Posted inଜାତୀୟ

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏବେ ପୁଣି ଏକ ‘ଲେଟର ବମ୍‌’ ବିସ୍ଫୋରଣ ଉତ୍ତରପ୍ରଦେଶ ହୋଇଛି। ଗତ ବର୍ଷ ଦଳରୁ ବହିଷ୍କୃତ ହୋଇଥିବା ୯ ଜଣ ବରିଷ୍ଠ ନେତା ସୋନିଆଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ପରିବାର ମୋହରୁ ଦୂରେଇ ରହିବା ଲାଗି ଚିଠିରେ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ନଚେତ୍‌ ଦଳ ଇତିହାସ ହୋଇ ରହିଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠିରେ ଟାର୍ଗେଟ୍‌ କରାଯାଇଛି। ଏବେ ପ୍ରିୟଙ୍କା ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ରାଜ୍ୟର ମଙ୍ଗଳ ପାଇଁ ପରିବାରକୁ ପଛରେ ପକାଇ ଦଳ କଥା ପ୍ରଥମେ ଚିନ୍ତା କରିବାକୁ ଚିଠିରେ ସୋନିଆଙ୍କୁ କହିଛନ୍ତି। ଦଳରେ ଲୋକତାନ୍ତ୍ରିକ ପରମ୍ପରାକୁ ପୁଣି ସ୍ଥାପିତ କରିବାକୁ ଚିଠିରେ କୁହାଯାଇଛି। ଚିଠିରେ ପୂର୍ବତନ ଏମ୍‌ପି ସନ୍ତୋଷ ସିଂ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠି, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ରା, ନେକଚନ୍ଦ ପାଣ୍ଡେ, ସ୍ବୟଂ ପ୍ରକାଶ ଗୋସ୍ବାମୀ ଏବଂ ରାଜୀବ ସିଂଙ୍କର ଦସ୍ତଖତ ରହିଛି। ଉତ୍ତରପ୍ରଦେଶରେ ଦଳର ସ୍ଥିତି ସମ୍ପର୍କରେ ରାଜ୍ୟ ପ୍ରଭାରୀ ହାଇକମାଣ୍ଡଙ୍କୁ କୌଣସି ତଥ୍ୟ ଦେଉ ନ ଥିବା ଚିଠିରେ ଅଭିଯୋଗ କରାଯାଇଛି। କେନ୍ଦ୍ରୀୟ ଅନୁଶାସନ କମିଟି ସେମାନଙ୍କ ବହିଷ୍କାର ପ୍ରସଙ୍ଗର ଅପିଲ୍‌ ଉପରେ ଜାଣିଶୁଣି ବିଚାର କରି ନ ଥିବା ନେତାମାନେ କହିଛନ୍ତି। ୧୯୭୭ରୁ ୮୦ ମଧ୍ୟରେ ହୋଇଥିବା ରାଜନୈତିକ ସଙ୍କଟ ସମୟରେ କଂଗ୍ରେସ ସହିତ ଚଟାଣ ପରି ଛିଡ଼ା ହୋଇଥିବା ନେତାଙ୍କ ଯୋଗ୍ୟତା ଆକଳନ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ଚିଠିରେ ଉଲ୍ଲେଖ କରାଯାଇଛି। ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଦଳରେ ଆଭ୍ୟନ୍ତରୀଣ ଅସନ୍ତୋଷ ବୃଦ୍ଧି କରୁଥିବା ଚିଠିରେ କୁହାଯାଇଛି। ଏବେ ଏହି ଚିଠିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?