ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ ଏବେ କରୋନାରେ ପୀଡ଼ିତ। ତେବେ ଏହି ଖବର ଆପଣମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଭାବି ମୁଁ ଏହା ଜଣାଉଛି। ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରାଣ୍ଟାଇନରେ ଥିବା କହିଛନ୍ତି। ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ବେଳେ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପାଇଁ ସେ ଆଗୁଆ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କୀତ ସମସ୍ତ ଖବର ସେ ଆଗକୁ ଶେୟାର କରିବେ ବୋଲି କହିଛନ୍ତି। ବର୍ତ୍ତମାନ ଏକ ଅଦ୍ଭୁତ ସମୟ ଚାଲିଛି ତେବେ ମାନବିକତା ଆଗରେ ଭାଇରସ ହାର ମାନିବ ବୋଲି ମଧ୍ୟ ଅର୍ଜୁନ ଲେଖିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ପ୍ରତିଦିନ ଦେଶରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଥିବା ବେଳେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତଙ୍କ ଘରେ ପହଞ୍ଚି ସାରିଲାଣି। ବଲିଉଡ୍‌ ମହାନାୟକ ଓ ତାଙ୍କ ପରିବାରର ୪ ସଦସ୍ୟ ପୂର୍ବରୁ କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇ ସାରିଥିବା ବେଳେ ଏବେ କପୁର ପରିବାର ପହଞ୍ଚିଛି କରୋନା ଭାଇରସ।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ କଂଗ୍ରେସକୁ ଝଟକା: ଦଳ ଛାଡିଲେ ଏହି ବଡ଼ ନେତା

ଚଣ୍ଡିଗଡ,୧୪।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦୀପକ ବାବରିଆ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କ...

EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର

ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ...

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ରାଡାରରେ ଜଣେ ବଡ ହାସ୍ୟ ଅଭିନେତା, ଜାଣନ୍ତୁ ସେ କିଏ…

ମୁମ୍ବାଇ,୧୪।୧୦: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ରାଡାରରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ...

ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୧୩।୧୦: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି...

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, କହିଲେ ହାଇକୋର୍ଟ ଯାଅ

ନୂଆଦିଲ୍ଲୀ,୧୪।୧୦: ଜମ୍ମୁ-କଶ୍ମୀର ବିଧାନସଭାରେ ଉପ ରାଜ୍ୟପାଳଙ୍କ ଦ୍ୱାରା ୫ଜଣ ବିଧାୟକଙ୍କୁ ମନୋନୀତ କରିଥିବା ବିରୋଧରେ ଆବେଦନ ସୋମବାର (ଅକ୍ଟୋବର ୧୪)ରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଆବେଦନ...

କାହିଁକି ଭୟ କରୁଛନ୍ତି ଖାର୍ଗେଙ୍କ ପରିବାର

ବେଙ୍ଗାଲୁରୁ,୧୪।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମସ୍ୟା ବଢିବାରେ ଲାଗିଛି। ତେବେ ଖାର୍ଗେଙ୍କ ପରିବାର ଏହି ଗୋଟିଏ ଅସୁବିଧାକୁ ଦୂର...

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ...

ବହରାଇଚରେ ବଢୁଛି ହିଂସା, ଗାଡି ଶୋ’ରୁମରେ ନିଆଁ ଲଗାଇଲେ ଲୋକେ

ବହରାଇଚ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହାର୍ଦ୍ଦିକ ପୋଲିସ ଷ୍ଟେଶନର ମହାରାଜଗଞ୍ଜରେ ରବିବାର ବିଳମ୍ବିତ ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପଥର ଫିଙ୍ଗିବା ଏବଂ ଗୁଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri