାଇ ଦମ୍ପତି ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି। ପ୍ରଶାସନ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଡାକ୍ତରଖାନାକୁ ସିଲ୍‌ କରିଦେଇଛି।


ଶମ୍ଭୁନଗରରେ ରହୁଥିବା ଶିବନାରାୟଣ ରିକ୍ସା ଚଳାଇ ପେଟ ପୋଷନ୍ତି। ଲକ୍‌ଡାଉନ୍‌ରେ ତାଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଋଣ ଶୁଝିବାକୁ ନିଜ ଘରର ସମସ୍ତ ଜିନିଷ ବିକି ଦେଇଥିଲେ। ୨୪ ଅଗଷ୍ଟରେ ଶମ୍ଭୁଙ୍କ ସ୍ତ୍ରୀ ବବିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବବିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ହସ୍ପିଟାଲରେ ବିଲ୍‌ ୩୦ ହଜାର ହୋଇଥିଲା। ଏହି ଗରିବ ଦମ୍ପତି ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ। ସେ ଡାକ୍ତରଙ୍କୁ ୫୦୦ ଟଙ୍କା ଦେବେ ବୋଲି ହାତଯୋଡ଼ି ଅନୁରୋଧ କରିଥିଲେ। ମାତ୍ର କେହି ତାଙ୍କ କଥା ଶୁଣି ନ ଥିଲେ। ଡାକ୍ତର ଏହି ଦମ୍ପତିଙ୍କୁ ଧମକାଇଥିଲେ। ଏକ କାଗଜରେ ଦସ୍ତଖତ ନେଇଯାଇଥିଲେ। ଯାହା ପରେ ଡାକ୍ତର ଶିଶୁପୁତ୍ରକୁ ୧ ଲକ୍ଷ ଟଙ୍କାରେ କିଣିନେଲେ ଏବଂ ଏହି ଦମ୍ପତିଙ୍କୁ କିଛି ଟଙ୍କା ଦେଇ ବିଦା କରିଦେଇଥିଲେ।

ଯେତେବେଳେ ଏହି ଘଟଣା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଜାଣିପାରିଲା ସେତେବେଳେ ହସ୍ପିଟାଲରେ ପହଞ୍ଚି ସିଲ୍‌ କରିଦେଲା। ସିଏମ୍‌ଓ ଡାକ୍ତର ଆର୍‌ସୀ ପାଣ୍ଡେ କହିଛନ୍ତି, ନବଜାତକ ବିକ୍ରି ସମ୍ପର୍କରେ ସୂଚନା ମିଳିଥିଲା। ଏହା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?