ଚାଇନାକୁ ପୁଣି ଝଟ୍କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ
ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଚାଇନାକୁ ପୁଣି ଏକ ଝଟ୍କା ଦିଆଯାଇଛି। କାନପୁର-ଆଗ୍ରା ମେଟ୍ରୋ…
ସୀମା ପାରରୁ ଡ୍ରୋନ୍ ଜରିଆରେ ସ୍ନାଇପର ଗନ୍ ପଠାଉଛି ଏହି ଦେଶ: ଏନ୍ଆଇଏ କରିବ ଯାଞ୍ଚ
ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମଳୁଛି। ନିକଟରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଓ ଜମ୍ମୁ-କଶ୍ମୀର ପୋଲିସ(ଜେକେପି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…
ସିନ୍ଧୁ ଦର୍ଶନ ପୂଜା କରି ଚାଇନାକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ମୋଦି
ଲେହ,୪।୭: ଚାଇନା ସୀମାରେ ମୁତୟନ ହୋଇଥିବା ଯବାନଙ୍କୁ ଉତ୍ସାହିତ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲଦାଖର ରାଜଧାନୀ ଲେହରୁ ପ୍ରାୟ ୨୫ କିଲୋମିଟରରେ ଥିବା ନିମୁକୁ ଗସ୍ତ କରିଥିଲେ। ଲଦାଖର ଫରଓ୍ବାର୍ଡ ବ୍ରିଗେଡର ନିମୁରେ ପହଞ୍ଚିବା ପରେ…
କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି
ପୁଣେ,୪।୭: ଦେଶରେ କରୋନା ଭାଇରସ୍ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ…
୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ, ୪।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଏହି ସମୟ ମଧ୍ୟରେ ୨୨ ହଜାର ୭୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ…
ଓବିସି ଛାତ୍ରଙ୍କ ଲାଗି ନିଟ୍ କୋଟା ବଢ଼ାଅ
ନୂଆଦିଲ୍ଲୀ,୪।୭: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) କୋଟା ବୃଦ୍ଧି ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା…
୨୯ ଶିଖ୍ ତୀର୍ଥଯାତ୍ରୀ ମୃତ
ଲାହୋର,୪।୭: ପାକିସ୍ତାନର ଶେଖୁପୁରା ଜିଲାରେ ଏକ ଯାତ୍ରୀବାହୀ ବସ୍କୁ ଏକ ଟ୍ରେନ ଧକ୍କା ଦେବାରୁ ୨୯ ଜଣ ଶିଖ୍ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ କେତେଜଣ ଆହତ ହୋଇଛନ୍ତି। ନଙ୍କନ ସାହିବ୍ରୁ ୨୫ ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ଟି ଲାହୋର ଅଭିମୁଖେ…
କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ
ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନ କରି ଏକପାଖିଆ ଭାବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି…
ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର: ଗତ ୨୪ଘଣ୍ଟାରେ ୬୩୬୪ କରୋନା ପଜିଟିଭ୍ ଚିହ୍ନଟ
ମୁମ୍ବାଇ,୩।୭: ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୯୮ଲୋକଙ୍କ ମୃତ୍ୟୁ ଘଟିଛି। ଯାହା ଗୋଟିଏ ଦିନରେ ସର୍ବାଧିକ ରହିଥିବା ବେଳେ…
ଆସାମ ବନ୍ୟାରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୋଦି
ଦିଶପୁର,୩।୭: ଆସାମ ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍ ଫଣ୍ଡ (ପିଏମ୍ଏନ୍ଆରଏଫ୍)ରୁ ମୃତକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମୋଦି…
ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍ସିଆର
ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ଦକ୍ଷିଣପଶ୍ଚିମରୁ ୬୩ କିଲୋମିଟର ଦୂରରେ ରହିଥିଲା। ଭୂକମ୍ପ ହେବା ସମୟରେ ଦିଲ୍ଲୀବାସୀ ଭୟଭୀତ…
କାନପୁର ଏନ୍କାଉଣ୍ଟର: ଶହୀଦଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ଦେବେ ଯୋଗୀ ସରକାର
ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ କାନପୁରରେ ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧୀଙ୍କ ସହ ହୋଇଥିବା ଗୁଳିବିନିମୟରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଡିଏସ୍ପି ସମେତ ୮ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତେବେ ଏନ୍କାଉଣ୍ଟରରେ…
Archives


