ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ, ୨୩।୯: କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମ୍‌ ଆଦ୍‌ମୀ ପାର୍ଟିର ଏହି ୪୮ ବର୍ଷୀୟ ବରିଷ୍ଠ ନେତାଙ୍କୁ ସ୍ଥାନୀୟ ସରକାରୀ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏଠାରେ ପ୍ରକାଶଯୋଗ୍ୟ, ସେପ୍ଟେମ୍ବର ୧୪ରେ ସିସୋଦିଆ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍‌ ଆଇସୋଲେଶନରେ ରହିଥିଲେ।
ମୁତାବକ, ସିସୋଦିଆ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କହିଥିଲେ। ତାଙ୍କର ଅମ୍ଲଜାନସ୍ତର ମଧ୍ୟ ହ୍ରାସ ପାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ମେଡିକାଲ ପକ୍ଷରୁ ବୁଲେଟିନ ଜାରି କରାଯାଇ ମନୀଷଙ୍କ ପରବର୍ତ୍ତୀ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯିବ। ଏଥିପୂର୍ବରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଏକ ଘରୋଇ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଥିଲା। ପରେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠାରୁ କେରଳରେ ଖୋଲିବ ମଦ ଦୋକାନ

ଥିରୁଭାନନ୍ତପୁରମ,୨୭।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ମଦ ଦୋକାନ ବନ୍ଦ ରହିଥିଲା। ଏହି ସମୟରେ ଆବଶ୍ୟକୀୟ ଦୋକାନକୁ ଛାଡିଦେଲେ ଆଉ ବାକି ସବୁ ଦୋକାନ ବନ୍ଦ...

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି।...

ଦିଲ୍ଲୀରେ ସରକାର ଗଢିବ ଭାଜପା: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଏବେ ଏହାର ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ ମନୋଜ...

ପ୍ରେମ ଓ ସହନଶୀଳତାରେ ପରିପୂର୍ଣ୍ଣ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧୨: ନୂଆବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ସ୍ନେହ ଓ ସହନଶୀଳତା ଭିତ୍ତିକ ଏକ ସମାଜ ଗଠନ...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫...

ଗୁରୁଗ୍ରାମରେ ପଙ୍ଗପାଳ ଆତଙ୍କ: ଟିଣ ବଜାଇ, ବାଣ ଫୁଟାଇ ଘଉଡ଼ାଇବାକୁ ଉଦ୍ୟମ କଲେ ସ୍ଥାନୀୟ ଲୋକେ

ଚଣ୍ଡିଗଡ଼,୨୭।୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ଦେଖାଦେଇଛି। କରୋନା ସହ ସଂଘର୍ଷ କରୁଥିବା ହରିୟାଣାରେ ଏବେ ପଙ୍ଗପାଳ ଆତଙ୍କ ଖେଳାଇଛନ୍ତି।...

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଉଦ୍ଧବ

ମୁମ୍ବାଇ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଦଲୀପ ପାଟିଲ ସୋମବାର ଏହି...

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼...

Advertisement
Archives

Model This Week