Posted inଜାତୀୟ

୭ ରାଜ୍ୟରେ ୪୩ ପୋଲ: ସୀମାରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ପୋଲଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର, ଅରୁଣାଚଳପ୍ରଦେଶ, ସିକିମ୍‌, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଆଦି ୭ଟି ରାଜ୍ୟରେ ରହିଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଉଥିବାବେଳେ ଏହି ପୋଲଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀରରେ ସର୍ବାଧିକ ୧୦ଟି ପୋଲ ରହିଛି। ସେହିପରି ଉତ୍ତରାଖଣ୍ଡରେ ୮, ଅରୁଣାଚଳ ପ୍ରଦେଶରେ ୮, ଲଦାଖରେ ୭ ପୋଲ ରହିଛି। ସିକିମ୍‌ରେ ୪ ଏବଂ ପଞ୍ଜାବରେ ୪ଟି ପୋଲ ରହିଥିବା ବେଳେ ହିମାଚଳ ପ୍ରଦେଶରେ ୨ଟି ପୋଲ ରହିଛି। ପୋଲଗୁଡ଼ିକର ନିର୍ମାଣ ସୀମା ସଡ଼କ ସଂଗଠନ(ବିଆର୍‌ଓ) ପକ୍ଷରୁ କରାଯାଇଛି। ପୋଲଗୁଡ଼ିକ ମଧ୍ୟରୁ ୨୨ ପୋଲ ସିଧାସଳଖ ଚାଇନା ସୀମାକୁ ସଂଯୋଗ କରୁଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଏହି ପୋଲଗୁଡ଼ିକର ଲୋକାର୍ପଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଗୁରୁବାର କରାଯିବାର ଯୋଜନା ଥିଲା। ତେବେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ଅକାଳ ବିୟୋଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri