ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ

ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ ବର୍ଷର ଏହି ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଗୋଟିଏ ବିଲେଇ ଏଭଳି ଏକ ଲମ୍ପ ମାରିଥିଲା ଯେ, ଟେବୁଲ ଉପରେ ଥୁଆ ହୋଇଥିବା ଟିଭି ସିଧା ଶିଶୁର ମୁଣ୍ଡ ଉପରେ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ନୀରିହ ଶିଶୁଟିର ମୃତ୍ୟୁ ହୋଇଥିଲା। ମୃତ ଶିଶୁର ନାମ ନାସିଆ ଫାତିମା ଥିଲା। ପୋଲିସ ସୂଚନା ଅନୁସାରେ ଶିଶୁଟି ଯେଉଁଠି ଶୋଇଥିଲା ତାହାର ନିକଟରେ ଏକ ଟେବୁଲ ଉପରେ ଟିଭି ଥୁଆ ହୋଇଥିଲା। ଏହି ସମୟରେ ବିଲେଇଟି ଡେଇଁ ପଡ଼ିବାରୁ ଟେବୁଲ ଉପରୁ ଟିଭିଟି ଖସି ପଡ଼ିଥିଲା। ପ୍ରଥମେ ଶିଶୁର ବାପା ଓ ମା କିଛି ବୁଝିପାରି ନ ଥିଲେ। ପରେ ଝିଅକୁ ଧରି ହସ୍ପିଟାଲକୁ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଛୋଟିଆ ଘଟଣା ଝିଅର ଜୀବନ ନେଇଯିବ ଏହାକୁ ସହଜରେ ବାପା ମା’ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କୁ ଏହି ଆଶ୍ୱାସନା ଦେଲେ ମୋଦି ସରକାର, ଅନଶନ ଭାଙ୍ଗି ୨୬ ଦିନ ପରେ ଖାଦ୍ୟ ଖାଇ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୭: ପ୍ରସିଦ୍ଧ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ୨୬ ଦିନ ପରେ ନିଜର ଅନଶନ ପ୍ରତ୍ୟାହାର କରିଛନ୍ତି। ସେ କହିଛନ୍ତି ଯେ ଭୋକ ହରତାଳ…

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri