ଫୋନ୍ରୁ ୫୨ଚାଇନା ଆପ୍ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ଏସ୍ଟିଏଫ୍
ଲକ୍ଷ୍ନୌ, ୧୯।୬: ଉତ୍ତରପ୍ରଦେଶର ସ୍ପେଶିଆଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଶୁକ୍ରବାର ଏକ ଗୋପନୀୟ ଲେଟର ଜାରି କରିଛି। ଏଥିରେ ଏସ୍ଟିଏଫ୍ର ସମସ୍ତ କର୍ମଚାରୀଙ୍କୁ ଚାଇନା ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଫୋନ୍ରେ ଥିବା ସମସ୍ତ ୫୨ଟି ଚାଇନା ଆପ୍କୁ ତୁରନ୍ତ ଅନ୍ଇନ୍ଷ୍ଟୋଲ…
ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ ଚାଇନାର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ,୧୯।୬:ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି। ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡିଜେଲ ଲିଟର ପିଛା ୬୩ ପଇସା ବଢିଛି। ଗତ ୧୩ ଦିନ ହେବ ଲଗାତର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ପାଇଛି।…
୮ ରାଜ୍ୟର ୧୯ଟି ରାଜ୍ୟ ସଭା ଆସନ ପାଇଁ ଚାଲିଛି ନିର୍ବାଚନ
ନୂଆଦିଲ୍ଲୀ,୧୯।୬: ୮ ରାଜ୍ୟର ୧୯ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ସକାଳ ୯ଟାରେ ନିର୍ବାଚନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି, ଝାଡଖଣ୍ଡ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୭ ଆତଙ୍କବାଦୀ
ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀରର ପମ୍ପୋର ଏବଂ ଶୋପିଆନରେ ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି। ଶୋପିଆନ୍ରେ ୪ ଏବଂ ପାମ୍ପୋରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଅଞ୍ଚଳରେ…
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୩,୫୮୬ ଆକ୍ରାନ୍ତ, ୩୩୬ ମୃତ
ନୂଆଦିଲ୍ଲୀ,୧୯।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ ହୋଇଛି ।…
୫୦ ବର୍ଷରେ ପଦାର୍ପଣ କଲେ ରାହୁଲ ଗାନ୍ଧୀ, ଜନ୍ମଦିନ ପାଳିବେନି
ନୂଆଦିଲ୍ଲୀ,୧୯।୬ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଜୁନ୍ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ରାହୁଲ। ଚାଇନା ସୈନ୍ୟଙ୍କ ଗୁଳିରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଏଥର ଜନ୍ମଦିନ ପାଳନ କରିବେ…
ୟୁଏନ୍ଏସ୍ସିକୁ ଭାରତ ନିର୍ବାଚିତ
ନୂଆଦିଲ୍ଲୀ,୧୯ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହୋଇଛି। ଏଥିପାଇଁ ସମର୍ଥନ ଦେଇଥିବା ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଶାନ୍ତି, ନିରାପତ୍ତା ଓ ସମାନତା ବଢ଼ାଇବାରେ ଭାରତ ସବୁ ସଦସ୍ୟ…
୧୮ ଦିନରେ ୧.୭୬ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ,୧୯ା୬:ମହାମାରୀ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଗତ ଜୁନ୍ ୧ରୁ ଅଦ୍ୟାବଧି ୧.୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଭଳି ୧୦ ରାଜ୍ୟରେ ଉଗ୍ର ସଂକ୍ରମଣ ଦେଖାଦେବାରୁ…
ସୀମାରେ ଯବାନଙ୍କ ପାଖରେ ଅସ୍ତ୍ର ଥାଏ
ନୂଆଦିଲ୍ଲୀ,୧୯ା୬:ଚାଇନା ସୀମାରେ ମୁତୟନ ସମସ୍ତ ଭାରତୀୟ ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥାଏ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର କହିଛନ୍ତି। ଗଲଓ୍ବାନକୁ ବିନା ଅସ୍ତ୍ରରେ ଭାରତୀୟ ଯବାନଙ୍କୁ କାହିଁକି ପଠାଯାଇଥିଲା ଓ ଏଥିପାଇଁ କିଏ ଦାୟୀ ବୋଲି କଂଗ୍ରେସ ନେତା…
ଏଲ୍ଏସିରେ ଯୁଦ୍ଧ ଭଳି ସ୍ଥିତି
ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି…
ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ
ନୂଆଦିଲ୍ଲୀ,୧୯ା୬:ସୀମାରେ ଲାଗି ରହିଥିବା ଭାରତ ଓ ଚାଇନା ସେନାର ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଜବାବ ଦେବା ଲାଗି ଲୋକଙ୍କଠାରୁ…
Archives


