Posted inଜାତୀୟ

ବିଦେଶୀ ଅନୁଦାନ ସଂଶୋଧନ ବିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍‌ ୨୦୧୦ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ୍‌ରେ ସଂଶୋଧନ ଆଣିବ। ଏହି ସଂଶୋଧନ ବିଲ୍‌ ଅନୁସାରେ ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା, ପଞ୍ଜୀକରଣ କରିବା, ପଞ୍ଜୀକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ବର ଦେବାକୁ ହେବ। ଏପରି କି ଏହି ବିଲ୍‌ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। ଏହି ବିଲ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଦେଶୀ ଅନୁଦାନ ଯେପରି ଦେଶର ସାମାଜିକ, ରାଜନୈତିକ ବାତାବରଣକୁ ପ୍ରଭାବିତ ନ କରେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏଥିସହ ଏହି ବିଲ୍‌ ବିଦେଶୀ ଅନୁଦାନ ଗ୍ରହଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି ରାୟ କହିଛନ୍ତି। ଏହି ବିଲ୍‌ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ କହିଥିଲେ ଯେ, ବିଦେଶୀ ଅନୁଦାନକୁ ଅନ୍ୟ ଦିଗରେ ଖର୍ଚ୍ଚ କରିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି। ଏଥିସହିତ କୌଣସି ପ୍ରକାର ଅନିୟମିତତା ସହ ସମ୍ପୃକ୍ତ ନ ଥିବା ଏନ୍‌ଜିଓଗୁଡ଼ିକୁ ବିଭିନ୍ନ ସଂସ୍ଥା ଦ୍ୱାରା ହଇରାଣ ମଧ୍ୟ କରାଯିବା ଉଚିତ୍‌ ନୁହେଁ। ସେହିପରି ଆଲୋଚନାରେ ଭାଗ ନେଇ ଭାଜପା ଏମ୍‌ପି ଅରୁଣ ସିଂ କହିଥିଲେ ଯେ, ଏହି ବିଲ୍‌ ଏକ ଉତ୍ତମ ପଦକ୍ଷେପ। ଯାହାଦ୍ୱାରା ବିଦେଶରୁ ଆସୁଥିବା ପାଣ୍ଠିର ଉଚିତ ତଦାରଖ କରାଯାଇପାରିବ। ବିଲ୍‌କୁ ସମର୍ଥନ କରି ଜେଡିୟୁ ନେତା ଆର୍‌.ସି.ପି. ସିଂ କହିଥିଲେ ଯେ, ଏ ସଂକ୍ରାନ୍ତ ତଦାରଖ ବ୍ୟବସ୍ଥା ଏହି ଆଇନକୁ ଅଧିକ ମଜଭୁତ କରିବ। ଏଆଇଏଡିଏମକେ ଓ ଟିଡିପିର କେତେକ


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri