Posted inଜାତୀୟ

ଦାଉଦ୍‌ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍‌

ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍‌ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଫୋନ୍‌ କରି ‘ମାତୋଶ୍ରୀ’କୁ ବମ୍‌ ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହି ଅବସରରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଅନିଲ ପରବ ସ୍ପଷ୍ଟ କରିଛନ୍ତି ଯେ, ଦୁବାଇରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ ନିକଟରୁ ଏହି ଧମକ ଆସିଛି। ଅନିଲ କହିଛନ୍ତି, ‘ମାତୋଶ୍ରୀ ବାସଭବନକୁ ଏକ ଫୋନ କଲ୍‌ ଆସିଥିଲା। ସେ ଦାଉଦ୍‌ର ଲୋକ ବୋଲି ନିଜକୁ ପରିଚୟ ଦେଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଦାବି କରିଥିଲା। ଫୋନ ଅବସରରେ ସେ ମାତୋଶ୍ରୀକୁ ଉଡ଼ାଇବା ନେଇ କୌଣସି ଧମକ ଦେଇ ନ ଥିଲା। ଏହି ଫୋନ୍‌ ବିଷୟରେ ଆମେ ପୋଲିସ କମିଶନରଙ୍କୁ ଅବଗତ କରାଇଛୁ। ପୋଲିସ ଏହାର କାର୍ଯ୍ୟ ଆରମ୍ଭ କରିଛି। ଏହି ଫୋନ୍‌ ସତ କି ମିଛ ପୋଲିସ ତଦନ୍ତ କରୁଛି।’ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ଗତ କାଲି ରାତିରେ ମାତୋଶ୍ରୀକୁ ୩-୪ଥର କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ କି ଦାଉଦ୍‌ ଭାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ କଥା ହେବାକୁ ଚାହିୁଁଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢ଼ାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?