Posted inଜାତୀୟ

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏବେ ପୁଣି ଏକ ‘ଲେଟର ବମ୍‌’ ବିସ୍ଫୋରଣ ଉତ୍ତରପ୍ରଦେଶ ହୋଇଛି। ଗତ ବର୍ଷ ଦଳରୁ ବହିଷ୍କୃତ ହୋଇଥିବା ୯ ଜଣ ବରିଷ୍ଠ ନେତା ସୋନିଆଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ପରିବାର ମୋହରୁ ଦୂରେଇ ରହିବା ଲାଗି ଚିଠିରେ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ନଚେତ୍‌ ଦଳ ଇତିହାସ ହୋଇ ରହିଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠିରେ ଟାର୍ଗେଟ୍‌ କରାଯାଇଛି। ଏବେ ପ୍ରିୟଙ୍କା ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ରାଜ୍ୟର ମଙ୍ଗଳ ପାଇଁ ପରିବାରକୁ ପଛରେ ପକାଇ ଦଳ କଥା ପ୍ରଥମେ ଚିନ୍ତା କରିବାକୁ ଚିଠିରେ ସୋନିଆଙ୍କୁ କହିଛନ୍ତି। ଦଳରେ ଲୋକତାନ୍ତ୍ରିକ ପରମ୍ପରାକୁ ପୁଣି ସ୍ଥାପିତ କରିବାକୁ ଚିଠିରେ କୁହାଯାଇଛି। ଚିଠିରେ ପୂର୍ବତନ ଏମ୍‌ପି ସନ୍ତୋଷ ସିଂ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠି, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ରା, ନେକଚନ୍ଦ ପାଣ୍ଡେ, ସ୍ବୟଂ ପ୍ରକାଶ ଗୋସ୍ବାମୀ ଏବଂ ରାଜୀବ ସିଂଙ୍କର ଦସ୍ତଖତ ରହିଛି। ଉତ୍ତରପ୍ରଦେଶରେ ଦଳର ସ୍ଥିତି ସମ୍ପର୍କରେ ରାଜ୍ୟ ପ୍ରଭାରୀ ହାଇକମାଣ୍ଡଙ୍କୁ କୌଣସି ତଥ୍ୟ ଦେଉ ନ ଥିବା ଚିଠିରେ ଅଭିଯୋଗ କରାଯାଇଛି। କେନ୍ଦ୍ରୀୟ ଅନୁଶାସନ କମିଟି ସେମାନଙ୍କ ବହିଷ୍କାର ପ୍ରସଙ୍ଗର ଅପିଲ୍‌ ଉପରେ ଜାଣିଶୁଣି ବିଚାର କରି ନ ଥିବା ନେତାମାନେ କହିଛନ୍ତି। ୧୯୭୭ରୁ ୮୦ ମଧ୍ୟରେ ହୋଇଥିବା ରାଜନୈତିକ ସଙ୍କଟ ସମୟରେ କଂଗ୍ରେସ ସହିତ ଚଟାଣ ପରି ଛିଡ଼ା ହୋଇଥିବା ନେତାଙ୍କ ଯୋଗ୍ୟତା ଆକଳନ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ଚିଠିରେ ଉଲ୍ଲେଖ କରାଯାଇଛି। ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଦଳରେ ଆଭ୍ୟନ୍ତରୀଣ ଅସନ୍ତୋଷ ବୃଦ୍ଧି କରୁଥିବା ଚିଠିରେ କୁହାଯାଇଛି। ଏବେ ଏହି ଚିଠିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ସମୟ ନଷ୍ଟ କରିଥିବା ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨।୬:ଅଦାଲତଙ୍କ ସମୟ ନଷ୍ଟ କରିଥିବା ଜଣେ ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ଦକ୍ଷିଣ ମୁମ୍ବାଇ ନିବାସୀ...

ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…

ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ...

ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ

ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା...

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଥରିଲା ରାଜଧାନୀ…

ନୂଆଦିଲ୍ଲୀ,୧୨।୧୧ : ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଥରିଛି। ଶନିବାର ସନ୍ଧ୍ୟା ୭ଟା ୫୭ରେ ଦିଲ୍ଲୀ ଏନସିଆର୍‌ ସମେତ ଏହାର...

ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା

ଚଣ୍ଡିଗଡ,୨୯।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଛି। ମାନସାର ଜବାହରପୁର ଗାଁରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ...

ଅନନ୍ତନାଗରେ ଗଡ଼ିଲା ଜଣେ ଆତଙ୍କବାଦୀଙ୍କ ମୁଣ୍ଡ: ୩ଯବାନ,ଜଣେ ନାଗରିକ ଆହତ

ଅନନ୍ତନାଗ,୪।୬: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ଜଣ ଯବାନ ଓ...

ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ: ଅପରାହ୍ନ ୪ଟାରେ ଖବରତାଦା ସମ୍ମିଳନୀରେ ଯୋଗଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ସମୟରେ ଦେଶରେ ବିଗିଡି ଯାଇଥିବା ଅର୍ଥନୀତିକୁ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ବାନ ଦେଇଥିଲେ। ଏଥିପାଇଁ...

ଏଲ୍‌ଏସିରେ ରାଫାଲ ବିମାନ ଉଡ଼ାଣ କରିବେ ବାରାଣସୀର ଏହି ଝିଅ

ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ...

Advertisement
Archives

Model This Week