ହୋମ୍ ଡେଲିଭରି ମଦ ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୫: ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ଦେଖାଦେଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ତେବେ ଲକ୍ଡାଉନ ମଧ୍ୟରେ ମଦ ଦୋକାନ ବନ୍ଦ କରିଯିବା ନେଇ ଏକ ଆବେଦନ ଉପରେ ଶୁକ୍ରବାର ସୁପ୍ରମିକୋର୍ଟ…
ଲକ୍ଡାଉନ ମଧ୍ୟରେ ମା’ ହେଲେ ଟିଏମ୍ସି ଏମ୍ପି: ଝିଅର ନାଁ ରଖିଲେ ‘କରୋନା’
ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା ଦେଖାଯାଇଛି। ଏଥିରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ଏମ୍ପି ଅପରୂପା ପୋଦାରଙ୍କ ନାଁ ଯୋଡି ହୋଇଯାଇଛି। ଗୁରୁବାର…
କରୋନା ସଂକ୍ରମଣରେ ଖବରଦାତାଙ୍କ ମୃତ୍ୟୁ
ଆଗ୍ରା,୮।୫: ନିକଟରେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଏସ୍ଏନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାରଠାରୁ ସେ ଭେଣ୍ଟିଲେଟରରେ ଥିବା ବେଳେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଆଗ୍ରା…
ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ
ନୂଆଦିଲ୍ଲୀ,୮।୫: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେବଳ ସାଧାରଣ ଲୋକ ନୁହଁନ୍ତି କରୋନା ଯୋଦ୍ଧା ସାଜିଥିବା ଦିଲ୍ଲୀ ପୋଲିସର ୭୦ଜଣ କର୍ମୀ…
ଲକ୍ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍ ଲଗାଇଲେ ହେଲମେଟ୍, ବୋତଲ
ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍ଡାଉନରେ ସରକାର କେତେକ କଟକଣାକୁ କୋହଳ କରିଛନ୍ତି। ସେଥିମଧ୍ୟରୁ ମଦ ଦୋକାନ ଖୋଲିବା ଅନ୍ୟତମ। ଏହି କଟକଣା କୋହଳ ପରେ ପ୍ରଥମ…
ଯାନ୍ତ୍ରିକ ତ୍ରୁଟି ଯୋଗୁ ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ
ଚଣ୍ଡିଗଡ଼,୮।୫: ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଞ୍ଜାବରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ପଞ୍ଜାବ ନଓ୍ବାନଶହର ଜିଲାର ଚହାଡ଼ପୁରରେ ଶୁକ୍ରବାର ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ…
ଗତ୨୪ ଘଣ୍ଟାରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦେଶରେ ୫୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୮।୫: ଦେଶରେ କରୋନା ଭାଇରସ୍ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୩୯୦ ନୂଆ କରୋନା ଆକ୍ରାନ୍ତ…
ପିଓକେ ଅଞ୍ଚଳର ପାଣିପାଗ ପୂର୍ବାନୁମାନ କଲା ଆଇଏମ୍ଡି
ନୂଆଦିଲ୍ଲୀ,୮ା୫ (ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆଞ୍ଚଳିକ କେନ୍ଦ୍ର ପୂର୍ବ ଫର୍ମାଟରୁ ବାହାରିଯାଇ ପାକ୍ ଅଧିକୃତ କଶ୍ମୀର (ପିଓକେ) ଅଧୀନରେ ଥିବା ଅଞ୍ଚଳର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିଛି। ଏହି ଅଞ୍ଚଳ ମଧ୍ୟରେ ରହିଛି ଗିଲ୍ଗିଟ୍-ବଲ୍ଟିସ୍ତାନ ଏବଂ ମୁଜାଫରାବାଦ। ଜମ୍ମୁ-କଶ୍ମୀରସ୍ଥିତ…
ଫେରିଲେଣି ୧.୭ ଲକ୍ଷ ଶ୍ରମିକ
ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇଲାଣି। ଉକ୍ତ ଟ୍ରେନ୍ରେ ୧ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ…
ଏସ୍ସିଏସ୍ରେ ଚାଇନାର ଦାଦାଗିରି
ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ ସାର୍ବଭୌମତ୍ୱ ପ୍ରସଙ୍ଗକୁ ନେଇ ଛନ୍ଦି ହୋଇଯାଇଥିବା ଛୋଟ ଛୋଟ ଦେଶଗୁଡ଼ିକ ଏହା ସହ ମୁହଁ।ମୁହିଁ…
ମୃତ ଶ୍ରମିକଙ୍କ ପରିବାରଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା: ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୋଦି
ଭୋପାଳ,୮।୫: ମହାରାଷ୍ଟ୍ର ଔରଙ୍ଗାବାଦରେ ଶୁକ୍ରବାର ସକାଳେ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍ଗାଡ଼ି ଚଢ଼ିଯିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ରେଳମନ୍ତ୍ରୀ…
ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ିଗଲା ମାଲ୍ଗାଡ଼ି: ଦୁର୍ଘଟଣାରେ ୧୬ ମୃତ
ଔରଙ୍ଗାବାଦ,୮।୫: ମହାରାଷ୍ଟ୍ର ଔରଙ୍ଗାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍ଗାଡ଼ି ଚଢ଼ିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର…
Archives


